ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

September 11, 2022, ଓଡ଼ିଶା, , Anupambharat News Bureau


ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା
Anupambharat News Bureau
September 11, 2022


ଭୁବନେଶ୍ୱର, ୧୧ା୯(ସ୍ୱତନ୍ତ୍ର ପ୍ରତିନିଧି ): ବିଧାୟକମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ଇତିମଧ୍ୟରେ ବୃଦ୍ଧି ପାଇଛି । ବିଭିନ୍ନ ରୋଗର ଚିକିତ୍ସା କ୍ରମେ ମହଙ୍ଗା ହେଉଥିବା ଦର୍ଶାଇ ବିଧାୟକମାନେ ଦଳମତ ନିର୍ବିଶେଷରେ ଉଦ୍‌ବେଗ ପ୍ରକାଶ କରିବା ପରେ ଚିକିିତ୍ସା ପାଇଁ ପୂର୍ବରୁ ଥିବା ଆର୍ଥିକ ସୀମାକୁ ୫ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇ ଦିଆ ଯାଇଛି ।
ଏବର ବିଧାନସଭା ସଦସ୍ୟମାନଙ୍କ ସହ ପୂର୍ବତନ ବିଧାୟକ ଓ ତାଙ୍କ ପରିବାର ସଦସ୍ୟମାନେ ଏହି ସୁବିଧା ପାଇ ପାରିବେ । ବିଧାୟକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଏଭଳି ତ୍ୱରିତ ପଦକ୍ଷେପ ନେବା ଫଳରେ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ସ୍ୱାଭାବିକ ଭାବରେ ବୃଦ୍ଧି ପାଇଛି । ଏବେ ରାଜ୍ୟର ଆର୍ଥିକ ଦୃଷ୍ଟିରୁ ପଛୁଆ ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ଡିଜିଟାଲ୍‌ କାର୍ଡ ଯୋଗାଇ ଦିଆ ଯାଇଛି । ଏହି କାର୍ଡ ବଳରେ ସମସ୍ତ ସରକାରୀ ଡାକ୍ତରଖାନା ତଥା କେତେକ ଘରୋଇ ହସ୍ପିଟାଲ୍‌ରେ ପରିବାର ପିଛା ବାର୍ଷିକ ସର୍ବାଧିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି । ତେବେ ମହିଳା ସଦସ୍ୟମାନଙ୍କ ପାଇଁ ସର୍ବୋଚ୍ଚ ସୀମା ୧୦ ଲକ୍ଷ ଟଙ୍କା ରଖାଯାଇଛି ।
ସରକାରଙ୍କ ଏହି ଜନହିତକର ବ୍ୟବସ୍ଥାରେ ରାଜ୍ୟର ଅନେକ ପରିବାର ଉପକୃତ ହେଉଛନ୍ତି । ତେବେ, ଆଜିକାଲି ଚିକିତ୍ସା ଖର୍ଚ୍ଚ ଏତେ ବ୍ୟୟବହୁଳ ହୋଇ ଗଲାଣି ଯେ ଏତିକି ଟଙ୍କାର ସୀମା ନିଅଣ୍ଟ ପଡୁଛି । ବିଧାୟକମାନେ ଏହି ପ୍ରସଙ୍ଗ ଉପସ୍ଥାପନ କରିବା ପରେ ସରକାର ଏହାର ତର୍ଜମା କରି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିିତ୍ସା ସୁବିଧା ଦେଲେ । ବିଧାୟକମାନଙ୍କ ପରି ରାଜ୍ୟବାସୀ ମଧ୍ୟ ଏହି ସମସ୍ୟାରେ ଜର୍ଜରିତ । କରୋନାର କୁପ୍ରଭାବରେ ସାଧାରଣ ଲୋକଙ୍କ ଆୟ ହ ୍ରାସ ପାଇଥିବାବେଳେ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅବଶ୍ୟଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଶାସନ କାଳ ଭିତରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ମାଗଣା ଆମ୍ବୁଲାନ୍ସ ସେବା, ଟେଲିମେଡିସିନ୍‌ ଓ ଅନ୍‌ଲାଇନ୍‌ ଡାକ୍ତରୀ ପରାମର୍ଶ ସୁବିଧା ଭଳି ଅନେକ ବ୍ୟବସ୍ଥା କରାଯାଇଛି । ସରକାରୀ ଡାକ୍ତରଖାନା ଗୁଡ଼ିକର ଉନ୍ନତୀକରଣ କରିବା ସହ ବହୁତ ମଙ୍ଗଳକାରୀ ପଦକ୍ଷେପ ନେଇଛନ୍ତି ସରକାର । ବିଧାୟକ ତଥା ପୂର୍ବତନ ବିଧାୟକମାନଙ୍କ ପାଇଁ ମାଗଣା ଚିକିତ୍ସା ସୀମାକୁ ଅତ୍ୟନ୍ତ ତପିରତାର ସହ ବୃଦ୍ଧି କରିଥିବା ସରକାର ଖୁବ୍‌ ଶୀଘ୍ର ଏହାକୁ ଅଧିକ ଲୋକାଭିମୁଖୀ କରି ପାରନ୍ତି । ଏହାଦ୍ୱାରା ସାମାଜିକ କଲ୍ୟାଣ ହେବା ସହ ସରକାରଙ୍କୁ ଭରପୂର ରାଜନୈତିକ ଫାଇଦା ମିଳି ପାରିବ ।
୨୦୨୪ରେ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି ନିରବଛିନ୍ନ କ୍ଷମତା ଉପଭୋଗ ଲକ୍ଷ୍ୟ ରଖିଛି, ଅନ୍ୟପକ୍ଷରେ ବିଜେପି ମଧ୍ୟ କଳେ ବଳେ କୌଶଳେ କ୍ଷମତା ଦଖଲ ପାଇଁ ଚେଷ୍ଟା ଚଳାଇଛି । ଏପରିକି ରାଜ୍ୟରେ ବିଜେପିର ଭୋଟ୍‌ ହାର ବଢାଇବା ଲକ୍ଷ୍ୟରେ ପ୍ରତି ମାସରେ ଅଧା ଡଜନ୍‌ରୁ ଅଧିକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବା ଦେଖା ଯାଉଛି ।
ଏଭଳି ସ୍ଥିତିରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡରେ ଏବେ ଉପଲବ୍ଧ ଥିବା ୫ଲକ୍ଷ ଟଙ୍କାର ସୀମାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦୀର୍ଘକାଳୀନ ଫାଇଦା ନେବାର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ପାଇଁ ରାଜନୈତିକ ମଇଦାନର ଚତୁର ଖେଳାଳି ବିଜେଡି ସୁପ୍ରିମୋ ନବୀନ ଓ ତାଙ୍କ ଟିମ୍‌ ଆଦୌ ହାତଛଡ଼ା କରିବେ ନାହିଁ ।
ସୂଚନାଯୋଗ୍ୟ, ରାଜସ୍ଥାନ ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ସାର୍ବଜନୀନ ‘ଚୀରଞ୍ଜିବି ସ୍ୱାସ୍ଥ୍ୟ ବୀମା ଯୋଜନା’ ମାଧ୍ୟମରେ ଗତ ୨୦୨୧ ମଇ ପହିଲାଠାରୁ ସମସ୍ତ ପରିବାରକୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ସମ୍ଭାବ୍ୟ ରାଜନୈତିକ ଫାଇଦାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ଗୁରୁତ୍ୱର ସହ ବିଚାର କରୁଥିବା ରାଜ୍ୟ ସରକାର ଖୁବ୍‌ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରି ପାରନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚିତ୍ତାକର୍ଷକ ଏୟାର ଶୋ

ଚିତ୍ତାକର୍ଷକ ଏୟାର ଶୋ

Read More...

ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page