ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

June 02, 2019, ଓଡ଼ିଶା, , Anupambharat News Bureau


ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା
Anupambharat News Bureau
June 02, 2019

ଭଞ୍ଜନଗର,୨ ।୬(ଅନୁପମ ମିଡ଼ିଆ): ରବିବାର ଅପରାହ୍ନରେ ଭଞ୍ଜନଗର ଏବଂ ଏହାର ଆଖପାଖ ଇଲାକାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଅପରାହ୍ନ ସାଢେ ୩ଟାରେ ଆକାଶରେ କଳାହାଣ୍ଡିଆ ମେଘ ଘଟିଆସବା ସହ ଘଡଘଡି ସହ ପ୍ରବଳ ବର୍ଷା ହେବାରେ ଲାଗିଥିଲା ।
ଏଥିସହିତ ବଜ୍ରାଘାତ ହେବାରୁ ଜଣେ ମହିଳା ଆହତ ହୋଇଛନ୍ତି । ତେବେ ବିଭିନ୍ନ ସ୍ଥାନରେ ପବନରେ ଟିଣ ଚଦର ଉଡି ୩ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଥିସହିତ କାଳ ବୈଶାଖୀ ପ୍ରଭାବରେ ବିଦୁ୍ୟତ୍‌ ତାର ଇନସୁ୍ୟଲେଟ୍‌ ଫାଟିବାରୁ ସହର ତଥା ଏହାର ଆଖାପାଖ ଅଞ୍ଚଳର ଶତାଧିିକ ଗ୍ରାମ ଅନ୍ଧାରରେ ରହିଛି ।
ରବିବାର ଅପରାହ୍ନ ସାଢେ ୩ଟାରେ ହଠାତ୍‌ କାଳବୈଶାଖୀ ପ୍ରଭାବରୁ ଘଡ଼ଘଡି ସହ ବର୍ଷାପବନ ମାଡି ଆସିଥିଲା । ଏହାପରେ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା । ଭାଲିଆଖାଇ ନିକଟରେ ବିଦୁ୍ୟତ୍‌ ତାରରେ ଥିବା ଇନସୁ୍ୟଲେଟ୍‌ ବଜ୍ରାଘାତ ପ୍ରଭାବରୁ ଫାଟି ଯିବାରୁ ଏଭଳି ସ୍ଥିତି ଉତ୍ପନ ହୋଇଥିବା ସାଉଥକୋ ନିର୍ବାହୀ ଯନ୍ତ୍ରୀ ଇଂ.ଲମ୍ବୋଦର ମିଶ୍ର ଉଲ୍ଲେଖ କରିଛନ୍ତି । ଏହି ସମୟରେ ପବନର ବେଗ ଧିରେ ଧିରେ ବଢ଼ିବାରୁ ଅଧିକାଂଶ ସ୍ଥାନରେ ଘରର ଟିଣ ଚଦର ଉଡାଇ ନେଇଛି । ସହରର ବାଇପାସ୍‌ ରାସ୍ତାରେ ଅନେକ ଗଛ ଉପୁଡି ପଡିଛି । ପାଇକରାପଲ୍ଲୀ ଗ୍ରାମର ପ୍ରକାଶ ବିଶୋୟୀ ନିଜ ଘରର ଛାତକୁ ଯାଇଥିବାବେଳେ ଟିଣ ଚଦର ଉଡିଆସି ତାଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେ ଛାତରୁ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେହିପରି ନୂଆଁଗାଁରେ ବବିତା ପ୍ରଧାନ ଓ ଭଞ୍ଜନଗର ସଦର ସତ୍ୟ ମହାପାତ୍ରଙ୍କ ଉପରେ ଟିଣ ଚଦର ଉଡି ଆସିପଡିବାରୁ ଏମାନେ ମଧ୍ୟ ଗୁରୁତର ଆହତ ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତନରଡା ଗ୍ରାମର ଅନୀତା ବେହେରା ଘର ବାରଣ୍ଡାରେ ବସିଥିବାବେଳେ ସେଠାରେ ବଜ୍ରାଘାତ ହୋଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅନୀତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ,  ଅନୁଭବଙ୍କୁ ଉପମୁଖ୍ୟ ସଚେତକ

ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ, ଅନୁଭବଙ୍କୁ ଉପମୁଖ୍ୟ ସଚେତକ

Read More...

ବଜ୍ରାଘାତ ନେଲା ଚାରି ଜୀବନ,  ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

ବଜ୍ରାଘାତ ନେଲା ଚାରି ଜୀବନ, ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page