ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

October 20, 2022, ବିଦେଶ, , Anupambharat News Bureau


ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ
Anupambharat News Bureau
October 20, 2022


ନୂଆଦିଲ୍ଲୀ,୨୦ା୧୦: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଅତ୍ୟନ୍ତ ଚରମସୀମାରେ ପହଞ୍ଚିଯାଇଛି । ନାଟୋ ସଦସ୍ୟଙ୍କ ୟୁକ୍ରେନକୁ ସମର୍ଥନ ଘଟଣାକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅତ୍ୟନ୍ତ ବିବ୍ରତ ହେବା ସହିତ ତୃତୀୟ ବିଶ୍ୱଯୁଦ୍ଧର ଚେତାବନୀ ଦେଇଛନ୍ତି । ଏପରିକି ପରମାଣୁ ବୋମା ନିକ୍ଷେପ କରି ବିଶ୍ୱ ବିଧ୍ୱଂସ ଘଟାଇବାର ଧମକ ମଧ୍ୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ ୟୁକ୍ରେନ ମଧ୍ୟ ପଛଘୁଞ୍ଚା ନଦେଇ ଋଷ ସେନାଙ୍କ ଉପରେ ଆକ୍ରମଣ ଜାରି ରଖି ଋଷ ସେନାଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ତେଣୁ କେଉଁ ପରିସ୍ଥିତିରେ ଯୁଦ୍ଧର ସ୍ଥିତି ଭୟଙ୍କର ଘଟିବ ଏହାକୁ ଦୃଷ୍ଟିରେ ରଖି ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏକ ଗୁରୁତ୍ୱପୂର୍ଣ୍ଣ ଆଡଭାଇଜରୀ । ଯେଉଁଥିରେ କୁହାଯାଇଛି ଯେ, ୟୁକ୍ରେନରେ ରହୁଥିବା ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ ଛାଡନ୍ତୁ ବୋଲି । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ । ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍‌ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ସରକାର ।କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ୟୁକ୍ରେନରେ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଦେଖି ଭାରତୀୟମାନଙ୍କୁ ୟୁକ୍ରେନ୍‌ ଆସିବାକୁ ମନା କରାଯାଉଛି । ଯେଉଁ ଭାରତୀୟ ନାଗରିକ ଯଥା ଛାତ୍ରଛାତ୍ରୀମାନେ ୟୁକ୍ରେନରେ ରହିଛନ୍ତି ସେମାନେ ତୁରନ୍ତ ଦେଶ ଛାଡ଼ି ଚାଲିଯାଆ;ୁ । ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷ ଘନ ଘନ ମିସାଇଲ
ମାଡ କରିଥିଲା । ଏହାପରେ ଗତ ଏପ୍ରିଲରେ ସୈନ୍ୟ ପ୍ରତ୍ୟାହାର କରିନେଇଥିଲା ରୁଷ । ୟୁକ୍ରେନ୍‌ ଉପରେ ଋଷ ତୀବ୍ର ଆକ୍ରମଣ କରିବ ନାହିଁ ବୋଲି କହିଥିଲେ ପୁଟିନ । ହେଲେ ୟୁକ୍ରେନ୍‌ ତା ସ୍ୱାଭିମାନ ପାଇଁ ପ୍ରତିଆକ୍ରମଣ କରିଚାଲିଛି । ରୁଷ ସେନା ଉପରେ ସିରିଜ୍‌ ଡ୍ରୋନ୍‌ ଆକ୍ରମଣ କରି ଚାଲିଛି ୟୁକ୍ରେନ୍‌ । ସେହିପରି ରୁଷ ମଧ୍ୟ କାମିକାଜେ ଡ୍ରୋନ ମାଧ୍ୟମରେ ଆକ୍ରମଣ ଜାରି ରଖିଛି । ଏଥିରେ ୟୁକ୍ରେନର ଅନେକ ସାଧାରଣ ନାଗରିକଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଧ୍ୱଂସ ହୋଇଯାଇଛି । ଆକ୍ରମଣ ଜାରି ରହିଥିବା ବେଳେ ୟୁକ୍ରେନ୍‌ ବିଦେଶମନ୍ତ୍ରୀ ଦିମିତ୍ରି କୁଲେବା ମଙ୍ଗଳବାର ଇରାନ ସହିତ କୂଟନୈତିକ ସମ୍ପର୍କ ଛିନ୍ନ କରିବାକୁ କହିଛନ୍ତି । ଇରାନ ଡ୍ରୋନ୍‌ ଦେଇ ରୁଷକୁ ସମର୍ଥ କରୁଥିବାରୁ ତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ୟୁକ୍ରେନ୍‌ ୟୁରୋପିୟନ ୟୁନିୟନକୁ ଅନୁରୋଧ କରିଛି ବୋଲି କୁଲେବା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନରେ ଫେରିଯିବ ମୌସୁମୀ

ଦୁଇ ଦିନରେ ଫେରିଯିବ ମୌସୁମୀ

Read More...

ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page