ଆଜିଠୁ ମାଟ୍ରିକ ଏସଏ-୧ ପରୀକ୍ଷା

November 22, 2022, ଓଡ଼ିଶା, , Anupambharat News Bureau


ଆଜିଠୁ ମାଟ୍ରିକ ଏସଏ-୧ ପରୀକ୍ଷା
Anupambharat News Bureau
November 22, 2022


କଟକ, ୨୨ା୧୧(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟର ପ୍ରଥମ ସମ୍ମେଟିଭ ଆସେସମେଣଫ ପରୀକ୍ଷା ଆସନ୍ତା କାଲିଠାରୁ ଆରମ୍ଭ ହେବ । ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ନୋଡାଲ ସେଣ୍ଟର ମାନଙ୍କୁ ପ୍ରଶ୍ନ ପତ୍ର ପଠାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି । ବୋର୍ଡସ୍ତରୀୟ ଜିଲ୍ଲା ଶିକ୍ଷା ଅଧିକାରୀସ୍ତରୀୟ ବ୍ୟବସ୍ଥା କରାଯାଇଛି । ସେହିପରି ପୂର୍ବରୁ ଯେଉଁ ସବୁ ସେଣ୍ଟରରେ କପି ହେଉଥିବାର ନଜିର ରହିଛି । ସେଠି କପି ରୋକିବା ପାଇଁ ଅବଜରଭର ରଖାଯାଇଛି । ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ହୋଇଥିବା କେନ୍ଦ୍ରରେ ଏହି ପରୀକ୍ଷା ଦେବେ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିବ । କିନ୍ତୁ କେବଳ ଗଣିତ ପାଇଁ ଅତିରିକ୍ତ ୧୫ ମିନିଟ ରହିବ । ସକାଳ ୯ଟା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ୯ଟା ୪୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ । ପ୍ରତି ବିଷୟରୁ ୮୦ ନମ୍ବର(୫୦ ଅବଜେକଫିଭ ଓ ୩୦ ସବଜେକଫିଭ) ପରୀକ୍ଷା ହେବ । ସମସ୍ତ ବିଷୟରେ ରେଗୁଲାର, ଏକ୍ସ ରେଗୁଲାରର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିବ । ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ଏହା ୩୦୨୯ଟି ପରୀକ୍ଷା କେନ୍ଦ୍ରରେ ହେବ । ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି କେନ୍ଦ୍ରରେ ନୋଡାଲ ସେଣଫର କରାଯାଇଛି । ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ୩୬ଟି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ୭୪ଟି ସ୍କ୍ୱାଡ୍‌ ଗଠନ କରାଯାଇଛି । ନୋଡା ସେଣଫରରୁ କେନ୍ଦ୍ରକୁ ପ୍ରଶ୍ନପତ୍ର ପହଞ୍ଚାଇବା ପାଇଁ ୭୬୧ଟି ଡେସପାଚ୍‌ ଟିମ ଗଠନ କରାଯାଇଛି । ସେହିପରି ମଧ୍ୟମାରେ ୨୯୧୪ ଜଣ ଫର୍ମ ପୂରଣ କରିଥିବା ବେଳେ ଏହା ୧୦୮ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ।
ସେହିଭଳି ରାଜ୍ୟ ମୁକ୍ତ ବିଦ୍ୟାଳୟରରେ ୭୧୮୧ ଜଣ ଫର୍ମ ପୂରଣ କରିଥିବା ବେଳେ ଏହା ୧୪୬ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ବୋଲି ବୋର୍ଡ ଉପ ସଭାପତି ଡ. ନିହାର ରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍‌ କରାଯାଇଛି । ଯେଉଁଥିରେ କନ୍ଧମାଳ ୭ଟି, ମାଲକାନଗିରି ୧୦ଟି, କୋରାପୁଟର ୫ଟି ଥାନାକୁ ସାମିଲ କରାଯାଇଛି । ଚଳିତବର୍ଷ ସ୍କୁଲଠାରୁ ୧୦ କିମି ଭିତରେ ସବୁ ସେଣ୍ଟର କରାଯାଇଥିବା ବୋର୍ଡ ଉପ ସଭାପତି ମହାନ୍ତି ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବିଧାନସଭା ଅଧିବେଶନ  :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଆଜିଠୁ ବିଧାନସଭା ଅଧିବେଶନ :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

Read More...

୨୫ କୋଟିର ଛ’ ପ୍ରକଳ୍ପ ଲୋକାର୍ପିତ : ମାଲକାନଗିରି ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର: ନବୀନ

୨୫ କୋଟିର ଛ’ ପ୍ରକଳ୍ପ ଲୋକାର୍ପିତ : ମାଲକାନଗିରି ସବୁବେଳେ ମୋ ପାଇଁ ସ୍ୱତନ୍ତ୍ର: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page