ବୈତରଣୀ ବଞ୍ଚାଅ ଅଭିଯାନ

May 31, 2019, ଓଡ଼ିଶା, , Anupambharat News Bureau


ବୈତରଣୀ ବଞ୍ଚାଅ ଅଭିଯାନ
Anupambharat News Bureau
May 31, 2019

ବିରଜାକ୍ଷେତ୍ର ,୩୦ା୫ (ଅନୁପମ ମିଡିଆ): ଯାଜପୁରରେ ସ୍ୱଛ ବୈତରଣୀ ବଞ୍ଚାଅ ଅଭିଯାନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରଜା ସଂସ୍କୃତି ପ୍ରଚାର ସମିତି ବିରଜା କ୍ଷେତ୍ର, ଜଗନ୍ନାଥ ଚେତନା ଲୋକ ସଂଗ୍ରହ କାର୍ଯ୍ୟକ୍ରମ, ବିରଜା ସେବା ସମିତି, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ସହଜ ରାଜଯୋଗ ଓ ଆଧ୍ୟାତ୍ମିକ ଚେତନା, ଶ୍ୟାମଶ୍ୟାମା କମିଟି, ବୈତରଣୀ କୁମ୍ଭମେଳା ବିକାଶ ପରିଷଦ, ଆପେକ୍ସ ପରିବାର ପ୍ରମୁଖଙ୍କ ମିଳିତ ଉଦ୍ୟମରେ ବୈତରଣୀ ବଞ୍ଚାଅ ଅଭିଯାନ ଆରମ୍ଭ କରାଯାଇଛି । ଏହି ଉସିବକୁ ବିରଜା ମନ୍ଦିର ଟ୍ରଷ୍ଟି, ତଥା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉସିବକୁ ଉଦXାଟନ କରିଥିଲେ । ଉଦ୍‌ବୋଧନରେ କହିଥିଲେ ଯେ ବୈତରଣୀକୁ ସ୍ୱଛ ରଖିବା ପାଇଁ ମାନସୀକତାର ଆବଶ୍ରକତା ରହିଛି । ଆତ୍ମବିଶ୍ୱାସ ସୃଷ୍ଟି କରି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଶ୍ରୀ ଧଳ ଆହ୍ୱାନ ଦେଇଥିଲେ । ବିରଜା ସଂସ୍କୃତି ସମିତିର ସଭାପତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଭୂପତି ଭୂଷଣ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲା ସଂସ୍କୃତି ଅଧିକାରୀ ତଥା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ସଚିତାନନ୍ଦ ମହାରାଜ, ଉଦୟନାଥ ପର୍ବତ ମହାରାଜ, ପଣ୍ଡିତ ସୁବାଷ ପାଣି, ଆପେକ୍ସର ଅନିଲ ରାୟ, ସିଦ୍ଧଗିରୀ ଆଶ୍ରମ ମଠାଧିଷ ବିଶ୍ୱନାଥ ଦାସ ମହାରାଜ, ବିରଜା ପୂଜକ ମଣ୍ଡଳର ଆଜୀବନ ସଦସ୍ୟ ସୁବାଷ ପାଣି, ପର୍ଶୁରାମ ଦାସ ମହାରାଜ, ବିପିନ ବିହାରୀ ଧଳ, ବ୍ରାହ୍ମଣୀ ବଞ୍ଚାଅ ଅଭିଯାନର ଲୋକନାଥ ଦାସ ପ୍ରମୁଖ ଯୋଗଦେଇ ଏହା ଏକ ଅଭିନବ ପଦକ୍ଷେପ ବୋଲି ପ୍ରକାଶ କରିବା ସହିତ ସମସ୍ତ ନଦୀକୁ ସ୍ୱଛ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ହୁ୍ୟମାନ ଚେନ୍‌ ଦ୍ୱାରା ଏହି ସାମାଜିକ ବ୍ୟବସ୍ଥା କରାଗଲେ ସୁଫଳ ମିଳିବ ବୋଲି ମତପୋଷଣ କରିଥିଲେ । ଏହି ଉସିବ ପରେ ଦଶ୍ୱାଶ ମେଧ ଘାଟକୁ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇ ବଲ୍ଲଭିଘାଟ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରାଯାଇଥିଲା । ପ୍ରାରମ୍ଭରେ ବିରଜା ସଂସ୍କୃତି ପ୍ରଚାର ସମିତିର ସମ୍ପାଦକ ପ୍ରଭାତ କୁମାର ରାଉତରାୟ ଏହାର ଆଭିମୁଖ୍ୟ ଉପରେ ସୂଚନାଦେବା ସହିତ ଅତିଥି ପରିଚୟ ଓ ଶେଷରେ ଧନ୍ୟବାଦ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

Read More...

ଝିଅ ଖୋଜିଦେବା  କହି ଟଙ୍କା ଠକିନେଲେ

ଝିଅ ଖୋଜିଦେବା କହି ଟଙ୍କା ଠକିନେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page