ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ

September 01, 2022, ଦେଶ, , Anupambharat News Bureau


ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ
Anupambharat News Bureau
September 01, 2022


ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ ଯଦିଓ କେନ୍ଦ୍ର ସରକାରଙ୍କ ପ୍ରଭାବ ରହିଛି,ତେବେ ସ୍ୱତନ୍ତ୍ର ରାଜ୍ୟ ହିସାବରେ ଦିଲ୍ଲୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାରଙ୍କ ଶାସନ କ୍ଷମତା ଜାରି ରହିଛି । ମୁଖ୍ୟତଃ ଅରବିନ୍ଦ କେଜରିୱାଲଭP ନେତୃତ୍ୱରେ ଜାରି ରହିଥିବା ସରକାରଙ୍କୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ଏନ୍‌ଡିଏ ସରକାର ଟାର୍ଗେଟ କରିଛନ୍ତି ।
କୌଣସି ମୂହୁର୍ତ୍ତରେ ମଧ୍ୟ କେଜରିୱାଲ ସରକାରଙ୍କୁ ଦୋହଲାଇ ଦେବା ପାଇଁ ବ୍ୟାପକ ଷଡ଼ଯନ୍ତ୍ର ଜାରି ରହିଛି । ଏଭଳି ସ୍ଥିତିରେ ବାସ୍ତବିକ ଦିଲ୍ଲୀବାସୀଙ୍କୁ ସ୍ପଷ୍ଟ କରିବା ପାଇଁ ଆଜି ଯେଉଁ ଆସ୍ଥା ଭୋଟ୍‌ର ଅନୁଷ୍ଠିତ ହୋଇଥିଲା , ଏଥିରେ କେଜରିୱାଲ୍‌ ବିଜୟୀ ହୋଇଥିବା ଜଣାପଡିଛି । ଏହି ଆସ୍ଥାଭୋଟ ଅଧିବେଶନରେ ସଂଖ୍ୟା ଗରିଷ୍ଠାତାର ପ୍ରମାଣ ଦର୍ଶାଇବା ପାଇଁ ଆଜି ଯେଉଁ ଭୋଟ ଅନୁଷ୍ଠିତ ହୋଇଥିଲା ଏଥିରେ ଅରବିନ୍ଦ କେଜରିୱାଲ ବିଜୟଲାଭ କରିଛନ୍ତି । ଦିଲ୍ଲୀ ବିଧାନସଭାରେ ଆଜି ଆସ୍ଥା ଭୋଟ୍‌ ହୋଇଥିଲାଛ ୫୮ ଜଣ ବିଧାୟକ କେଜ୍ରିୱାଲଙ୍କ ଆପ୍‌ ସପକ୍ଷରେ ମତ ସାବ୍ୟସ୍ତ କରିଥିଲେ । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଅଛନ୍ତି । ବିରୋଧୀ ବିଜେପି ପାଖରେ ୮ ଜଣ ବିଧାୟକ ଅଛନ୍ତି । ଦିଲ୍ଲୀ ବିଧାନସଭାରେ ନିଜେ କେଜରିୱାଲ ଆସ୍ଥା ଭୋଟର ପ୍ରସ୍ତାବ ଆଣିଥିଲେ । ଦିଲ୍ଲୀରେ ବିଜେପି ଆପ ବିଧାୟକଙ୍କୁ କିଣିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ କେଜରିୱାଲ । ଆପ ବିଧାୟକଙ୍କୁ ନିଜ ସପକ୍ଷରେ ନେବାକୁ ବିଫଳ ହୋଇଥିବା ବିଜେପି ଅପରେଶନ ଲୋଟସ ଆରମ୍ଭ କରିଥିଲା । କି;ୁ ବିଜେପିର ସେଇ ଯୋଜନା ବିଫଳ ହେବ ବୋଲି କେଜରିୱାଲ କହିଥିଲେ । ଏଣୁ ବିଧାନସଭାରେ ନିଜ ଦମ ଦେଖାଇବାକୁ କେଜରିୱାଲ ଆହ୍ୱାନ କରିଥିଲେ । ଏଥିପାଇଁ ନିଜେ କେଜରିୱାଲ ନିଜ ସରକାର ବିରୋଧରେ ଅନାସ୍ଥା ଭୋଟ୍‌ ପ୍ରସ୍ତାବ ଆଣିଥିଲେ । ଯେଉଁଥିରେ ଆପ ସରକାର ପୁଣି ଥରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିଛି । କେଜରିୱାଲ କହିଛନ୍ତି ଯେ, ବିଜେପି ଆପର ଜଣେ ବି ବିଧାୟକଙ୍କୁ କିଣିବାରେ ବିଫଳ ହୋଇଛି । ଆପ ପାଖରେ ୬୨ ଜଣ ବିଧାୟକ ଅଛନ୍ତି । ସେମାନଙ୍କ ମଧ୍ୟାରୁ ୨ ଜଣ ଏବେ ଦେଶ ବାହାରେ ଥିବା ବେଳେ ଜଣେ ଜେଲରେ ଅଛନ୍ତି । ଚତୁର୍ଥ ନମ୍ବର ଜଣକ ହେଉଛନ୍ତି ବାଚସ୍ପତି । ଟ୍ରଷ୍ଟ ଭୋଟ ନିଜ ସପକ୍ଷରେ ପାରିତ ହେବା ପରେ ଏହି ସୂଚନା ଦେଇଛନ୍ତି କେଜରିୱାଲ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ

ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ

Read More...

୬ରୁ ଲଘୁଚାପ ସମ୍ଭାବନା

୬ରୁ ଲଘୁଚାପ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page