ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

June 04, 2019, ଓଡ଼ିଶା, , Anupambharat News Bureau


ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ
Anupambharat News Bureau
June 04, 2019

ଜଳେଶ୍ୱର,୪ା୬ (ଅନୁପମ ମିଡିଆ): ସ୍ୱାମୀର ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ପାଳନ କରିଥାନ୍ତି ପବିତ୍ର ସାବିତ୍ରୀ ବ୍ରତ । ମାତ୍ର ଏହି ସାବିତ୍ରୀ ବ୍ରତ ଦିନ ବ୍ରତ ପାଳନ କରିଥିବା ନିଜର ସ୍ତ୍ରୀକୁ ମଦ୍ୟପ ସ୍ୱାମୀ ମରଣାନ୍ତକ ମାଡ ମାରି ଲହୁଲୁହାଣ କରିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଂଜି ଗ୍ରାମରେ । ବାଗପୁଂଜି ଗ୍ରାମର ଜନୈକ ହୋମଗାର୍ଡ ଲକ୍ଷ୍ମୀଧର ସିଂ ସାବିତ୍ରୀ ବ୍ରତ ଦିନ ମଦ୍ୟପାନ କରି ଘରକୁ ଫେରିବା ପରେ ସାବିତ୍ରୀ ବ୍ରତ ଭଳି ଦିନରେ ମଦ୍ୟପାନ କରି ଆସିଥିବାରୁ ସ୍ୱାମୀଙ୍କୁ ପତ୍ନୀ ଭାରତୀ ସିଂ ବିରୋଧ କରିଥିଲେ । ନିଜର ଭୁଲ ବୁଝିବା ପରିବର୍ତେ ସଂପୃକ୍ତ ସ୍ୱାମୀ ଲକ୍ଷ୍ମୀଧର ଉତ୍‌କ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ସ୍ତ୍ରୀର ମୁଣ୍ଡକୁ ପିଟି ରକ୍ତାକ୍ତ କରି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜଳେଶ୍ୱର ଭଟ୍ଟର ହସପିଟାଲରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ସଦର ମୁଖ୍ୟ ଚିକିସିାଳୟକୁ ପଠାଯାଇଛି । ଗ୍ରାମବାସୀମାନେ ଲକ୍ଷ୍ମୀଧରକୁ ଅଟକ ରଖି ନାମ୍ପୋ ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ଭଗବାନ ଦାସ ଘଟଣା ସ୍ଥଳରେ ପହଂଚି ଲକ୍ଷ୍ମୀଧରକୁ ଥାନାକୁ ଆଣିଥିଲେ । ଏହି ଘଟଣାରେ ଜଳେଶ୍ୱର ଆଇ.ଆଇ.ସି ଆକ୍ରମଣକାରୀ ସ୍ୱାମୀ ଲକ୍ଷ୍ମୀଧରକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହାତୀ ଆକ୍ରମଣରେ ବୃଦ୍ଧା ମୃତ

Read More...

ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page