ଅବିଶ୍ୱସନୀୟ ‘ବିରାଟ’ ବିଜୟ ହାରିଲା ପାକିସ୍ତାନ

October 23, 2022, କ୍ରୀଡ଼ା, , Anupambharat News Bureau


ଅବିଶ୍ୱସନୀୟ ‘ବିରାଟ’ ବିଜୟ  ହାରିଲା ପାକିସ୍ତାନ
Anupambharat News Bureau
October 23, 2022


ମେଲବର୍ଣ୍ଣ,୨୩ା୧୦: ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ଅବିଶ୍ୱସନୀୟ ବିରାଟ ବିଜୟ ହାସଲ କରିଛି । ଏହି ବିଜୟର ହିରୋ ହୋଇଛନ୍ତି ବିରାଟ କୋହଲି । ବିରାଟଙ୍କ ଅପରାଜିତ ଓ ସ୍ମରଣୀୟ ୮୨ ରନ୍‌ ଯୋଗୁ ଭାରତ ପାକିସ୍ତାନକୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଶେଷ ବଲ୍‌ ପର୍ଯ୍ୟନ୍ତ ଯାଇଥିବା ଉତ୍କଣ୍ଠା ଓ ରୋମାଞ୍ଚଭରା ମ୍ୟାଚରେ ଚାରି ୱିକେଟରେ ପରାଜିତ କରିଛି । ଏଥିସହିତ ଚଳିତ ବିଶ୍ୱକ୍‌ପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତୀୟ ଟିମ୍‌ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲା । ତେବେ କୋହଲି ପ୍ରଥମେ ଧୈର୍ଯ୍ୟପୂର୍ଣ୍ଣ ଏବଂ ପରେ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲେ । ଏହାପରେ ଦୀପାବଳି ପୂର୍ବରୁ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଦେଶବାସୀ ।
୧୬୦ ରନ୍‌ର ସ୍କୋରକୁ ପିଛା କରୁଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହେବା ସହ ରୋହିତ, ରାହୁଲ , ସୂର୍ଯ୍ୟ କୁମାର ଓ ଅକ୍ଷର ପଟେଲଙ୍କୁ ହରାଇଥିଲା । ୩୧ ରନ୍‌ରେ ଚାରି ୱିକେଟ ହରାଇଥିବା ଭାରତ ପରାଜୟ ମୁହାଁ ହେବାରେ ଲାଗିଥିଲା । ତେବେ ଗୋଟିଏ ପଟେ ୱିକେଟ ସମ୍ଭାଳି ସ୍କୋରକୁ ଆଗକୁ ବଢ଼ାଇଥିଲେ ବିରାଟ । ବିରାଟଙ୍କୁ ଉଚିତ ସହାୟତା ଦେଇ ହାର୍ଦ୍ଦିକ ପାଣ୍ଡ୍ୟା ପାଳିକୁ ସମ୍ଭାଳି ଦଳ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ । ଗୋଟିଏ ପଟେ ୱିକେଟ ସମ୍ଭାଳି ସ୍କୋରକୁ ଆଗକୁ ବାଇଥିଲେ ବିରାଟ । କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ପାଳିକୁ ସମ୍ଭାଳି ନେଇଥିଲେ । ହାର୍ଦ୍ଦିକ ୪୦ ରନ୍‌ କରିଥିବା ବେଳେ ଶେଷ ଓଭରର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ । ଫଳରେ ମ୍ୟାଚର ମୋଡ ପୁଣିଥରେ ବଦଳି ଯାଇଥିଲା । ଏହାପରର ପ୍ରତ୍ୟେକ ବଲ୍‌ ଥିଲା ରୋମାଞ୍ଚକର । ଦର୍ଶକଙ୍କ ହୃଦସ୍ପନ୍ଦନ ମଧ୍ୟ ବଢ଼ିବାରେ ଲାଗିଥିଲା । ଛକା, ନୋ-ବଲ୍‌ ଓ ପୁଣି ଦିନେଶ କାର୍ତ୍ତିକଙ୍କ ୱିକେଟ୍‌ ସବୁକିଛି ଦେଖିବାକୁ ମିଳିଥିଲା ଶେଷ ଓଭରରେ । ତେବେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଭାରତ । ମାତ୍ର ୫୩ ବଲ୍‌ରେ ୮୨ ରନ୍‌ କରି କୋହଲି ସାଜିଥିଲେ ବିଜୟର ମହାନାୟକ । ସେଥିରେ ଥିଲା ୬ ଚୌକା, ୪ ଛକା । ରାହିତ ଶର୍ମା ଟସ୍‌ ଜିତିବା ପରେ ପାକିସ୍ତାନଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭାରତୀୟ ବୋଲରମାନେ ପ୍ରାରମ୍ଭରୁ ପ୍ରଭାବ ବିସ୍ତାର ସହ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଖୋଲା ସଟ୍‌ ମାରିବାକୁ ଦେଇନଥିଲେ । ଫଳରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇବାରେ ଲାଗିଥିଲା । ତେବେ ସାନ ମାସୁଦ୍‌ ଓ ଇଫ୍‌ତିଖାର ଅହମ୍ମଦଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୫୯ ରନ୍‌ ଛିଡ଼ା କରିଥିଲା । ଭାରତ ପକ୍ଷରୁ ପାଣ୍ଡ୍ୟା ଓ ଅର୍ଶଦୀପ ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ ହାସଲ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ ଆଇଏଏସ୍‌ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

୩୦ ଆଇଏଏସ୍‌ଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

Read More...

ଓଡ଼ିଶା ଛୁଇଁବନି ‘ସିତ୍ରାଙ୍ଗ’ :  ୨୪ ଓ ୨୫ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶା ଛୁଇଁବନି ‘ସିତ୍ରାଙ୍ଗ’ : ୨୪ ଓ ୨୫ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page