ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

June 18, 2019, ଓଡ଼ିଶା, , Anupambharat News Bureau


ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ
Anupambharat News Bureau
June 18, 2019

ଭଦ୍ରକ,୧୮ା୬ (ଅନୁପମ ମିଡିଆ): ଗତକାଲି ରାତିରେ ଦୁଇଜଣ ଦୁବୃର୍ତ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାହାଞ୍ଜ ଗ୍ରାମନିବାସୀ ଜଣେ ବ୍ୟକ୍ତିଙ୍କୁ ପିଛାକରି ତାଙ୍କ ଠାରୁ ଅର୍ଥ ଲୁଟ୍‌ କରିବାରେ ବିଫଳ ହୋଇ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିବା ଭୟରେ ସେମାନେ ବ୍ୟବହାର କରୁଥିବା ବାଇକ୍‌ ଓ ବନ୍ଧୁକ ଛାଡି ଫେରାର ହୋଇଯାଇଥିବାର ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ୍‌ ଆଜି ସକାଳେ ଗ୍ରାମରେ ପହଞ୍ଚି ବାଇକ୍‌ ଓ ବନ୍ଧୁକଟିକୁ ଜବତ କରି ତଦନ୍ତ ଚଳାଇଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ରାହାଞ୍ଜ ଗ୍ରାମର ରାଜେନ୍ଦ୍ର ଶୁକ୍ଳ ନାମକ ଜଣେ ବ୍ୟକ୍ତି ରାଣୀତାଲରେ ଫିନୋ ନାମରେ ଏକ ବ୍ୟାଙ୍କ ଖୋଲିଛନ୍ତି । ସେ ଗତକାଲି ରାତିରେ ବ୍ୟାଙ୍କ ବନ୍ଦ କରି ରାଣୀତାଲ ବଜାରରୁ ବାଇକ୍‌ ଯୋଗେ ରାହାଞ୍ଜସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଦୁଇଜଣ ଦୃବୁର୍ତ୍ତ ତାଙ୍କ ପାଖରେ ଥିବା ଅର୍ଥକୁ ଲୁଟିନେବା ଉଦ୍ଦେଶ୍ୟରେ ପିଛା କରିଥିଲେ । ଏବଂ ତାଙ୍କ ଘରଠାରୁ ଅଳ୍ପ ଦୂରରେ ତାଙ୍କୁ ଅଟକାଇ ଧସ୍ତାଧସ୍ତି ସମୟରେ ଗ୍ରାମବାସୀ ପହଞ୍ଚତ୍ୟିବାରୁ ଧରାପଡିବା ଭୟରେ ତିନିରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଲୋକଙ୍କୁ ଭୟଭୀତ କରାଇଥିଲେ । ତେବେ ଲୋକମାନେ ତାଙ୍କ ପିଛା ନଛାଡିବାରୁ ବାଧ୍ୟହୋଇ ଦୁଇ ଦୃବୁର୍ତ୍ତ ନିଜର ବାଇକ୍‌ ଓ ଗୋଟିଏ ବନ୍ଧୁକ ଛାଡି ରାତି ଅନ୍ଧାରରେ ଖସିଯିବାରେ ସକ୍ଷମ ହୋଇଥିଲେ । ଏ ସଂପର୍କରେ ଥାନାଧିକାରୀ ଦୟାନିଧି ଦାସଙ୍କ ସହ ଯୋଗାଯୋଗ କରାଯିବାରେ ସେ ଏ ସଂପର୍କରେ ଏକ ମାମଲା ରୁଜୁ ହୋଇଥିବାର କହି ତଦନ୍ତ ଚାଲୁଥିବାର ସୂଚାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

Read More...

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page