ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

June 03, 2019, ଓଡ଼ିଶା, , Anupambharat News Bureau


ବିଦୁ୍ୟତ ଆଘାତରେ ଶ୍ରମିକ ମୃତ
Anupambharat News Bureau
June 03, 2019

ବ୍ୟାସନଗର,୩ା୬(ଅନୁପମ ମିଡିଆ):ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ନିମନ୍ତେ ଠିକା ନେଇଥିବା ଦିଲ୍ଲିପ ବିଲïକନ ନାମକ ଏକ କମ୍ପାନୀ ଠାରୁ ଲିଜ ନେଇଥିବା ଏକ ପେଟି କଂଟ୍ରାକଫର ଅଧିନରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକର ରବିବାର ରାତିରେ ବିଦୁ୍ୟତ ଆଘାତରେ ମୃତୁ୍ୟ ଘଟିଛି । ମିଳିଥିବା ସୁଚନାନୁସାରେ ଉକ୍ତ ଦିଲ୍ଲିପ ବିଲïକନ ଠାରୁ ଜାତୀୟ ରାଜପଥ ଉପରେ ଆବଶ୍ୟକୀୟ ଗଳି ପୋଲ ନିମ୍‌ର୍ାଣ କରିବାକୁ ଠିକା ନେଇଥିବା କୁଆଖିଆ ଥାନା ଅନ୍ତର୍ଗତ ରମେଶ ସ୍ୱାଇଁ ନାମକ ଜଣେ ଠିକାଦାର ଲିଜ ନେଇ କାର୍ଯ୍ୟ କରୁଥିଲା । ଉକ୍ତ ଠିକାଦାରର ଷଠିପୁର ନିକଟରେ ଏକ ଗଳି ପୋଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ଅପରାହ୍ନରେ ଝଡ଼ ବର୍ଷା ହେବାରୁ କାର୍ଯ୍ୟ ବନ୍ଦ ରହିଥିଲା । ନିର୍ମାଣ କାର୍ଯ୍ୟ ନିମନ୍ତେ ରଖା ଯାଇଥିବା ରଡ଼ ଓ ଷ୍ଟ୍ରକcର ନିର୍ମାଣ ନିମନ୍ତେ ଲୁହା ପାଇପକୁ ଚୋରିରୁ ରକ୍ଷା କରିବା ନିମନ୍ତେ ଠିକାଦାର ଜଣକ ରାତିରେ ଜେନେରେଟର ସପ୍ଲାଇରୁ ବିଦୁ୍ୟତ ଚାର୍ଯ୍ୟ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲା । ଫଳରେ ପ୍ରତିଦିନ କାମ ସରିବା ପରେ କର୍ମଚାରୀ ମାନେ ତଳେ ପଡ଼ିଥିବା ରଡ଼ ଓ ପାଇପ ବିଦୁ୍ୟତ ଚାର୍ଯ କରି ତାଙ୍କର ବ୍ରଜନଗର ଠାରେ ଥିବା କ୍ୟାମ୍ପକୁ ଚାଲି ଯାଉଥିଲେ । ମାତ୍ର ରବିବାର ରାତିରେ ସମସ୍ତ କର୍ମଚାରୀ ବିଦୁ୍ୟତ ଚାର୍ଯ କରି କ୍ୟାମ୍ପକୁ ଚାଲି ଯାଇଥିବା ବେଳେ ଅନ୍ୟ ଏକ ପୋଲ ନିର୍ମାଣରେ ନିୟୋଜିତ ଥିବା ତଥା ବିଦୁ୍ୟତ ଚାର୍ଯ ହୋଇଥିବା ବିଷୟରେ ଜାଣିନଥିବା ଝାଡ଼ଖଣ୍ଡର ବୁଧନ ନାମକ ଜଣେ ଶ୍ରମିକ କୈାଣସି କାର୍ଯ୍ୟରେ ଉକ୍ତ କ୍ୟାମ୍ପକୁ ଆସିଥିବା ବେଳେ ବିଦୁ୍ୟତ ଆଘାତ ପାଇ ତଳେ ପଡ଼ିଯାଇଥିଲେ । ବର୍ଷାରେ ମାଟି ଓଦା ଥିବାରୁ ଶ୍ରମିକ ଜଣକ ଆଘାତରୁ ମୁକୁଳି ନପାରି ଘଟଣାସ୍ଥଳରେ ହିଁ ମୃତୁ୍ୟ ବରଣ କରିଥିଲେ । ଉକ୍ତ କ୍ୟାମ୍ପରେ ନିୟୋଜିତ ସିକୁ୍ୟରିଟି ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଯଶୋଟିକିରୀ ଗ୍ରାମର ତରୁଣ କୁମାର ବେହେରା ରାତ୍ରୀ ଡ଼ିୟୁଟିରେ ଆସି ଘଟଣାସ୍ଥଳରେ ଜଣେ ଶ୍ରମିକ ମୃତୁ୍ୟ ବରଣ କରିଥିବାର ଦେଖି ଜୋରରେ ଚିଲ୍ଲାଇବାରୁ ସ୍ଥାନୀୟ ବ୍ୟକ୍ତି ମାନେ ପହଂଚି ପାଣିକୋଇଲି ଥାନାକୁ ଖବର ଦେଇଥିଲେ । ପରେ ଥାନାର ସବଇନିସପେକଫର କୈଳାସ ଚନ୍ଦ୍ର ଭୋଇ ଓ ଏଏସଆଇ ସଂଜୟ କୂୁମାର ଦାସଙ୍କ ପହଂଚି ଜେନେରେଟରରୁ ଚାର୍ଯ କରାଯାଇଥିବା ବିଦୁ୍ୟତ ସଂଯୋଗକୁ କାଟି ଉକ୍ତ ଶ୍ରମିକକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ମଧ୍ୟ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଉକ୍ତ ଶ୍ରମିକର ପରିବାର ଲୋକେ ସୁଦୁର ଝାଡ଼ଖଣ୍ଡ ରାଜ୍ୟରୁ ଆସୁଥିବାରୁ ପୁଲିସ ବ୍ୟବଚ୍ଛେଦ କରାଇ ନପାରି ଶବ ସଂରକ୍ଷଣ ଗୃହରେ ରଖିଛନ୍ତି ବୋଲି ଥାନାଧିବାରୀ ଅଜୟ କୁମାର ଜେନା ଜଣାଇଥିବା ବେଳେ ଅଭିଯୋଗ ଆସିବା ପରେ ତଦନ୍ତ କରି ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ କଂଟ୍ରାକଫର ଜଣକ କିପରି ନିଜ କର୍ମଚାରୀ ମାନଙ୍କୁ ରାତିରେ ତଳେ ପଡ଼ିଥିବା ରଡ଼ ଓ ପାଇପ ଗୁଡ଼ିକୁ ବିଦ୍ୟୁତ ଚାର୍ଯ କରିବା ଲାଗି ନିର୍ଦ୍ଦେଶ ଦେଇଥିଲା ତାହା ତଦନ୍ତ ହେବା ସହିତ ଉକ୍ତ କଂଟ୍ରାକଫର ରମେଶ ବିରୋଧରେ ହତ୍ୟା ମାମଲା ଋୁଜୁ କରିବାକୁ ଷଠିପୁର ଗ୍ରାମବାସୀ ଦାବି କରିଛନ୍ତି । ତେବେ ସଂଯୋଗ ବଶଃତ ଉକ୍ତ ନିର୍ମାଣଧିନ ପୋଲ ନିକଟରେ ସ୍ଥାନୀୟ ଅଧିବାସୀ ମାନଙ୍କ ଚାଷ ଜମି ଥିବା ବେଳେ କାହାର କିଛି କ୍ଷୟ କ୍ଷତି ଘଟିନାହିଁ ମାତ୍ର ସେମାନେ ମଧ୍ୟ ନିଜ ଜମିରେ ପାଦ ଦେବା ଲାଗି ଭୟ କରୁଛନ୍ତି । ଏ ସଂକ୍ରାନ୍ତରେ ଉକ୍ତ ଶ୍ରମିକକୁ ଦଶ ଲକ୍ଷ ଟଙ୍କାର କ୍ଷତିପୁରଣ ଓ କଂଟ୍ରାକଫର ବିରୋଧରେ ହତ୍ୟା ମାମଲା ଋୁଜୁ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେବା ଲାଗି ସାମାଜିକ କର୍ମୀ ତାରିଣୀ କୁମାର ପଟ୍ଟନାୟକ ଜାତୀୟ ମାନବଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

ସାବିତ୍ରୀରେ ଜଳିଲା ଜୁଇ, ବୋହୂକୁ ପୋଡି ମାରିଦେଲେ

Read More...

ଛାତ୍ରୀଙ୍କୁ ଅପହରଣ!

ଛାତ୍ରୀଙ୍କୁ ଅପହରଣ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page