ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

May 31, 2019, ଓଡ଼ିଶା, , Anupambharat News Bureau


ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ
Anupambharat News Bureau
May 31, 2019

ଭଦ୍ରକ,୩୧ା୫(ଅନୁପମ ମିଡିଆ): ଜାତୀୟ ରାଜପଥ ଯାତ୍ରା ଏବେ ନିରାପଦ ନୁହେଁ । ବାରମ୍ବାର ଘଟୁଥିବା ସଡକ ଦୁର୍ଘଟଣା ଯାତ୍ରୀମାନଙ୍କ ପାଇଁ ଏବେ କୋକୁଆଭୟ ସୃଷ୍ଟି କରୁଛି । ଜିଲା ଉପକଣw ଆଖୁଆପଦା ଠାରୁ ଅନ୍ୟ ସୀମା ରାଣୀତାଲ ପର୍ଯ୍ୟନ୍ତ ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଜିଲାକୁ ପରିକ୍ରମା କରିଛି । ଜିଲା ପରିକ୍ରମା କରିଥିବା ୩୭ କିଲୋମିଟର ଜାତୀୟ ରାଜପଥଟି ଏବେ ଦୁର୍ଘଟଣା ପ୍ରବଣ ପଥ ପାଲଟିଛି । ହେଲେ ଦୁର୍ଘଟଣା ପ୍ରବଣ ଇଲାକାରେ ସଚେତନତା ସୃଷ୍ଟି ପାଇଁ ଯେଉଁ ସବୁ ଭିତ୍ତିଭୂମି ଲୋଡା, ସେ ଦିଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଉପଯୁକ୍ତ ଦୃଷ୍ଟି ନଦେବା ଫଳରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଆବଶ୍ୟକ ମରାମତି ଅଭାବରୁ ଏବେ ବିପଦ ସଂକୁଳ ହୋଇପଡିଛି ରାଜପଥ । ବିଶେଷ କରି ଆଖୁଆପଦା ଠାରୁ ବହୁଦରଡା ପର୍ଯ୍ୟନ୍ତ ଜାତୀୟ ରାଜପଥର ଦୁଇପାଶ୍ୱର୍ ଦବି ଯାଇଛି । ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ସାଙ୍ଗକୁ ଯାତ୍ରୀ ତଥା ଯାନବାହନ ପାଇଁ ଟ୍ରାଫିକ୍‌ ସଂକେତ ବ୍ୟବସ୍ଥା ନଥିବାରୁ ଅନେକ ଦୁର୍ଘଟଣା ଘଟୁଛି । ରାଜପଥର ଏହି ଶୋଚନୀୟ ଦୂରାବସ୍ଥା ବର୍ଷରାଋତୁ ପାଇଁ ଯାତ୍ରୀ ତଥା ଯାନବାହନ ଗମନାଗମନ କ୍ଷେତ୍ରରେ ଅଧିକ ବିପଦ ସୃଷ୍ଟି କରିବ ବୋଲି ଗାଡିଚାଳକମାନେ କହୁଛନ୍ତି । ପ୍ରକାଶ ଯୋଗ୍ୟ, ଜିଲା ପରିକ୍ରମା କରିଥିବା ୩୭ କିମି ଜାତୀୟ ରାଜପଥରେ ୧୩ ଟି ଅଂଚଳକୁ ଦୁର୍ଘଟଣା ପ୍ରବଣ ଇଲାକା (ବ୍ଲାକ୍‌ ସ୍ପଟ) ଭାବେ ଜିଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଚିହ୍ନଟ କରିଛନ୍ତି । ଏହି ଦୁର୍ଘଟଣା ପ୍ରବଣ ଇଲାକାରେ ଯାତ୍ରୀ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏନ୍‌ଏଚ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବୈଠକ ବସୁଛି । କଡା ତାଗିଦ କରାଯାଉଛି । ତେବେ ବି କୌଣସି ସୁଫଳ ମିଳୁନାହିଁ । ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ୧୩ ଟି ଚିହ୍ନିତ ଦୁର୍ଘଟଣା ପ୍ରବଣ ଇଲାକାରେ ଅଣ୍ଡରପାସ୍‌, ଫୁଟ୍‌ ବ୍ରିଜ୍‌, ବାଇପାସ୍‌ ଓ ଓଭରବ୍ରିଜ୍‌ ନିର୍ମାଣ କରିବା ସହ ଟ୍ରାଫିକ୍‌ ସଂକେତ ପ୍ରଦର୍ଶନ ପାଇଁ ଦୁଇବର୍ଷ ଧରି ପତ୍ର ଜରିଆରେ ଜାତୀୟ ରାଜପଥ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରକ୍ଷା କରାଯାଇଆସୁଛି । ହେଲେ ଆଜି ଯାଏ ଏହାର ସୁଫଳ ମିଳିନାହିଁ । ଜିଲା ପୁଲିସ୍‌ ବିଭାଗର ସୂଚନା ଅନୁଯାୟୀ ଜିଲାରେ ୨୦୧୮ ମସିହାରେ ମୋଟ ୧୪୮ ଟି ଦୁର୍ଘଟଣା ଘଟିଥିଲା । ଏଥିରୁ ୮୯ ଟି ସଡକ ଦୁର୍ଘଟଣା କେବଳ ଜାତୀୟ ରାଜପଥରେ ଘଟିଛି । ଦୁର୍ଘଟଣାରେ ୬୧ ଜଣଙ୍କ ପ୍ରାଣ ହାନି ଘଟିବା ସହ ୫୩ ଜଣ ଗୁରୁତର ଓ ୪୧ ଜଣ ଆହତ ହୋଇଛନ୍ତି । ଏହି ସଡକ ଦୁର୍ଘଟଣାରେ ୨୫ ଲକ୍ଷ ୪୦ ହଜାର ଟଙ୍କାର ଧନସଂପତ୍ତି ନଷ୍ଟ ହୋଇଛି । ୨୦୧୭ ମସିହାରେ ଜିଲାରେ ୧୧୪ ଟି ସଡକ ଦୁର୍ଘଟଣା ଘଟିଥିଲା । ସେଥିରୁ ୯୨ ଟି ଜାତୀୟ ରାଜପଥରେ ଘଟିଥିବାବେଳେ ୪୦ ଜଣଙ୍କ ଜୀବନ ହାନୀ ହୋଇଥିଲା । ସେଥିରୁ ୫୫ ଜଣ ଗୁରୁତର ଓ ୫୧ ଜଣ ଆହତ ହୋଇଥିଲେ । ୨ ଲକ୍ଷ ୮୦ ହଜାର ଟଙ୍କାର ଧନ ସଂପତ୍ତି ନଷ୍ଟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

Read More...

 ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page