ଦୁଷ୍କର୍ମ ମାମଲାରେ ‘ଟୁ-ଫିଙ୍ଗର୍‌ ଟେଷ୍ଟ ବନ୍ଦ କର’

October 31, 2022, ଦେଶ, , Anupambharat News Bureau


ଦୁଷ୍କର୍ମ ମାମଲାରେ  ‘ଟୁ-ଫିଙ୍ଗର୍‌ ଟେଷ୍ଟ ବନ୍ଦ କର’
Anupambharat News Bureau
October 31, 2022


ନୂଆଦିଲ୍ଲୀ: ଭାରତର ସମ୍ବିଧାନରେ ଲିପିବଦ୍ଧ ଆଇନ ଅନୁଯାୟୀ କୌଣସି ମହିଳାଙ୍କ ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ମାମଲାରେ ଅପରାଧ ହୋଇଛି କି ନାହିଁ ଏ ସମ୍ପର୍କରେ ସୁନିଶ୍ଚିତ ହେବା ପାଇଁ ଦେଶରେ ଜାରି ରହିଥିବା ‘ଟୁ ଫିଙ୍ଗର ଟେଷ୍ଟ’ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରି ଏହାକୁ ବନ୍ଦ କରାଇବା ନିମନ୍ତେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନାରୀମାନଙ୍କର ବିଗତ ଯୌନ ସମ୍ପର୍କ ର୍ନିଦ୍ଧାରଣ କରିବା ନିମନ୍ତେ ଏହି ପରୀକ୍ଷାର ବିଜ୍ଞାନ ସମ୍ମତ ନୁହେଁ, ବରଂ ଏହା ସେମାନଙ୍କୁ ପୁଣି ମାନସିକ ଆଘାତ ଦେଉଛି । ଯଦି କେହି ପୀଡ଼ିତାଙ୍କ କ୍ଷେତ୍ରରେ ‘ଟୁ-ଫିଙ୍ଗର୍‌ ଟେଷ୍ଟ୍‌’ କରନ୍ତି ତେବେ, ସେ ଅସଦାଚରଣ କରିଛନ୍ତି ବୋଲି ଦୋଷୀ ସାବ୍ୟସ୍ତ ହେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ତା’ ସହ ଦୁଷ୍କର୍ମ କରାଯାଇଛି ବୋଲି ଜଣେ ନାରୀ କହୁଥିବା ବେଳେ ତାଙ୍କୁ ବିଶ୍ୱାସ ନ କରିବା ହେଉଛି ପୁରୁଷମାନଙ୍କ ପୁରୁଷ ନିୟନ୍ତ୍ରିତ ସମାଜ ଓ ନାରୀମାନଙ୍କ ପ୍ରତି ଅସହିଷ୍ଣìତା ମନୋଭାବର ଅଭିବ୍ୟକ୍ତି । ବିଚାରପତି ଡି. ୱାଇ.
ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମ୍‌ କୋର୍ଟ ଉପରୋକ୍ତ କଥା କହିଛନ୍ତି । ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପରେ ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଞ୍ଚଳିକ ଭାଷାରେ ଡାକ୍ତରୀ ପଢା :ନିଯୁକ୍ତି ସୁଯୋଗ ସଙ୍କୁଚିତ ଆଶଙ୍କା

ଆଞ୍ଚଳିକ ଭାଷାରେ ଡାକ୍ତରୀ ପଢା :ନିଯୁକ୍ତି ସୁଯୋଗ ସଙ୍କୁଚିତ ଆଶଙ୍କା

Read More...

ଭୁବନେଶ୍ୱରରୁ ଜୟପୁର ଉଡ଼ିଲା ବିମାନ

ଭୁବନେଶ୍ୱରରୁ ଜୟପୁର ଉଡ଼ିଲା ବିମାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page