ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

May 11, 2019, ଓଡ଼ିଶା, କେନ୍ଦ୍ରାପଡ଼ା, Anupambharat News Bureau


ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌
Anupambharat News Bureau
May 11, 2019

କେନ୍ଦ୍ରାପଡା ,୧୧ା୫ (ଅନୁପମ ମିଡିଆ): ଦିନ ଦ୍ୱିପ୍ରହରେ ଜନୈକ ପେନସନ ଭୋଗୀ ବୃଦ୍ଧାଙ୍କ ନିକଟରୁ ୫୦ ହଜାର ଟଙ୍କା ଲୁଟ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଜୟକୃଷ୍ଣପୁର ଗ୍ରାମର ସ୍ୱର୍ଗତ ଜଗବନ୍ଧୁ ଦାସଙ୍କ ବିଧବା ପତ୍ନୀ ଏବଂ ତାଙ୍କ ପୁଅ ଅର୍ନ୍ନ କୁମାର ଦାସ ଶୁକ୍ରବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ବିଧବା ମାଆଙ୍କୁ ସାଇକେଲରେ ବସାଇ ଯାଉଥିଲେ । ସ୍ଥାନୀୟ ଗରାପୁର କାଳୀ ମନ୍ଦିର ଛକ ନିକଟରେ ମାଆଙ୍କୁ ଶୋଷ ଲାଗିବାରୁ ପାଣି ପିଇବା ନିମନ୍ତେ ଜଳଖିଆ ଦୋକାନକୁ ସାଇକେଲ ରଖି ଯାଇଥିବା ବେଳେ ପୂର୍ବରୁ ପିଛା କରୁଥିବା ୨ ଜଣ ବାଇକ ଆରୋହୀ ଘଟଣାସ୍ଥଳରେ ପହଞ୍ଚି ଟଙ୍କା ବ୍ୟାଗ ଟିକୁ ଛଡାଇ ନେଇ କେଉଁ ଆଡେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଅର୍ନ୍ନ ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୋଲିସ ୧୨୮/୧୯ ରେ ଏକ ଲୁଟ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ ମଧ୍ୟ ଲୁଟ ହୋଇଥିବା ଟଙ୍କାର କୈାଣସି ସନ୍ଧାନ ମିଳି ନଥିବା ବେଳେ ଲୁଟେରାଙ୍କର ମଧ୍ୟ ପତ୍ତା ମିଳି ନଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

Read More...

ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page