ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

May 12, 2019, କ୍ରୀଡ଼ା, , Anupambharat News Bureau


ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା
Anupambharat News Bureau
May 12, 2019

ହାଇଦ୍ରାବାଦ୍‌,୧୧ ।୫:ଚଳିତ ଆଇପିଏଲ୍‌ର ସବୁଠାରୁ ଦୁଇଟି ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ରବିବାର ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ୍‌ କି୍ରକେଟ୍‌ ଷ୍ଟାଡିୟମ୍‌ ଉପାଲ୍‌, ହାଇଦ୍ରାବାଦ୍‌ ଠାରେ ଖେଳାଯିବ । କ୍ୱାଲିଫାଇୟର୍‌ ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଚେନ୍ନାଇ ସୁପରକିଙ୍ଗ୍ସ ପରାସ୍ତ କରିଥିଲା । ଚେନ୍ନାଇ ସୁପରକିଙ୍ଗ୍ସ ଏଲିମିନେଟର୍‌ରେ ଦିଲ୍ଲୀ କ୍ୟାପିଟେଲକୁ ଧରାଶାୟୀ କରି ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମଥର ପାଇଁ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା । ମୁମ୍ବାଇ ତିନିଥର ଆଇପିଏଲ୍‌ ଟାଇଟଲ୍‌ ହାସଲ କରିଥିବାବେଳେ ୨୦୧୦ରେ ଚେନ୍ନାଇ ସୁପରକିଙ୍ଗ୍ସ ସହ ପରାଜୟ ବରଣ କରିଥିଲା । ୨୦୧୦ ଫାଇନାଲ୍‌ରେ ଚେନ୍ନାଇ ଠାରୁ ମୁମ୍ବାଇ ପରାଜୟ ହୋଇଥିଲା । ୨୦୧୩, ୨୦୧୫ ଓ ୨୦୧୭ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ମୁମ୍ବାଇ ଟାଇଟଲ୍‌ ହାସଲ କରିଥିଲୋ ହାଇଦ୍ରାବାଦ୍‌ ଠାରେ ପୁଣେ ସୁପରଜାଏଣ୍ଟସ୍‌କୁ ଶେଷ ବଲ୍‌ରେ ପରାସ୍ତ କରି ମୁମ୍ବାଇ ବିଜୟଲାଭ କରିଥିଲା । ଚେନ୍ନାଇ ସୁପରକିଙ୍ଗ୍ସ ଆଇପିଏଲ ରେ ୨୦୧୦, ୨୦୧୧ ଓ ୨୦୧୮ରେ ଟାଇଟଲ୍‌ ହାସଲ କରିଛି । ଚେନ୍ନାଇ ରେକର୍ଡ ୯ଥର ଆଇପିଏଲ୍‌ ପ୍ଳେଅଫ୍‌ରେ ପ୍ରବେଶ କରିଥିବାବେଳେ ୮ଥର ଫାଇନାଲ୍‌ରେ ପ୍ରବେଶ କରିଛି । ଏଥର ଚେନ୍ନାଇ ସୁପରକିଙ୍ଗ୍ସ ନିଜ ପୂର୍ବ ପରାଜୟର ପ୍ରତିଶୋଧ ନେବ ବୋଲି ଜଣାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ରେ ଉନ୍ନତ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲରଙ୍କୁ ବେଶ୍‌ ମଜବୁତ୍‌ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିିଜନ୍‌ରେ ଦଳ ସନ୍ତୁଳନ ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଗୁଡିକରେ ବିଜୟଲାଭ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲ୍‌ ପ୍ରବେଶ କରିବା ଫେଭରିଟ୍‌ ମନେ କରାଯାଉଥିଲା । ଚେନ୍ନାଇକୁ ଟୁର୍ଣ୍ଣାମେଣ୍ଟରେ ତିନିଥର ପରାଜୟ କରିବାରେ ସକ୍ଷମ ହୋଇଛି । ଚେନ୍ନାଇ ତୁଳନାରେ ମୁମ୍ବାଇ ଇଣ୍ଡିଆନ୍ସ ପଲ । ଭାରି ରହିଛି । ଉଭୟ ଦଳ ପରସ୍ପର ସହ ମୁକାବିଲା ହେଲେ ଦୁଇଟି ଦଳର