ଭାରତ-ବାଂଲାଦେଶ ମୁକାବିଲା ଆଜି

May 28, 2019, କ୍ରୀଡ଼ା, , Anupambharat News Bureau


ଭାରତ-ବାଂଲାଦେଶ ମୁକାବିଲା ଆଜି
Anupambharat News Bureau
May 28, 2019

ନୂଆଦିଲ୍ଲୀ,୨୭ ।୫:ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅଭ୍ୟାସ୍‌ ମ୍ୟାଚ୍‌ ମଙ୍ଗଳବାର କାର୍ଡିଫ୍‌ ଠାରେ ଖେଳାଯିବ । ପ୍ରଥମ ଅଭ୍ୟାସ୍‌ ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତ ନିଜର ବ୍ୟାଟିଂଲାଇନ୍‌ ଅପ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ବଳରେ ନୁ୍ୟଜିଲାଣ୍ଡ ଠାରୁ ଭାରତ ପରାଜୟ ବରଣ କରିଥିଲା । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଅଭ୍ୟାସ୍‌ ମ୍ୟାଚ୍‌ରେ ଭାରତର ଟପ୍‌ ଅର୍ଡର୍‌ ବ୍ୟାଟ୍‌ସମ୍ୟାନ୍‌ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଅଭ୍ୟାସ୍‌ ମ୍ୟାଚ୍‌ରେ ଭାରତ ବ୍ୟାଟିଂ ଫ୍ଳପ୍‌କୁ ସୁଧାର କରିବାରେ ଉଦ୍ୟମ କରିବ ।
ବାଂଲ ।ଦେଶ ବିପକ୍ଷ ମ୍ୟାଚ୍‌ ଆକଳନ କରିବା ଏତେ ସହଜ ହେବନାହିଁ । ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ନୁ୍ୟଜିଲାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ୍‌ ମ୍ୟାଚ୍‌ରେ ଭାରତ ଆଶାଜନକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଭାରତ ସମସ୍ତ ୱିକେଟ୍‌ ୧୭୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ରବିନ୍ଦ୍ର ଜାଡେଜା ଏକମାତ୍ର ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ୨୦୧୧ ବିଶ୍ୱକପ୍‌ ଚାମ୍ପିଆନ୍‌ରେ ମଧ୍ୟ ରବିନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ଉନ୍ନତ ରହିଥିଲା । ଚଳିତ ବିଶ୍ୱକପ୍‌ ୨୦୧୯ ଆରମ୍ଭ ହେବା ପୂର୍ବରୁ ଭାରତ ବିପକ୍ଷ ଅଭ୍ୟାସ୍‌ ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି । ନିଜର ପ୍ରଦର୍ଶନରେ ସୁଧାର କରିବା ସହ ଉଦ୍ୟମ କରିବ । ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା । ଜାଡେଜାଙ୍କ ବ୍ୟତୀତ୍‌ ଅଲ୍‌ରାଉଣ୍ଡର ବ୍ୟାଟ୍‌ସମ୍ୟାନ୍‌ ହାର୍ଦ୍ଧିକ୍‌ ପାଣ୍ଡ୍ୟା ୩୦ ରନ୍‌ ଅଭ୍ୟାସ୍‌ ମ୍ୟାଚ୍‌ରେ ପ୍ରଦର୍ଶନ କରିଥିଲେ । କିନ୍ତୁ ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିନଥିଲା । ଓପନର୍‌ ରୋହିତ ଶର୍ମା ଓ ଶିଖର ଧାୱନ କେବଳ ଏକଅଙ୍କ ବିଶିଷ୍ଟ ରନ୍‌ ସଂଗ୍ରହ କରି ଶୀଘ୍ର ଆଉଟ୍‌ ହୋଇଥିଲେ ।
