କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

October 11, 2022, ବିଦେଶ, , Anupambharat News Bureau


 କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା
Anupambharat News Bureau
October 11, 2022


ନୂଆଦିଲ୍ଲୀ,୧୧ା୧୦: ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା କଳାଧନ ପ୍ରସଙ୍ଗ ପୁଣିଥରେ ଆଲୋଚନାର କେନ୍ଦ୍ରକୁ ଆସିଛି । ଯଦିଓ ସମ୍ପୂର୍ଣ୍ଣ କଳା ଟଙ୍କା ଭାରତକୁ ଫେରିବା ସ୍ରୋତର ସଙ୍କେତ ଦେଖାଯାଇନାହିଁ, ତେବେ ଯେଉଁ ଭାରତୀୟମାନେ ସୁଇସ୍‌ ବ୍ୟାଙ୍କରେ ଟଙ୍କା ଲୁଚାଇ ରଖିଛନ୍ତି ସେମାନଙ୍କର ତଥ୍ୟ ସରକାରଙ୍କୁ ମିଳିଛି ।
ଭାରତ ଓ ସ୍ୱିଜରଲ୍ୟାଣ୍ଡ୍‌ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଚତୁର୍ଥ ଥର ପାଇଁ ଭାରତୀୟମାନଙ୍କ ସ୍ୱିସ୍‌ ବ୍ୟାଙ୍କ୍‌ ତଥ୍ୟ ସରକାରଙ୍କୁ ମିଳିଛି । ହସ୍ତଗତ ହୋଇଥିବା ତାଲିକା ଅନୁଯାୟୀ ଏଥର କିଛି ପ୍ରଭାବଶାଳୀ ବ୍ୟକ୍ତି କର୍ପୋରେଟ ସଂସ୍ଥା ଓ ଟ୍ରଷ୍ଟମାନଙ୍କର ନାମ ଉକ୍ତ ତାଲିକାରେ ରହିଛି । ଯେଉଁ ବ୍ୟକ୍ତିମାନଙ୍କର ନାମ ତାଲିକାଭୁକ୍ତ ହୋଇଛି ସେମାନଙ୍କ ମଧ୍ୟରେ କେତେକ ପ୍ରବାସୀ ଭାରତୀୟ ହୋଇଥିବା ବେଳେ ଆମେରିକା, ବ୍ରିଟେନ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରେ ବସବାସ କରୁଛନ୍ତି । ଚୁକ୍ତିରେ ରହିଥିବା ଗୋପନୀୟତା ସର୍ତ୍ତ ଯୋଗୁଁ ମିଳିଥିବା ତଥ୍ୟର ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇନାହିଁ । ବ୍ୟାଙ୍କ ତଥ୍ୟ ଆକାରରେ ଗ୍ରାହକଙ୍କ ଜମା ରାଶି, ପାଣ୍ଠି ହସ୍ତାନ୍ତର, ଗ୍ରାହକଙ୍କ ନାମ, ଠିକଣା, ବାସସ୍ଥାନ, ଟିକସ ପରିଚୟ ନମ୍ବର ଓ ଖାତା ନମ୍ବର ଆଦି ପ୍ରଦାନ କରାଯାଉଛି । କେବଳ ଭାରତ ନୁହେଁ ୧୦୧ଟି ଦେଶକୁ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ଦିଆଯାଇଛି । ପ୍ରାୟ ୩୪ ଲକ୍ଷ ଖାତା ସମ୍ପର୍କିତ ତଥ୍ୟକୁ ସ୍ୱିଜରଲ୍ୟାଣ୍ଡ୍‌ ସରକାର ବିଭିନ୍ନ ଦେଶକୁ ପ୍ରଦାନ କରିଛନ୍ତି । ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଭାରତ ଏହାର ପ୍ରଥମ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ୨୦୧୯ ସେପେଫମ୍ବରରେ ପାଇଥିଲା । ସେହି ବର୍ଷ ୭୫ଟି ଦେଶକୁ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ମିଳିଥିଲା । ଟିକସ ଠକେଇ ଓ ଅନ୍ୟାନ୍ୟ ଅସତ ଉପାୟରେ ଅର୍ଜନ କରାଯାଇଥିବା କଳାଧନକୁ ଲୁଚାଇ ରଖିବାରେ ସ୍ୱିସ୍‌ ବ୍ୟାଙ୍କ ବିଶେଷ ସହାୟକ ହେଉଥିଲା । ସେହି ଦୃଷ୍ଟିରୁ ଭାରତକୁ ଯେଉଁ ତଥ୍ୟ ମିଳୁଛି ତାହା କଳାଧନ ମହଜୁଦକାରୀଙ୍କ ବିରୋଧରେ ସରକାର ଆରମ୍ଭ କରିଥିବା ଅଭିଯାନକୁ ଆହୁରି ଦୃଢ଼ ଓ ବ୍ୟାପକ କରିପାରିବ ।
ଟିକସ ଠକେଇ ଓ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିଷୟରେ ଟିକସ କର୍ତ୍ତୃପକ୍ଷ କରିଥିବା ଅନୁରୋଧ ଆଧରରେ ସ୍ୱିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷ ଶତାଧିକ ଭାରତୀୟଙ୍କ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ଦେଇସାରିଛନ୍ତି । ସ୍ୱିଜରଲ୍ୟାଣ୍ଡ୍‌ କର୍ତ୍ତୃପକ୍ଷ ୭୪ଟି ଦେଶକୁ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ଆପେ ଦେଇଛନ୍ତି । ରୁଷ୍‌ ସମେତ ଅନ୍ୟ ଯେଉଁ ୨୭ଟି ଦେଶ ତଥ୍ୟ ମାଗିଥିଲେ ସେମାନଙ୍କୁ ତାହା ଦିଆଯାଇନାହିଁ । ନୂଆ ଦେଶ ଭାବେ ଆଲବାନିଆ, ବ୍ରୁନେଇ, ନାଇଜେରିଆ, ପେରୁ ଓ ତୁର୍କୀକୁ ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

Read More...

ଜଷ୍ଟିସ ଚନ୍ଦ୍ରଚୂଡ  ପରବର୍ତ୍ତୀ ସିଜେଆଇ

ଜଷ୍ଟିସ ଚନ୍ଦ୍ରଚୂଡ ପରବର୍ତ୍ତୀ ସିଜେଆଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page