ଶ୍ରେଷ୍ଠ ଏକାଦଶ ମଧ୍ୟରେ ରୋମାଞ୍ଚକ ସ୍ଥିତି ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ହେବନାହିଁ । ରୋହିତ ଶର୍ମା ଓ କ୍ୱିଣ୍ଟନ୍‌ ଡି’କକ୍‌ ଦଳର ଓପନିଂ କରନ୍ତି । ସୂର୍ଯ୍ୟକୁମାର ଯାଦବ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଉପଯୁକ୍ତ ଖେଳାଳି ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ନିଜର ପ୍ରଦର୍ଶନ ମାଧ୍ୟମରେ ସୂର୍ଯ୍ୟକୁମାର ଦଳର ପ୍ରଭାବୀ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଛନ୍ତି । ଇଶାନ୍‌ କିଷାନ୍‌ ଚଳିତ ଆଇପିଏଲ୍‌ରେ ସେଭଳି ଆଖିଦଶିଆ ପ୍ରଦର୍ଶନ କରିବାରେ ଦେଖିବାକୁ ମିଳିନାହିଁ । କିନ୍ତୁ କ୍ୱାଲିଫାୟର୍‌ ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ କରିଥିଲେ । ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା କୁର୍ଣ୍ଣାଲ୍‌ ପାଣ୍ଡ୍ୟା ଦଳ ଉପଯୁକ୍ତ ଖେଳାଳି ହୋଇଛନ୍ତି । ଦଳର ଆବଶ୍ୟକ ଅନୁସାରେ ଚମତ୍କାର ଢ଼ଙ୍ଗୀରେ ପ୍ରଦର୍ଶନ କରିବାରେ ସଫଳ ହୋଇଛନ୍ତି । ହାର୍ଦ୍ଦିକ୍‌ ପାଣ୍ଡ୍ୟା ଦଳର ସବୁଠାରୁ ବିସ୍ପୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଗଣିତ ହୋଇଛନ୍ତି । ପ୍ରତିପକ୍ଷ ଦଳ ବିପକ୍ଷରେ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳୁଛି । ଯାହା ଚେନ୍ନାଇ ପାଇଁ ସମସ୍ୟା ସୃଷ୍ଟି କରିବ । ପାଣ୍ଡ୍ୟା ଦ୍ରୁତ ବୋଲର୍‌ ଓ ସ୍ପିନର୍‌ଙ୍କୁ ନିଜର ଚିରାଚରିତ ଢ଼ଙ୍ଗୀରେ ପ୍ରଦର୍ଶନ କରିବାରେ ଦେଖିବାକୁ ମିଳିଛି । ରାହୁଲ ଚୋହର ନିଜର ବୋଲିଂ ଦଳ ପାଇଁ ଉପଯୋଗୀ ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି । ଯାହା ଦଳର ମଧ୍ୟଭାଗ ମୁମ୍ବାଇ ପାଇଁ ସହାୟକ ହୋଇପାରିବ । ଜଶପ୍ରୀତ୍‌ ବୁମ୍‌ରା ଓ ଲସିତ୍‌ ମାଲିଙ୍ଗା ପ୍ରତିପକ୍ଷ ଦଳର ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଦ୍ରୁତ ବୋଲିଂ ଜରିଆରେ ଅଡୁଆ ପକାଇବାରେ ସକ୍ଷମ ହୋଇଥାନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍‌ ମାନେ ଶେଷ ଓଭର ଗୁଡିକରେ ଶାଣିତ ବୋଲିଂ କରିବାକୁ ରୋହିତ ଶର୍ମା ପରାମର୍ଶ ଦେଇଛନ୍ତି ।
ଅନ୍ୟ ପଟେ ଚେ ନ୍ନାଇ ସୁପରକିଙ୍ଗ୍ସ ଦଳରେ ବହୁ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ନେଇ ରହିଛି । ମହେନ୍ଦ୍ର ସିଂ ଧୋନି ନିଜର ଅଭିଜ୍ଞତାକୁ ଫାଇନାଲ୍‌ରେ ଉନ୍ନତ ପ୍ରଦର୍ଶନ ଜରିଆରେ ଦେଖାଇବେ ବୋଲି ଜଣାଯାଇଛି । ଚଳିତ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ଜରବଦରସ୍ତ ଆରମ୍ଭ କରିଥିଲା । ଦଳ କ୍ରମାଗତ ସାତଟି ବିଜୟଲାଭ କରିଥିଲା । କିନ୍ତୁ ଦଳରେ ସନ୍ତୁଳନ ନରହିବାରୁ ଦୁଇଟି ମ୍ୟାଚ୍‌ ପରାଜୟବରଣ କରିଥିଲା । ଚେନ୍ନାଇ ପୂର୍ବରୁ ଦିଲ୍ଳୀ କ୍ୟାପିଟେଲ୍‌ ସହ ପରାଜୟ ହୋଇଥିଲା । ଦଳ ରେକର୍ଡ ଅଷ୍ଟମଥର ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଛି । ତେବେ ଦଳ ସମ୍ମାନଜନକ ସ୍କୋର କରି ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ମଧୁର ପ୍ରତିଶୋଧ ନେବାର ଫାଇନାଲ୍‌ରେ ସୁଯୋଗ ରହିଛି । ଚେନ୍ନାଇ କୌଣସି ଆକ୍ରମଣାତ୍ମକ ବ୍ୟାଟିଂଲାଇନ୍‌ଅପ୍‌ ରହିନାହିଁ । କିନ୍ତୁ ଡୁ ପ୍ଳେସିସ୍‌ ଏବଂ ସେନ୍‌ ୱାଟର୍ସନ୍‌ ପ୍ରାରମ୍ଭିକ ଭଲ ଷ୍ଟାର୍ଟ ଦେଲେ ଦଳ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇପାରିବ । ସୁରେ ଶ ରାଇନା ଭଲ ଫର୍ମରେ ରହିନାହାନ୍ତି । କିନ୍ତୁ ଅମ୍ବତି ରାୟୁଡୁ ନିଜର ଚିରାଚରିତ ଢ଼ଙ୍ଗୀରେ ପ୍ରଦର୍ଶନ କରିବାରେ ଦେଖିବାକୁ ମିଳୁଛି । ଚେନ୍ନାଇ ବ୍ୟାଟିଂରେ ମହେନ୍ଦ୍ର ସିଂ ଧୋନି ଅଧିନାୟକ ଭାବେ ଉନ୍ନତ ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି ରବିନ୍ଦ୍ର ଜାଡେଜା ଓ ଡାୱନ୍‌ ବ୍ରାଭୋ ଉଭୟ ବ୍ୟାଟିଂ ଓ ବୋଲିଂ ପ୍ରଭାବ ପକାଇ ପାରିନାହାନ୍ତି । ଦୀପକ ଚୋହର୍‌ ଦଳ ପାଇଁ ପ୍ରାରମ୍ଭିକ ୱିକେଟ୍‌ ସଫଳତା ପ୍ରଦାନ କରିଥାନ୍ତି । ଭେଟରାନ୍‌ ହରଭଜନ ସିଂ ଓ ଇମ୍ରାନ୍‌ ତାହିର୍‌ ଦଳର ସ୍ପନି ବୋଲିଂ ଦାୟିତ୍ୱ ତୁଲାଇବେ । ଦଳରେ ମୁରଲୀ ବିଜୟ ଅତିରିକ୍ତ ବ୍ୟାଟ୍‌ସମ୍ୟାନ୍‌ ଭାବେ ରଖାଯାଇଛି,ଆବଶ୍ୟକ ପଡିଲେ ସୁଯୋଗ ପାଇପାରିବେ ।
ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ୍‌ ଡି’କକ୍‌(ୱିକେଟ୍‌ କିପର),ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍‌ କିଷାନ୍‌, ହାର୍ଦ୍ଦିକ୍‌ ପାଣ୍ଡ୍ୟା,କୁର୍ଣ୍ଣାଲ୍‌ ପାଣ୍ଡ୍ୟା, କିରୋନ୍‌ ପୋର୍ଲାଡ୍‌, ଜୟନ୍ତ ଯାଦବ, ବେନ୍‌ କୁଟିଂ, ରାହୁଲ ଚୋହର, ଜଶପ୍ରୀତ୍‌ ବୁମ୍‌ରା ଓ ଲସିତ୍‌ ମାଲିଙ୍ଗା ରହିଛନ୍ତି ।
ଚେନ୍ନାଇ ସୁପରକିଙ୍ଗ୍ସ: ଡୁପ୍ଳେସିସ୍‌, ସେନ୍‌ ୱାର୍ଟସନ୍‌, ସୁରେଶ ରାଇନା, ଅମ୍ବତି ରାୟୁଡୁ, ମହେନ୍ଦ୍ର ସିଂ ଧୋନି ( ଅଧିନାୟକ ଓ ୱିକେଟ୍‌କିପର), ଡାୱନ୍‌ ବ୍ରାଭୋ, ରବିନ୍ଦ୍ର ଜାଡେଜା,ହରଭଜନ ସିଂ, ଦୀପକ ଚୋହର, ସର୍ଦ୍ଦାଲ୍‌ ଠାକୁର ଓ ମୁରଲୀ ବିଜୟ, ଇମ୍ରାନ୍‌ ତାହିର୍‌ ରହିଛନ୍ତି ।
ସମୟ: ରାତ୍ର ୭.୩୦





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର

କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର

Read More...

୨୧ରୁ ଖୋଲିବ ନନ୍ଦନକାନନ

୨୧ରୁ ଖୋଲିବ ନନ୍ଦନକାନନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page