ବିଜେପୁର ଛାଡ଼ିଲେ ନବୀନ

June 02, 2019, ଓଡ଼ିଶା, , Anupambharat News Bureau


ବିଜେପୁର ଛାଡ଼ିଲେ ନବୀନ
Anupambharat News Bureau
June 02, 2019

ଭୁବନେଶ୍ୱର,୨ ।୬(ଅନୁପମ ମିଡିଆ): ଚଳିତ ନିର୍ବାଚନରେ ଦୁଇଟି ବିଧାନସଭା ଆସନରୁ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି । ଫଳରେ ନବୀନ କେଉଁ ଆସନ ଛାଡିବେ ତାହାକୁ ନେଇ ଚାଲିଥିବା ଚର୍ଚ୍ଚାରେ ବିରାମ ଦେଇଛନ୍ତି । ବିଜେପୁରରୁ ଇସ୍ତଫା ସମ୍ପର୍କିତ ପତ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିକଟକୁ ପଠେଇ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗତ ଚାରି ପାଳିରେ ଗୋଟିଏ ହିଞ୍ଜିଳି ଆସନରୁ ହିଁ ଲଢ଼ିଥିଲେ । ତେବେ ପ୍ରଥମ ଥର ପାଇଁ ସେ ଦୁଇଟି ଆସନରେ ଚଳିତ ନିର୍ବାଚନରେ ଲଢ଼ିଥିଲେ ।
ପୂର୍ବ ହିଞ୍ଜିଳି ସମେତ ବିଜେପୁରରେ ନବୀନ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ଉଭୟ ଆସନରୁ ସେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହା ଫଳରେ ନବୀ ନକେଉଁ ଆସନ ଛାଡ଼ିବେ ତାକୁ ନେଇ ଚାଲିଥିବା ବ୍ୟାପକ ଚର୍ଚ୍ଚା । ତେବେ ଆଜି ନବୀନ ହିଞ୍ଜିଳି ଆସନକୁ ରଖିବା ସହ ବିଜେପୁରରୁ ଇସ୍ତଫା ଦେଇଛନ୍ତି । ଅପରପକ୍ଷରେ ବିଜେପୁର ବାସୀ ତାଙ୍କୁ ଭଲ ପାଇବା ଏବଂ ସମର୍ଥନ ଦେଇଥିବାରୁ ସେମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଖବର ନେବାରେ ଜଣାଯାଏ ଯେ, ନିର୍ବାଚନ ହୋଇପାରିନଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଏକା ସଙ୍ଗରେ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିଥିବା ସମ୍ପର୍କରେ ଆସନ୍ତା କାଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ଜଣାଇବେ । ଗତ ତିନି ଦିନ ତଳେ ମୁଖ୍ୟମନ୍ତ୍ରୀ ବିଜେପୁର ଲାଗି ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ପରେ ଏହି ଆସନକୁ ଛାଡିବା ନେଇ ବେଶ୍‌ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଚମ ଥର ପାଇଁ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଧିକ ଚାଷୀ ପରବାରକୁ ସାମିଲ କରିବା ସହ ମହିଳା ଏସଏଚଜି ଗ୍ରୁପଙ୍କୁ ୧ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଅନୁମୋଦନ କରିବା ପରେ ଗୂରୁବାର ବିଜେପୁର ଲାଗି ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଲାଗି ପ୍ୟାକେଜ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜ୍ରାଘାତ ନେଲା ଚାରି ଜୀବନ,  ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

ବଜ୍ରାଘାତ ନେଲା ଚାରି ଜୀବନ, ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

Read More...

ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page