ନବୀନଙ୍କୁ ଭବ୍ୟ ସ୍ୱାଗତ

September 06, 2022, ଓଡ଼ିଶା, , Anupambharat News Bureau


ନବୀନଙ୍କୁ ଭବ୍ୟ ସ୍ୱାଗତ
Anupambharat News Bureau
September 06, 2022


ଭୁବନେଶ୍ୱର, ୬ା୯(ଅନୁପମ ମିଡ଼ିଆ): ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ବିମାନ ବନ୍ଦର ଠାରେ ହଜାର ହଜାର ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ପହଞ୍ଚି ତାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କ ସହିତ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ବର୍ଷା ସତ୍ତେ୍ୱ ବିଜେଡି କର୍ମୀ ଓ ନେତା ମାନେ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଚାରିଆଡେ ନବୀନ ନବୀନ ନାରା । ମଙ୍ଗଳବାର ସକାଳ ହେବା ବେଳକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରାଜଧାନୀକୁ ଛୁଟି ଥିଲା ଶହ ଶହ ସଂଖ୍ୟାରେ ବସ୍‌ , ଚାରି ଚକିଆ ଯାନ ଆଉ ମୋଟର ସାଇକେଲ । ସମସ୍ତଙ୍କ ହାତରେ ଥିଲା ବିଜେଡି ପତାକା ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ । ଦିନ ୧୦ ଟା ବେଳକୁ ସାରା ରାଜଧାନୀ ଲୋକମୟ ହୋଇଯାଇଥିଲା । ଏୟାରପୋର୍ଟ ଅଞ୍ଚଳ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକ ଜନ ସମୁଦ୍ରରେ ପରିଣତ ହୋଇଥିଲା । ପ୍ରାୟ ୫୦ ହଜାର ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ । ବିଜେଡି ସାଂସଦ, ବିଧାୟକଙ୍କ ସମେତ ଛାମୁଆ ନେତା ମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଆସିଥିବା କର୍ମକର୍ତ୍ତାଙ୍କ ନେତୃତ୍ୱ ନେଇଥିଲେ । ଖାଲି ସେତିକି ନୁହେଁ ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ନୃତ୍ୟ ପରିବେଷଣ ପାଇଁ କଳାକାରମାନେ ମଧ୍ୟ ରାଜଧାନୀରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ହଜାର ହଜାର ଲୋକ । ମୁଖ୍ୟମନ୍ତ୍ରୀ ମଧ୍ୟ କିଛି ସମୟ ପାଇଁ ବସ୍‌ ଉପରୁ ଲୋକଙ୍କ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।
ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ ପାଇ ମଙ୍ଗଳବାର ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା । ଏଥିନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।
ପାରମ୍ପାରିକ ନୃତ୍ୟଗୀତ ତଥା ଢୋଲ ବାଜାର ତାଳେ ତାଳେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ୱତନ୍ତ୍ର ହାଇଡ୍ରୋଲିକ୍‌ ବସ୍‌ରେ ନବୀନ ନିବାସ ଅଭିମୁଖେ ପାଛୋଟି ନିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ ଦିନ ବର୍ଷା ସମ୍ଭାବନା

ପାଞ୍ଚ ଦିନ ବର୍ଷା ସମ୍ଭାବନା

Read More...

ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ

ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page