ଡଙ୍ଗାବୁଡ଼ି ୭୩ ମୃତ

September 23, 2022, ବିଦେଶ, , Anupambharat News Bureau


ଡଙ୍ଗାବୁଡ଼ି ୭୩ ମୃତ
Anupambharat News Bureau
September 23, 2022


ଦମାସ୍କସ୍‌,୨୩ା୯: ସିରିଆ ଉପକୂଳରେ ଆଜି ଏକ ଡଙ୍ଗା ବୁଡିଯିବା ଫଳରେ ଅତିକମ୍‌ରେ ୭୩ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଘଟଣା ସିରିଆରେ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଡଙ୍ଗାଟିରେ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଲେବାନନ୍‌ଠାରୁ ଯାତ୍ରା କରୁଥିବା ବେଳେ ଭୂମଧ୍ୟ ସାଗର ତଥା ସିରିଆର ଟାର୍‌ଟର୍ସ ନଗରୀ ନିକଟରେ ଏହା ବୁଡି ଯାଇଥିଲା । ଚଳିତ ବର୍ଷ ଏହା ସବୁଠାରୁ ବଡ଼ ଡଙ୍ଗାବୁଡି ଘଟଣା ବୋଲି ସିରିଆର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଗୁରୁବାର ରାତିରେ ସିରିଆ ଉପକୂଳରେ ଶରଣାର୍ଥୀ ଓ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ୭୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଡଙ୍ଗାଟି ଉତ୍ତର ଲେବାନନର ମିନିଆରୁ ବାହାରିଥିଲା ଓ ୟୁରୋପ ଅଭିମୁଖେ ଯାଉଥିଲା । ସିରିଆର ଉଦ୍ଧାରକାରୀ ଦଳ ୨୦ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଆଉ କିଛି ଲୋକ ନିଖୋଜ ଅଛନ୍ତି ।
ମୃତୁ୍ୟବରଣ କରିଥିବା ଅଧିକାଂଶ ଲୋକ ଲେବାନନର ଅକର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ କିଛି ପରିବାରର ଏକାଧିକ ସଦସ୍ୟ ନିହତ ହୋଇଛନ୍ତି । ଶୁକ୍ରବାର ସକାଳେ କିଛି ମୃତ ଲୋକଙ୍କୁ କବର ମଧ୍ୟ ଦିଆଯାଇଛି । ଉପସାଗରୀୟ ଦେଶ ଲେବାନନରେ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଖାଦେଇଛି ଓ ଲେବାନିଜ୍‌ ପାଉଣ୍ଡ୍‌ ଗତ ବର୍ଷକ ମଧ୍ୟରେ ୯୦ ପ୍ରତିଶତ ହ ୍ରାସ ପାଇଛି ।
ଏହା ଫଳରେ ଲୋକମାନଙ୍କ କ୍ରୟ କ୍ଷମତା ହ ୍ରାସ ପାଇଛି ଓ ଲକ୍ଷ ଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି ଓ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି । ଏକ ଉତ୍ତମ ଜୀବନ ଆଶାରେ ସେମାନେ ଜଳପଥରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେୟୁରୋପ ପଳାଇଯାଉଛନ୍ତି । ସେହିପରି ସିରିଆରେ ଯୁଦ୍ଧ ଚାଲିଥିବାରେ ସେଠାକାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇଯାଇଛି । ଏହି କାରଣରୁ ଲୋକମାନେ ଜଳଯାତ୍ରା କରି ୟୁରୋପ ପଳାୟନ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

Read More...

ନିର୍ବାଚନ ଲଢ଼ିବେ ଗେହଲଟ

ନିର୍ବାଚନ ଲଢ଼ିବେ ଗେହଲଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page