କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା

November 27, 2022, ଓଡ଼ିଶା, , Anupambharat News Bureau


କେନ୍ଦୁପତ୍ର ତୋଳାଳୀ ପାଇଲେ ହଜାରେ ଟଙ୍କା
Anupambharat News Bureau
November 27, 2022


ଭୁବନେଶ୍ୱର , ୨୭ା୧୧ (ଅନୁପମ ମିଡିଆ): ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀକାଳୀନ ସହୟତା ଭାବରେ ତୋଳାଳୀ ୧୦୦୦ ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି ୧୫୦୦ ଟଙ୍କା । ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତା କୁ ୪୩ କୋଟି ଟଙ୍କା ଦିଆଗଲା । ଡିବିଟି ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ୟାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ୟ କେନ୍ଦୁପତ୍ର କର୍ମଚାରୀ ମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦୁପତ୍ର ହେଉଛି ଗରିବ ଲୋକ ର ଦାନା ପାଣିର କଥା । ତେଣୁ ତା ଉପରେ ୧୮% ଜିଏସଟି କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ ।ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀ ମାନଙ୍କୁ ଆଜି ସହାୟତା ବଂଟନ କରାଯାଇଥିଲା .ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ,ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ଙ୍କ କଲ୍ୟାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗ ର ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ , ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ୱର ଶବର ଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ । ପିସିସିଏଫ କେନ୍ଦୁପତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
---------





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ

Read More...

ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ

ପ୍ରଶଂସାରେ ପୋତିଲେ ଋାଷ୍ଟ୍ରପତି : ଶିକ୍ଷକ, ଡାକ୍ତର ଓ ଓକିଲ ଲୋକଙ୍କ ପାଇଁ ଭଗବାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page