୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

June 04, 2019, ଓଡ଼ିଶା, , Anupambharat News Bureau


୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା
Anupambharat News Bureau
June 04, 2019

ଅନୁଗୋଳ,୪ା୬(ଅନୁପମ ମିଡିଆ): ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଏଦିଗରେ ୧୦୮ ଆମ୍ବୁଲାନ୍ସ ସେବା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଗ୍ରାମାଞ୍ଚଳର ଡ଼ାକ୍ତରଖାନାରୁ ଜିଲା ମୁଖ୍ୟ ଚିକିସିାଳୟ ଆଉ ସେଠାରୁ ପୁଣି କଟକ ବଡ଼ ଡ଼ାକ୍ତରଖାନାକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଗ୍ରାମାଞ୍ଚଳ ଭଳି ସହରାଞ୍ଚଳର ରୋଗୀମାନେ ମଧ୍ୟ ଏହି ଆମ୍ବୁଲାନ୍ସ ସୋବ ଦ୍ୱାରା ବେଶ ଉପକୃତ ହେଉଛନ୍ତି । ତେବେ ଠିକା ସଂସ୍ଥାର ଅବହେଳା ଯୋଗୁଁ ରୋଗୀମାନଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି । ଆମ୍ବୁଲାନ୍ସର କାଚ ଭାଙ୍ଗିଯିବା କାରଣରୁ ଜରିପାଳ ଦେଇ କାମ ଚଳାଯିବା ଭଳି ସାଂଘାତିକ ସ୍ଥିତି ଏବେ ସାମ୍‌ନାକୁ ଆସିଛି । ଅନୁଗୋଳ ଜିଲାରେ ମୋଟ ୧୭ଟି ୧୦୮ ଆମ୍ବୁଲାନ୍ସ ରହିଛି । ତେବେ ସେଥିରୁ ମାତ୍ର ୪ଟି ଆମ୍ବୁଲାନ୍ସରେ ଏସି କାମ କରୁଛି । ଅନ୍ୟ ଆମ୍ବୁଲାନ୍ସ ଗୁଡ଼ିକରେ ବିଭିନ୍ନ କାରଣରୁ ଅଚଳ ରହିଛି । କେତେକ ଆମ୍ବୁଲାନ୍ସରେ ବ୍ୟାପକ ଯାନ୍ତ୍ରିକ ତୃଟି ଲାଗି ରହିଛି । ୧୦୮ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱ ସରକାର ବିଭିନ୍ନ ଘରୋଇ କମ୍ପାନୀକୁ ଠିକା ସୂତ୍ରରେ ପ୍ରଦାନ କରିଛନ୍ତି । ଠିକା ସଂସ୍ଥାଗୁଡ଼ିକ ରୋଗୀ ସେବାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ନିଜର ଲାଭକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦୈନିକ ମଜୁରୀ ଭିତ୍ତିରେ ଡ଼୍ରାଇଭର, ଫାର୍ମାସିଷ୍ଟ, ସହାୟକ କର୍ମଚାରୀ ଆଦିକୁ ନିଯୁକ୍ତି କାର୍ଯ୍ୟ ଚଳାଉଛନ୍ତି । ପରିବହନ ନିୟମ ଅନୁଯାୟୀ ଗୋଟିଏ ଆମ୍ବୁଲାନ୍ସ ୫ବର୍ଷ ଚାଲିପାରିବ । କି;ୁ ଅନୁଗୋଳ ଜିଲାରେ ଥିବା ଅନେକ ଆମ୍ବୁଲାନ୍ସ ବହୁ ପୁରୁଣା । ପୁଣି ରକ୍ଷଣାବେକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ନିୟମିତ ବ୍ୟବଧାନରେ ମରାମତି ହେଉନାହିଁଃ ।ଏଭଳି ସ୍ଥିତିରେ ସେଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି । ଆମ୍ବୁଲାନ୍ସ ଗୁଡ଼ିକ ଭିତରେ ରୋଗୀଙ୍କ ଜୀବନ ରକ୍ଷାକାରୀ ମଧ୍ୟ ଖରାପ ହୋଇଗଲାଣି ।ଅକ୍ସିଜେନ, ମୁଭେବଲ, ଷ୍ଟ୍ରେଚର ସମେତ ଅନେକ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉନାହିଁ । ଅନେକ ସମୟରେ ଯାନ୍ତ୍ରିକ ତୃଟି ଯୋଗୁଁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ଯାଉଛି । ଏଭଳି ସ୍ଥିତିରେ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଘରେ ରହିବା ବି ଅସମ୍ଭାଳ ହୋଇପଡ଼ୁଥିବା ବେଳେ ବିନା ଏସିରେ ରୋଗୀମାନଙ୍କୁ ଆମ୍ବୁଲାନ୍ସରେ ନିଆଯାଉଛି । ଜରପଡ଼ା ଉପଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା (ଓଡ଼ି୦୨ଜେ-୩୬୨୩) ଆମ୍ବୁଲାନ୍ସରେ ସମ୍ମୁଖ ଭାଗର ଡ଼ୋରରେ କାଚ ଭାଙ୍‌ଗିଯାଇଛି । ଏସି ବି ଚାଲୁନାହିଁ । ଏଭଳି ସ୍ଥିତିରେ ଆମ୍ବୁଲାନ୍ସରେ ଜରି ବସ୍ତା ସହିତ ମୋଟା ପଟଇ ଦେଇ କାମଚଳା ଯାଉଛି । ଆମ୍ବୁଲାନ୍ସଗୁଡ଼ିକର ଏଭଳି ସମସ୍ୟା ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବି ଏଥିରେ ସୁଧାର ଆସୁନାହିଁ ବୋଲଇ ଅଭିଯୋଗ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

Read More...

ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

ସାବିତ୍ରୀ ଅମାବାସ୍ୟାରେ ସ୍ୱାମୀଙ୍କୁ ହରାଇଲେ ମହିଳା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page