ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

September 05, 2022, ବିଦେଶ, , Anupambharat News Bureau


ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
Anupambharat News Bureau
September 05, 2022


ନୂଆଦିଲ୍ଲୀ: ଯୁକ୍ତରାଜ୍ୟ ତଥା ଗ୍ରେଟ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍‌ ଟ୍ରସ୍‌ ନିର୍ବାଚିତ ହୋଇଛନ୍ତି । ଜଣେ ମହିଳା ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ୍‌ ଏହି ସୁଯୋଗ ପାଇଛନ୍ତି । ଏହା ସହିତ ଇଂଲଣ୍ଡର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ସମଗ୍ର ବିଶ୍ୱରେ ଆକର୍ଷଣର କେନ୍ଦ୍ରକୁ ଆସିଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ପ୍ରତିଦ୍ୱନ୍ଦୀତାରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଯଦିଓ ଆଶା ରଖିଥିଲେ, ତାହା ସଫଳ ହୋଇପାରିନାହିଁ । ମାର୍ଗରେଟ୍‌ ଥେରର ଓ ଥେରେସାଙ୍କ ପରେ ସେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସାର୍‌ ଗ୍ରାହାମ୍‌ ବ୍ରାଡିଙ୍କ ଦ୍ୱାରା ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି । ଋଷି ସୁନକ ପ୍ରଥମରୁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗରେ ଥିଲେ । ତେବେ ମତଦାନ ମାଧ୍ୟମରେ ଦ୍ୱିତୀୟ ସ୍ଥାନରେ ଥିବା ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ମଧ୍ୟ ଆରମ୍ଭରୁ ନିଜ ପ୍ରଭାବ ବଜାୟ ରଖିଥିଲେ । ସେ ଋଷି ସୁନକଙ୍କୁ କଡ଼ା ଟMର ଦେଇଥିଲେ । ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ୱନ୍ଦିତା ପରେ ୪୨ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୪୭ ବର୍ଷୀୟା ଟ୍ରସ୍‌ କଞ୍ଜରଭେଟିଭ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି । ଲିଜ୍‌ଙ୍କୁ ୮୧,୩୨୬ଟି ଭୋଟ ମିଳିଥିବା ବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଛି । ଏହି ନିର୍ବାଚନରେ କଞ୍ଜରଭେଟିଭ୍‌ ଦଳର ପ୍ରାୟ ୧ ଲକ୍ଷ ୬୦ ହଜାରରୁ ଅଧିକ ସଦସ୍ୟ ଭୋଟ ଦେଇଥିଲେ । ନିର୍ବାଚନ ପୂର୍ବରୁ ଆସୁଥିବା ସର୍ଭେରେ ଋଷି ସୁନକ ରେସ୍‌ରେ
ପଛରେ ପଡ଼ିଥିବା କୁହାଯାଇଥିଲା । ନିର୍ବାଚନ ପ୍ରଚାର ବେଳେ ଋଷି ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେ ଜିତନ୍ତି, ତେବେ ସେ ଦର ଦାମ୍‌ ବୃଦ୍ଧି ଉପରେ ଲଗାମ ଲଗାଇବେ । ଅନ୍ୟପକ୍ଷରେ ଲିଜ୍‌ ଟ୍ରସ୍‌ ଟିକସ ହ ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚୀନ ଭୂକମ୍ପରେ ୪୬ ମୃତ

ଚୀନ ଭୂକମ୍ପରେ ୪୬ ମୃତ

Read More...

୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page