ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

May 11, 2019, ଓଡ଼ିଶା, , Anupambharat News Bureau


ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ
Anupambharat News Bureau
May 11, 2019

ଅନୁଗୋଳ, ୧୧ା୫ (ଅନୁପମ ମିଡିଆ) : ନିଶା ଥାନା କଙ୍କରେଇ ଶାଳ ଜଙ୍ଗଲରେ ଏକ ଡ଼କାୟତି ଗ୍ୟାଙ୍ଗ ବନ୍ଧୁକ ମୁନରେ ଚାଳକଙ୍କୁ ଗଛରେ ବାନ୍ଧି ସୋରିଷତେଲ ବୋଝେଇ ପିକଅପ ଭ୍ୟାନ, ୫ହଜାର ଟଙ୍କା ଓ ମୋବାଇଲ ଲୁଟି ପାର ହୋଇଯାଇଛନ୍ତି । ଏହି ଘଟଣା ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ କନ୍ଦରପୁର ହଥାନା ସିଦ୍ଧେଶ୍ୱରପୁର ଗ୍ରାମର ଝାରେନ୍ଦ୍ର ଜେନା(୪୫) ଭଡ଼ାରେ କଟକ ମାଲଗୋଦାମରୁ ୧୪୦ କାର୍ଟୁନ ସୋରିଷତେଲନେଇ ରାଜ ଆଠଗଡ଼ ଦେଇ ଓଡ଼ି ୦୫-ଏଏ-୪୫୩୮ ନମ୍ବର ପିକଅପ ଭ୍ୟାନରେ ଦେବଗଡ଼ ଯାଉଥିଲେ । ରାତି ୧୦ଟାରେ ଅନୁଗୋଳ ଘୋଡ଼ାଛକରେ ଗାଡ଼ିକୁ ଅଟକାଇ ୩୦/୩୨ ବର୍ଷର ଅଜଣା ବ୍ୟକ୍ତି ଛେଣଶ୍‌ଡ଼ିପଦା ଯିବାକୁ କହିଥିଲେ । ତାଙ୍କୁ ଗାଡ଼ିରେ ବସାଇ ଯିବା ବାଟରେ ପରଙ୍ଗ ପିତାବଳୀ ଛକ ନିକଟରେ ତ୍ରିଶକ୍ତି ହୋଟେଲ ନିକଟରେ ଗାଡ଼ି ଅଟକାଇ ଝାରେନ୍ଦ୍ର ଖାଇଥିଲେ । ଖାଇସାରିବା ପରେ ଅଜଣା ବ୍ୟକ୍ତିଙ୍କ ସହିତ ଗାଡ଼ିରେ ଦେଗଡ଼ ଆଡ଼କୁ ଯାଉଥିବା ବେଳେ କଙ୍କରେଇ ନାଳ ନିକଟରେ ଏକ ନମ୍ବର ବିହୀନ ବଲେରୋ ପିଛା କରି ଝାରେନ୍ଦ୍ରଙ୍କ ଗାଡ଼ି ଆଗରେ ରଖି ଗାଡ଼ିକୁ ଅଟକାଇ ଥିଲେ । ବଲେରୋ ଭିତରୁ ୪ଜଣ ବାହାରି ନିଜକୁ ପୁଲିସ ପରିଚୟ ଦେଇ ଗାଡ଼ିକୁ ଯାଞ୍ଚ କରିଥିଲେ । ପରେ ପରେ ଜଣେ ହେଲମେଟ ପିନ୍ଧା ଯୁବକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖଣ୍ଡା, ଭୂଜାଲି ଓ ବନ୍ଧୁକ ଦେଖାଇ ସୋରିଷ ତେଲ ବୋଝେଇ ଗାଡ଼ିକୁ ୧୦୦ ମିଟର ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଚାଳକଙ୍କୁ ଏକ ଶାଳ ଗଛରେ ବାନ୍ଧି ୩ଜଣ ମୁଖାପିନ୍ଧି ଜଗି ରହିଥିବା ବେଳେ ପିକଅପ ଭ୍ୟାନ, ଗାଡ଼ି ଭିତରେ ଥିବା ୫ ହଜାର ଟଙ୍କା, ମୋବାଇଲ ଫୋନ ନେଇ ଅନୁଗୋଳ ଆଡ଼କୁ ପାର ହୋଇଯାଇଥିଲେ ।
୨ଘଣ୍ଟା ପରେ ଜଗି ରହିଥିବା ୩ଜଣ ବ୍ୟକ୍ତି ବନ୍ଧା ହୋଇଥିବା ଚାଳକ ଝାରେନ୍ଦ୍ରଙ୍କୁ ଛାଡ଼ି ପଳାଇବା ପରେ ରାତି ୩ଟାରେ କୌଣସିମତେ ଝାରେନ୍ଦ୍ର ହାତ ଖୋଲି ନିଶା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ନିଶା ପୋଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ସହାୟତାରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଛାନଭିନ କରିଥିଲେ । ମାତ୍ର ଡ଼କାୟତ ଦଳର କୌଣସି ସୁରାକ ମିଳି ପାରିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

୬ କୋଟି ଦେଲେ ମିଳୁଛି ଆପ୍‌ ଟିକେଟ୍‌

Read More...

ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page