କୋହଲି ଓ ଧୋନି ଯଥାକ୍ରମେ ୧୮ ଓ ୧୭ ରନ୍‌ ପାଳି ଖେଳିଥିଲେ । ଲୋକେଶ ରାହୁଲ୍‌ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ନିରାଶ କରିଥିଲେ । ସେ ୧୦ଟି ବଲ୍‌ରେ କେବଳ ୪ରନ୍‌ କରି ଆଉଟ୍‌ ହୋଇଥିଲେ । ବୋଲିଂ ବିଭାଗରେ ଜଶପ୍ରୀତ୍‌ ବୁମ୍‌ରା ନିଜର ଚମତ୍କାର ପ୍ରଦର୍ଶନ ପ୍ରମାଣିତ କରିଛନ୍ତି । ଚାରି ଓଭର ବୋଲିଂ କରି କେବଳ ଦୁଇ ରନ୍‌ ପ୍ରଦାନ କରି ୱିକେଟ୍‌ ହାସଲ କରିଥିଲେ । ମହମ୍ମଦ ସାମି ଓ ସ୍ପିନର୍‌ ରବିନ୍ଦ୍ର ଜାଡେଜା ନିଜର ଚିରାଚିରତ ଢ଼ଙ୍ଗୀରେ ବୋଲିଂ କରିବା ସହ ଅଲ୍‌ରାଉଣ୍ଡର ବ୍ୟାଟ୍‌ସମ୍ୟାନ୍‌ ହାର୍ଦ୍ଧିକ୍‌ ପାଣ୍ଡ୍ୟା ଏବଂ ରିଷ୍ଟ ସ୍ପିନର୍‌ ଯୁଜବିନ୍ଦର ଚୋହଲ୍‌ ନିଜର ଉନ୍ନତ ବୋଲିଂ ବଳରେ ୱିକେଟ୍‌ ଅକ୍ତିଆର କରିଥିଲେ । ବିଶ୍ୱକପ୍‌ ପୂର୍ବରୁ ବାଂଲାଦେଶ ତ୍ରିରାଷ୍ଟ୍ରୀୟ ସିରିଜ୍‌ ଆୟର୍ଲାଣ୍ଡ, ଇଣ୍ଡିଜ୍‌ ବିପକ୍ଷରେ ଖେଳିଛି । ପ୍ରଥମଥର ପାଇଁ ବାଂଲାଦେଶ ତି୍ରରାଷ୍ଟ୍ରୀୟ ଟ୍ରଫି ବିଜୟୀ ହୋଇଛି । ବାଂଲାଦେଶର ଭେଟରାନ୍‌ ଖେଳାଳି ମୋର୍ତଜା ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ),ମହେନ୍ଦ୍ର ସିଂ ଧୋନି (ୱିକେଟ୍‌ କିପର), ରବିନ୍ଦ୍ର ଜାଡେଜା, ଶିଖର ଧାୱନ୍‌, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଯୁଜବିନ୍ଦର ଚୋହଲ, କୁଲଦୀପ୍‌ ଯାଦବ,ଲୋକେଶ ରାହୁଲ,ଜଶପ୍ରୀତ୍‌ ବୁମ୍‌ରା,ହାର୍ଦ୍ଧିକ୍‌ ପାଣ୍ଡ୍ୟା, କେଦାର ଯାଦବ ଓ ବିଜୟ ଶଙ୍କର ରହିଛନ୍ତି ।
ବାଂଲାଦେଶ ଦଳ: ମୁସାରେଫ୍‌ ମୋର୍ତଜା(ଅଧିନାୟକ), ମୁସ୍ତାଫିକୁର୍‌ ରୋହିମ୍‌ (ୱିକେଟ୍‌), ସାକିବ୍‌ ଉଲ୍‌ ହାସନ୍‌, ତମିମ୍‌ ଇକ୍‌ବାଲ୍‌, ମହମ୍ମଦୁଲ୍ଲା, ରୁବେଲ୍‌ ହୁସେନ୍‌, ମହମ୍ମଦ ମିଥୁନ୍‌, ସାବିର୍‌ ରେହମାନ୍‌, ସୌମ୍ୟ ସରକାର, ଅବୁ ଜୟଦ୍‌, ଲିଟନ୍‌ ଦାସ, ମୋସାଡେକ୍‌ ହୁସେନ, ମୁସ୍ତାଫିଜୁର୍‌ ରେହମାନ୍‌, ମେହଦି ହାସନ୍‌ ଓ ମହମ୍ମଦ ସାଇଫୁର୍ଦ୍ଦିନ୍‌ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

ବିଶ୍ୱକପ୍‌ ସୁଟିଂ: ସୌରଭଙ୍କୁ ସ୍ୱର୍ଣ୍ଣ

Read More...

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page