ସ୍ଲରି ପାଇପ ଲାଇନକୁ ବିରୋଧ :କ୍ୟାମ୍ପ ପୋଡି ଓ ଭଙ୍ଗାରୁଜା

September 02, 2022, ଓଡ଼ିଶା, , Anupambharat News Bureau


 ସ୍ଲରି ପାଇପ ଲାଇନକୁ ବିରୋଧ  :କ୍ୟାମ୍ପ ପୋଡି  ଓ ଭଙ୍ଗାରୁଜା
Anupambharat News Bureau
September 02, 2022


କେନ୍ଦୁଝର, ୨ା୯(ଅନୁପମ ମିଡ଼ିଆ): ବଡବିଲ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କାରଖାନାର ଦେଓଝର ଠାରୁ ଅନୁଗୁଳ ପର୍ଯ୍ୟନ୍ତ ୨୦୦ କିଲୋମିଟର ସ୍ଲରି ପାଇପ ଲାଇନ ବିଛା ଚାଲିଛି । ଏହି କାମ ଏବେ ବାଂଶପାଳ ତହସିଲ ଅନ୍ତର୍ଗତ ଜମ୍ବିରିପଶିଠାରୁ କାଦକଳା ପର୍ଯ୍ୟନ୍ତ ଚାଲିଛି ।
ପାଇପ ଲାଇନକୁ ବିରୋଧ କରି କେନ୍ଦୁଝର ଟ୍ରକ ମାଲିକ ସଂଘ ଦୀର୍ଘ ଦିନ ଧରି ପ୍ରତିବାଦ କରି ଆସୁଛି । ସ୍ଲରି ପାଇପ ଲାଇନ ଚାଲୁ ହେଲେ ଟ୍ରକ ଚଳାଚଳ ଉପରେ ପ୍ରଭାବ ପଡିବ ବୋଲି କହି ଅନେକଥର କାମ ବନ୍ଦ କରି ଆସୁଥିଲେ । ତେବେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ସମୟରେ କେନ୍ଦୁଝରରୁ ଶତାଧିକ ଟ୍ରକ ମାଲିକ ଏସାର କନଷ୍ଟକସନରର ଭେଣ୍ଡର କୈଳାଶ ଚନ୍ଦ୍ର ସାହୁ ଏବଂ ଆଡହନର ଜମ୍ବିରିପଶି କ୍ୟାମ୍ପରେ ପଶି କ୍ୟାମ୍ପ ଅଫିସରେ ବ୍ୟାପକ ଭଙ୍ଗାରୁଜା ସହ ଜମ୍ବିରିପଶି ଠାରୁ କାଦକଳା ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତାରେ ସ୍ଲରି ପାଇପ ଲାଇନ ବିଛା ଯାଉଥିବା ସମୟରେ ୪ଟା ଜେସିବି ଗାଡି ଭଙ୍ଗାରୁଜା କରିବା ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ଏଥିସହ କଣ୍ଟେନର, ଡିଜି, ଜେନେରେଟର,୨ଟି ବଲେରୋ ଗାଡି ଭାଙ୍ଗି ଦେଇଛନ୍ତି । ଟ୍ରକ ମାଲିକମାନେ ଆକ୍ରମଣ କରିବା ପରେ ପ୍ରାଣ ଭୟରେ କାମ କରୁଥିବା କର୍ମଚାରୀ ନିକଟସ୍ଥ ଜଙ୍ଗଲକୁ ପଳାଇଥିଲେ । ଏଥିସହ ଟ୍ରକ ମାଲିକମାନେ ପୂର୍ବରୁ ସ୍ଲରି ପାଇପ ଲାଇନ କାମ ସରିଥିବା ବିଆରପିଏଲ କମ୍ପାନୀର କାଦକଳାଠାରେ ଥିବା ସବଷ୍ଟେସନରେ ଭଙ୍ଗରୁଜା କରିଛନ୍ତି । ସ୍ଲରି ପାଇପ ଲାଇନରେ ଲୁହାପଥର ଗୁଣ୍ଡ ପରିବହନକୁ ବିରୋଧ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଦିନ ୨ଟା ରେ ପହଁଚି ନିଆଁ ଲିଭାଇଥିଲେ ମଧ୍ୟ ଜେସିବି ଗାଡି ପୋଡି ଯାଇଛି । ନୟାକୋଟ ଥାନା ଅଳ୍ପ ଦୂରରେ ଥିଲେ ମଧ୍ୟ ଆବଶ୍ୟକ ପୋଲିସଥିବାରୁ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇପାରିନଥିଲା । ଏ ନେଇ କାମ କରୁଥିବା ଠିକା ସଂସ୍ଥାର କର୍ମଚାରୀ ନୟାକୋଟ ଥାନାରେ ଏତଲା ଦେଇଥିବାବେଳେ ବିଆରପିଏଲ କମ୍ପାନୀ ପକ୍ଷରୁ ମଧ୍ୟ ଏତଲା ଦିଆଯାଇଛି । ଖବର ପାଇ ସଦର ଏସଡିପିଓ ପ୍ରକାଶ ଜେମ୍ସ ଟପୋ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page