ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି

December 03, 2022, ଦେଶ, , Anupambharat News Bureau


ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି
Anupambharat News Bureau
December 03, 2022


ନୂଆଦିଲ୍ଲୀ: ଭାରତୀୟ ନ୍ୟାୟପାଳିକା ସଦାସର୍ବଦା ନିରପେକ୍ଷତାକୁ ନେଇ ଲୋକଙ୍କର ବିଶ୍ୱାସଭାଜନ ହୋଇଥାଏ । ଆଜିପର୍ଯ୍ୟନ୍ତ ଯଦିଓ ବିଳମ୍ବରେ ହେଲେ ମଧ୍ୟ ଭାରତୀୟ ନ୍ୟାୟପାଳିକା ପ୍ରଭାବିତ ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଏହାର ନ୍ୟାୟିକ ବ୍ୟବସ୍ଥାକୁ ଜାରି ରଖିଛନ୍ତି । ତେବେ ଭାରତର ଉପରାଷ୍ଟ୍ରପତି ବିଚାର ବ୍ୟବସ୍ଥା ଉପରେ ଏକ ମନ୍ତବ୍ୟ ଦେଇ ଆଜି ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି । ଉପରାଷ୍ଟ୍ରପତି ଜଗଦିଶ ଧନକଡ଼ କହିଛନ୍ତି ଯେ, ଅତ୍ୟନ୍ତ ସମ୍ବେଦନଶୀଳକ ତଥା ଗମ୍ଭୀର ମାମଲାରେ ଅଧିକ ଚର୍ଚ୍ଚା ହେଉନାହିଁ । ଏନେଇ ସେ ପ୍ରଶ୍ନ ଉଠାଇଛନ୍ତି । ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଜଜ୍‌ ନିଯୁକ୍ତି ପ୍ରକ୍ରିୟାକୁ ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରିଛନ୍ତି ଉପରାଷ୍ଟ୍ରପତି ଧନଖଡ । ନ୍ୟାୟିକ ନିଯୁକ୍ତି ଆୟୋଗ ଅଧିନିୟମକୁ ସୁପ୍ରିମକୋର୍ଟ କେଲଜିୟମ ରଦ୍ଦ କରିଛନ୍ତି । ହେଲେ ଏହା ଉପରେ ସଂସଦରେ କୌଣସି ଚର୍ଚ୍ଚା ହୋଇନାହିଁ । ଏହା ଏକ ଗମ୍ଭୀର ମାମଲା ବୋଲି କହିଛନ୍ତି ଧନକଡ କହିଛନ୍ତି । ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାକୁ ନେଇ କିଛି ଦିନ ହେଲା ଚର୍ଚ୍ଚା ଜାରି ରହିଛି । ଦେଶର ଆଇନ ମନ୍ତ୍ରୀ କଲେଜିୟମକୁ ଖୁବ୍‌ ଆଲୋଚନା କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି ଯେ, ସଂସଦ ଦ୍ୱାରା ପାରିତ ଆଇନ, ଯାହା ଦେଶବାସୀଙ୍କ ଇଚ୍ଛାକୁ ଦର୍ଶାଉଛି, ତାକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଛନ୍ତି । ହେଲେ କେଉଁ କାରଣରୁ ଆଇନକୁ ରଦ୍ଦ କରିଛନ୍ତି ଏବାବଦରେ କୌଣସି ତଥ୍ୟ ନାହିଁ । ଏକ ସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଉପରାଷ୍ଟ୍ରପତି । ୨୦୧୫-୧୬ ମସିହାରେ ସଂସଦ ଦ୍ୱାରା ଏନଜେଏସି ଅଧିନିୟମ ପାରିତ ହୋଇଥିଲା । ଦେଶବାସୀଙ୍କ ଇଚ୍ଛାକୁ ସମ୍ବିଧାନିକ ପ୍ରସ୍ତାବନା ମାଧ୍ୟମରେ ପରିବର୍ତ୍ତନ କରାଯାଇଥିଲା । ହେଲେ ଏନଜେଏସି ଅଧିନିୟମକୁ ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ କହିବା ସହିତ ଏହାକୁ ରଦ୍ଦ କରିଦେଇଛନ୍ତି । ସାରା ବିଶ୍ୱରେ ଏଭଳି କେଉଁଠି ଉଦାହରଣ ନାହିଁ ଯେଉଁଠି ସମ୍ବିଧାନକୁ ରଦ୍ଦ କରାଯାଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ

ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ

Read More...

ସଡକ ଦୁର୍ଘଟଣାରେ ଚାରି ମୃତ

ସଡକ ଦୁର୍ଘଟଣାରେ ଚାରି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page