ବାଣ ଭିଡ଼ିବା ବେଳେ ବିସ୍ପୋରଣ, ଯୁବକ ମୃତ

October 29, 2022, ଓଡ଼ିଶା, , Anupambharat News Bureau


ବାଣ ଭିଡ଼ିବା ବେଳେ ବିସ୍ପୋରଣ, ଯୁବକ ମୃତ
Anupambharat News Bureau
October 29, 2022



ଖଲ୍ଲିକୋଟ, ୨୯ା୧୦(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଅରବିନ୍ଦ ନଗରରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । କରଣ ସାହି ଶେଷରେ ଥିବା ଅରବିନ୍ଦ ନଗରରେ ରହୁଥିବା ଜଣେ ଯୁବକ ଆଜି ସକାଳ ସାଢ଼େ ୭ଟାରେ ବାଣ ଭିଡ଼ୁଥିବା ସମୟରେ ଅସାବଧାନତା ଯୋଗୁଁ ବିସ୍ପୋରଣ ଘଟି ଯୁବକ ଜଣଙ୍କ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିଲେ ।
ମୃତ ଯୁବକ ଜଣକ ଅବସର ପ୍ରାପ୍ତ ଶିକ୍ଷକ ଭାସ୍କର ପ୍ରଧାନଙ୍କ ପୁଅ ଜିତେନ୍ଦ୍ର କୁମାର ପ୍ରଧାନ (୩୦)ବୋଲି ଜଣାପଡ଼ିଛି । ଖବର ପାଇ ଖଲ୍ଲିକୋଟ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ବୋମ ସ୍କ୍ୱାର୍ଡ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତାଙ୍କ ଘର ଭିତରୁ ପୋଲିସ ବିପୁଳ ପରିମାଣର ବାରୁଦ ସହ ବାଣ ତିଆରି ସରଞ୍ଜାମ ଜବତ କରିଛି । ଏତେ ମାତ୍ରାରେ ବାରୁଦ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ତଦନ୍ତ କାରୀ ଟିମ । ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାଶ୍ୱର୍ରେ ଥିବା ତିନି ମହଲା ବିଶିଷ୍ଟ ଛାତ ଘରର ତୃତୀୟ ମହଲାରେ ଜିତେନ୍ଦ୍ର ବାଣ ତିଆରି କରୁଥିବା ସମୟରେ ବିସ୍ପୋରଣ ଘଟିଥିଲା । ବିସ୍ପୋରଣରେ ଜିତେନ୍ଦ୍ରଙ୍କ ଗୋଟିଏ ହାତ ଛିଡି ଯାଇଥିବା ବେଳେ ଛାତି ଓ ମୁହଁ କ୍ଷତିଗ୍ରସ୍ତ ହୋଇଛି । ଘର ଭିତରଟି ଏକ ସୁଡ଼ଙ୍ଗ ଭଳି ହୋଇଥିବା ବେଳେ ତିନି ମହଲା ବିଶିଷ୍ଟ ତଳ ଘରେ ଭାସ୍କର ପ୍ରଧାନଙ୍କ ପରିବାର ରହୁଥିବା ବେଳେ ଦ୍ୱିତୀୟ ମହଲାରେ ପ୍ରାୟ ୩୦ ରୁ ୩୫ ଜଣ କଲେଜ ଛାତ୍ର ଭଡାରେ ରହୁଥିଲେ । ତୃତୀୟ ମହଲାରେ ବିସ୍ପୋରଣ ଘଟିଥିଲା ବେଳେ ତଳ ଘର ଗୁଡିକ କୌଣସି କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟ ଓ ଭଡା ରେ ରହୁଥିବା କଲେଜ ଛାତ୍ର । ପୋଲିସ ବର୍ତ୍ତମାନ ଘରକୁ ଖାଲି କରି ନିଜ ସୁରକ୍ଷା ବଳୟରେ ରଖିଥିଲା । ବିଭିନ୍ନ ଯାନୀ ଯାତ୍ରା, ବାହାଘର ଓ ଉତ୍ସବରେ ବାଣ ଫୁଟାଇବା ପାଇଁ ଜିତେନ୍ଦ୍ର ବାଣ ଯୋଗାଉଥିଲେ ବୋଲି ଜଣାପଡିଛି । ଗତ ୫/୭ ବର୍ଷ ଧରି ସେ ଏହି ଘରେ ବାଣ ତିଆରି କରି ସପ୍ଲାଇ କରୁଥିଲେ । ବିପଦ ପୂର୍ଣ୍ଣ ଭାବେ ଘରେ ଏତେ ସଂଖ୍ୟକ ବାରୁଦ ଜମା କରି ତାହା ପୁଣି ନିଜ ପରିବାର ସଦସ୍ୟଙ୍କ ସହ ଭଡା ରେ ୩୦/୩୫ ଜଣ କଲେଜ ଛାତ୍ରଙ୍କୁ ରଖି ବାଣ ତିଆରି କରୁଥିବା ବେଳେ କେହି କେମିତି ଜାଣି ପାରିନାହାନ୍ତି । ଦୀର୍ଘ ଦିନ ଧରି ଖଲ୍ଲିକୋଟର ମୁଖ୍ୟ ରାସ୍ତା କଡରେ ଦୁଇଟି ଶିକ୍ଷାନୁଷ୍ଠାନ ମଝିରେ ଥିବା ଏକ ଘରେ ଏତେ ବଡ ଧରଣର ବାଣ ତିଆରି ହେଉଥିବା ବେଳେ ପୋଲିସ କିପରି ଜାଣି ପାରୁ ନ ଥିଲା ତାହାକୁ ନେଇ ସାଧାରଣ ରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖଲ୍ଲିକୋଟ ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲା । ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୨/୨୦୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଥିବା କହିଛନ୍ତି ଏସଆଇ ଅମ୍ବିକା ବେଣିଆ । ଅପରାହ୍ନ ରେ ଜିତେନ୍ଦ୍ରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଛି । ଗତକାଲି ଦୁର୍ଘଟଣାରେ ଖଲ୍ଲିକୋଟ ଅଞ୍ଚଳର ୨ ଜଣ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ବ୍ରହ୍ମପୁରରେ ଚିକିତ୍ସିତ ହେଉଥିବା ଟ୍ରକ ଡ୍ରାଇଭର ସି;ୁ ୟାଦବର ଆଜି ମୃତୁ୍ୟ ଘଟିଛି । ତେବେ ଆଜି ପୁଣି ଜଣେ ଯୁବକଙ୍କ ଏଭଳି ମୃତୁ୍ୟରେ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌  ଅବଧି ଆଉ ମାସେ ବଢିଲା

ହାଇ ସିକୁ୍ୟରିଟି ନମ୍ବର ପ୍ଳେଟ୍‌ ଅବଧି ଆଉ ମାସେ ବଢିଲା

Read More...

୪୮୮ କୋଟିର ନୂଆ ପ୍ରକଳ୍ପର ଶୁଭାରମ୍ଭ : ପଦ୍ମପୁର ଓଡ଼ିଶାର ଭାତହାଣ୍ଡି: ମୁଖ୍ୟମନ୍ତ୍ରୀ

୪୮୮ କୋଟିର ନୂଆ ପ୍ରକଳ୍ପର ଶୁଭାରମ୍ଭ : ପଦ୍ମପୁର ଓଡ଼ିଶାର ଭାତହାଣ୍ଡି: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page