ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ

October 29, 2022, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଟ୍ୱିଟରରୁ ତଡ଼ାଖାଇଲେ ପରାଗ, ମସ୍କ ନୂଆ ମାଲିକ
Anupambharat News Bureau
October 29, 2022


ନୂଆଦିଲ୍ଲୀ : ଲୋକପ୍ରିୟ ସୋସିଆଲ ମିଡିଆ ସଂସ୍ଥା ଟ୍ୱିଟରକୁ ବିଶ୍ୱର ଏକ ନମ୍ବର ଧନୀ ଏଲନ୍‌ ମସ୍କ ୪୪୦୦ କୋଟି ଡଲାରରେ କିଣିଛନ୍ତି ।ଚ ଏଥି ସହିତ ମସ୍କ ଜଣାଇଛନ୍ତି ଯେ ଦି ବାର୍ଡ ଇଜ୍‌ ଫ୍ରି । (ବିହଙ୍ଗ ଏବେ ମୁକ୍ତ) । ଟ୍ୱିଟରର ନୀଳ ରଙ୍ଗର ଚେଇ ଲୋଗୋକୁ ଇଙ୍ଗିତ କରି ସେ ଏହା ଲେଖିଛନ୍ତି । କଂପାନିର ମଙ୍ଗ ସମ୍ଭାଳିବା ପରେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଇଓ ପଦରୁ ପରାଗ ଅଗ୍ରୱାଲ୍‌, ଆଇନ ଓ ନୀତି ମୁଖ୍ୟ ବିଜୟ ଗାଡେ, ମୁଖ୍ୟ ବିତ୍ତ ଅଧିକାରୀ ନେଡ୍‌ ସେଗଲ ଏବଂ ଜେନେରାଲ୍‌ କାଉନ୍ସେଲ୍‌ ସିନ୍‌ ଏଡେVଟ୍‌ଙ୍କୁ କଂପାନିରୁ ବିଦା କରିଛନ୍ତି । ପରାଗ ଓ ସେଗଲଙ୍କୁ କଂପାନି କାର୍ଯ୍ୟାଳୟରୁ ତଡ଼ି ଦିଆଯାଇଥିଲା । ସୁରକ୍ଷା କର୍ମୀଙ୍କ ଗହଣାରେ ଉଭୟଙ୍କୁ ଅଫିସ ବାହାରେ ଛଡ଼ାଯାଇଥିଲା ବୋଲି କୁହାଯାଉଛି ।
ମସ୍କ ଟ୍ୱିଟରକୁ କିଣିଲେ ପରାଗଙ୍କ ଚାକିରି ଯିବା ଏକ ପ୍ରକାର ନିଶ୍ଚିତ ଥିଲା । ନକଲି ଆକାଉଣ୍ଟ୍‌ ପ୍ରସଙ୍ଗକୁ ନେଇ ପରାଗଙ୍କ ସହ ମସ୍କଙ୍କ ମତଭେଦ ରହିଥିଲା । ଆଇଆଇଟି ବମ୍ବେ ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପିଥିବା ପରାଗଙ୍କୁ ୨୦୨୧ ନଭେମ୍ବରରେ ଟ୍ୱିଟରର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା । ନିଯୁକ୍ତି ନିୟମ ଅନୁସାରେ ପରିଚାଳନା କର୍ତ୍ତୃପକ୍ଷ ପରିବର୍ତ୍ତନ ହେବାର ୧୨ ମାସ ପୂର୍ବରୁ ପରାଗଙ୍କୁ ବିଦା କରାଯାଇଥିବାରୁ ସେ ୪୧୨ କୋଟି ଟଙ୍କା ପାଇବେ । ବିଦା କରାଯାଇଥିବା ସବୁ ଅଧିକାରୀଙ୍କୁ କଂପାନି ୮୧୨ କୋଟି ଟଙ୍କା ଦେବ । ଟ୍ୱିଟରକୁ ମୁକ୍ତ ଓ ଅବାଧ ବାର୍ତ୍ତାଳାପର ଏକ ମଞ୍ଚ ଭାବେ ପ୍ରସ୍ତୁତ କରିବାକୁ ପ୍ରତିବଦ୍ଧ ଥିବା ମସ୍କ ବ୍ୟବହାରକାରୀଙ୍କ ଉପରେ ଜୀବନବ୍ୟାପୀ କଟକଣା ଲଗାଇବା ନିୟମକୁ ପରିବର୍ତ୍ତନ କରିବେ । ସେ କଣ୍ଟେଣ୍ଟ ମଡରେଟର ପରିଷଦ ଗଠନ କରିବେ । ମସ୍କଙ୍କ ଟ୍ୱିଟର ଅଧିଗ୍ରହଣ ଥିଲା ଅତ୍ୟନ୍ତ ଘଟଣା ବହୁଳ । ଟ୍ୱିଟରକୁ ବହୁ ଭଲ ପାଉଥିବା ମସ୍କ ତାହାକୁ କିଣିବା ଲାଗି ଚଳିତ ବର୍ଷ ଏପ୍ରିଲ୍‌ ୪ରେ ଘୋଷଣା କରିଥିଲେ । ଅକେଫାବର ୪ରେ ମସ୍କ ସମ୍ପୂର୍ଣ୍ଣ ଓଲଟି ଯାଇଥିଲେ ଓ ଟ୍ୱିଟରକୁ କିଣିବେନି ବୋଲି କହିଥିଲେ । କୋର୍ଟଙ୍କ ହସ୍ତକ୍ଷେପ ପରେ ସେ କଂପାନିକୁ କିଣିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU

ପାଞ୍ଚ ବର୍ଷରେ ୫୦ ହଜାରରୁ ଅଧିକ ଲୋକ ଜୀବନ୍ତ ଦU

Read More...

ଦୁର୍ବଳ ହେଉଛି ଡଲାର

ଦୁର୍ବଳ ହେଉଛି ଡଲାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page