ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା , ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌

May 31, 2019, ଓଡ଼ିଶା, , Anupambharat News Bureau


ଟ୍ରେନ୍‌ରେ ମାତିଲେ ବିହାରୀ ଲୁଟେରା ,  ଇଣ୍ଟରସିଟି ଏକ୍ସପ୍ରେସ୍‌ରୁ ୧୨ ଭରି ଗହଣା ଲୁଟ୍‌
Anupambharat News Bureau
May 31, 2019

ବ୍ରହ୍ମପୁର,୩୦ ।୫ (ଅନୁପମ ମିଡ଼ିଆ) : ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ଗତକାଲି ଜଣେ ଯାତ୍ରୀଙ୍କର ୧୨ ଭରିରୁ ଉର୍ଦ୍ଧ୍ୱ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୨୦୧୨-୧୫ ମଧ୍ୟରେ ପୂର୍ବତଟ ରେଳପଥର ବିଭିନ୍ନ ଟ୍ରେନରେ ବିହାରର ମୁଙ୍ଗେର ଅଞ୍ଚଳର ଶତାଧିକ କୁଖ୍ୟାତ ବ୍ୟକ୍ତି ବୁଲି କ୍ରମାଗତ ଭାବେ ଅଭିନବ ଉପାୟରେ ତଥା ଯାତ୍ରୀଙ୍କ ବସିବା ସିଟର ଉପର ସିଟ୍‌ରେ ଥିବା ବ୍ୟାଗ, ସୁଟକେଶକୁ ଲକ୍ଷ୍ୟ କରିବା ଏବଂ ୩ ରୁ ୪ ଲୁଟେରା ଉକ୍ତ ବଗିରେ ଚଢ଼ି ଦୁଇ ଜଣ ସମ୍ପୃକ୍ତ ଯାତ୍ରୀଙ୍କ ସହ ବିଶ୍ୱାସ ଜନ୍ମାଇ କଥାବାର୍ତ୍ତା ଛଳରେ ଅନ୍ୟମନସ୍କ କରାଇବା ବେଳେ ଅନ୍ୟଦୁଇ ଜଣ ଉପର ସିଟରେ ଥିବା ଯାତ୍ରୀଙ୍କ ବାକ୍ସ କିମ୍ବା ସୁଟକେଶର ଚାବିକୁ ପେଚ ସ୍କୁî ରେ କୌଶଳ କ୍ରମେ ଖୋଲି ସେଥିରେ ଥିବା ସୁନାଗହଣା, ଦାମୀ ସାମଗ୍ରୀ ଲୁଟି ନେବା ପରେ ପୁଣି ତାଲାପକାଇ କୌଶଳ କ୍ରମେ ପରବର୍ତ୍ତୀ ଷ୍ଟେସନରେ ଚମ୍ପଟ ମାରିଥାନ୍ତି । ତେବେ ୨୦୧୫ ମସିହାରେ ଉକ୍ତ ଗ୍ୟାଙ୍ଗର ଦୁଇ ଗୋଷ୍ଠୀ ମଧ୍ୟରେ ଲାଞ୍ଜିପଲ୍ଲି ଜାତୀୟ ରାଜପଥ ଛକରେ ଗୁଳି ମାଡ ହୋଇ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିବା ପରେ ଉକ୍ତ ଘଟଣାରେ ପୋଲିସ ପ୍ରାୟ ଡଜନେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଥିଲେ । ଏହାପରେ ସେହିଭଳି ଘଟଣା ଆଉ ଘଟିନଥିବା ଜନୈକ ଜିଆରପି ଅଧିକାରୀ ସୂଚନା ଦେଇଥିବା ବେଳେ ଗତକାଲି ଏକ ବୈଦୁ୍ୟତିକ ଗଣମାଧ୍ୟମର ମହିଳା ଅଧିକାରୀଙ୍କ ସିଟ ଉପରେ ଥିବା ବ୍ୟାଗରୁ ୧୨ ଭରିରୁ ଉର୍ଦ୍ଧ୍ୱ ଗହଣା ଲୁଟି ନେଇଥିବା ଘଟଣା ପୁଣି ଆଲୋଚ୍ୟର ବିଷୟ ହୋଇପଡିଛି । ସୂଚନା ଯୋଗ୍ୟଯେ ଉକ୍ତ ମହିଳା ଅଧିକାରୀ ଜଣକ ଗତକାଲି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ବ୍ରହ୍ମwପୁର ଫେରୁଥିବା ଏବଂ ଉକ୍ତ ସମୟରେ ସେ ବସିଥିବା ସିଟ ଉପରେ ତାଙ୍କ ଏକ ଏୟାର ବ୍ୟାଗରେ ୧୨ ଭରିରୁ ଉର୍ଦ୍ଧ୍ୱ ଗହଣା ସହ ଏକ ପର୍ସ ଉପରେ ରଖିଥିଲେ । ଉକ୍ତ ସମୟରେ ଟ୍ରେନଟି ବାଲୁଗାଁ ଛାଡିଥିବା ଏବଂ ଚିଲିକା ଷ୍ଟେସନ ପହଞ୍ଚିବା ପୂର୍ବରୁ କୌଣସି ଦୁର୍ବୃତ୍ତ କୌଶଳ କ୍ରମେ ଉକ୍ତ ବ୍ୟାଗକୁ ଖୋଲି ଗହଣାତକ ଲୁଟିନେଇ ଚମ୍ପଟ ମାରିଥିବା ବ୍ରହ୍ମପୁର ଜିଆରପି ଥାନାରେ ଏକ ଅଭିଯୋଗ ହୋଇଛି । ଉକ୍ତ ଅଭିଯୋଗ ପାଇ ଜିଆରପି ପୋଲିସ ମାମଲାଟିକୁ ଖୋର୍ଦ୍ଦା ରୋଡ ଜିଆରପିକୁ ପଠାଇଦିଆଯାଇଥିବା ବ୍ରହ୍ମପୁର ଜିଆରପି ଥାନା ଆଇଆଇସି ସୁକାନ୍ତ କୁମାର ଭୋଇ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

ସ୍ୱ୍ୱାମୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ପତ୍ନୀ

Read More...

 ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

ଶିକ୍ଷକଙ୍କୁ ହତ୍ୟା ଘଟଣା: ସ୍ତ୍ରୀ, ପ୍ରେମିକ ଓ ସହଯୋଗୀ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page