ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

August 30, 2022, ଦେଶ, , Anupambharat News Bureau


ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି
Anupambharat News Bureau
August 30, 2022


ନୂଆଦିଲ୍ଲୀ:ଅଦାନୀ ଗ୍ରୁପର ମୁଖ୍ୟ ଗୈତମ ଅଦାନୀ ଭାରତ ସହ ଏସିଆର ମଧ୍ୟ ସବୁଠୁ ବଡ ଧନି । ଆଜକୁ କିଛି ମାସ ତଳେ ତାଙ୍କ ନାଁ ସେତେ ପରିଚିତ ନଥିଲେ । ଏବେ କି;ୁ ତାଙ୍କର ମୋଟ୍‌ ସମ୍ପତ୍ତି ଏକ ନୂଆ ରେକର୍ଡ ହାସଲ କରିଛି । ବ୍ଲୁମବର୍ଗ ଇଣ୍ଡେକ୍ସ ଅନୁସାରେ, ଗୌତମ ଅଡାନୀ ଏବେ ବିଶ୍ୱର ତୃତୀୟ ସବୁଠୁ ଧନି । ଏପରି ରେକର୍ଡ କରିବାରେ ଅଦାନୀ ଏସିଆର ପ୍ରଥମ ବ୍ୟବସାୟୀ ହୋଇପାରିଛନ୍ତି । ଅଡାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୩୭.୪ ବିଲିୟନ ଡଲାର ହୋଇଛି । ଏବେ ତାଙ୍କ ଆଗରେ କେବଳ ଏଲନ ମସ୍କ ଓ ଆମାଜନର ଫାଉଣ୍ଡର ଜେଫ୍‌ ବୋଜେସ ରହିଛନ୍ତି । ମସ୍କଙ୍କର ମୋଟ ସମ୍ପତ୍ତି ୨୫୧ ବିଲିୟନ ଡଲାର ହୋଇଥିବା ବେଳେ ଜେଫ୍‌ ବେଜୋସଙ୍କ ପାଖରେ ମୋଟ୍‌ ୧୫୪ ବିଲିୟନ ଡଲାରର ସମ୍ପତ୍ତି ରହିଛି ।
ଗତ କିଛିଦିନ ଧରି ଅଦାନୀଙ୍କ ସମ୍ପତ୍ତିରେ ଦ୍ରୁତ ଗତିରେ ବଢୁଛି । ସେୟାର ବଜାରରେ ନେଣଦେଣ ପାଇଁ ତାଙ୍କର ସମ୍ପତ୍ତି ଲଗାତର ବଢୁଛି । ଆଦାନୀ ଟପ୍‌ ୧୦ ଧନିଙ୍କ ତାଲିକାରେ ଏକମାତ୍ର ବ୍ୟକ୍ତି ଯାହାର ସମ୍ପତ୍ତି ଗତ ୨୪ ଘଣ୍ଟାରେ ହିଁ ବଢିଛି । ଏହି ସମୟରେ ତାଙ୍କର ୧.୨ ବିଲିୟନ ଡଲାର ସମ୍ପତ୍ତି ବୃଦ୍ଧି ଘଟିଛି । ଜାନୁଆରୀରୁ ଏବେସୁଦ୍ଧା ତାଙ୍କର ସମ୍ପତ୍ତି ୬୦.୯ ବିଲିୟନ ଡଲାର ବଢିଛି ।
ଗୌତମ ଅଦାନୀ ବନାର୍ଡ ଅର୍ଣ୍ଣାଲଫଙ୍କ ପଛରେ ପକାଇବା ପରେ ମାଇକ୍ରୋସଫଫର କୋ-ଫାଉଣ୍ଡର ବିଲ୍‌ ଗେଟସଙ୍କୁ ମଧ୍ୟ ପଛରେ ପକାଇଥିଲେ । କାରଣ ଗେଟ୍ସ ଗତ ମାସରେ ନିଜ ସମ୍ପତ୍ତିର ଅଧା ଦାନ କରିଦେଇଥିଲେ । ଫଳରେ ତାଙ୍କର ସମ୍ପତ୍ତି ଅହେତୁକ ହ ୍ରାସ ପାଇଥିଲା । ଅନ୍ୟଦିଗରେ ଅଦାନୀଙ୍କ ସମ୍ପତ୍ତି ସେୟାର ବଜାରକୁ ମାତ ଦେଇ ଲଗାତର ଭଲ କାରବାର କରୁଛି । ଏବେ ଗେଟ୍ସଙ୍କ ମୂଲ୍ୟ ସମ୍ପତ୍ତି ୧୧୭ ବିଲିୟନ ଡାଲର ହୋଇଯାଇଛି ।ବ୍ଲ୍ଲୁମବର୍ଗ ଅନୁସାରେ ୩୦ ମାର୍ଚ୍ଚ ୨୦୧୪ ପର୍ଯ୍ୟନ୍ତ ଆଦାନୀଙ୍କ ମୋଟ ସମ୍ପତ୍ତିର ପରିମାଣ ଥିଲା ମାତ୍ର ୫.୧୦ ବିଲିୟନ ଡଲାର । ୧୬ ଜାନୁୟାରୀ ୨୦୨୦ରେ ୧୧ ବିଲିୟନ ଡଲାରକୁ ପହଞ୍ଚିଥିବା ଆଦାନୀ ଗ୍ରୁପ ଜୁନ ୨୦୨୦ରେ ଉଡାଣ କରିଥିଲା । ୯ ଜୁନ ୨୦୨୧ରେ ପହଞ୍ଚିବା ବେଳକୁ ତାଙ୍କ ମୋଟ ସମ୍ପତ୍ତି ୭ ଗୁଣା ଅଭିବୃଦ୍ଧି ହୋଇଥିବା ବେଳେ ୭୬.୭ ବିଲିୟନ ଡଲାରକୁ ପହଞ୍ଚିଥିଲା । ୨୯ ଏପ୍ରିଲ ୨୦୨୨ ବେଳକୁ ତାଙ୍କ ମୋଟ ସମ୍ପତ୍ତି ୧୨୨ ବିଲିୟନ ଡଲାରକୁ ପହଞ୍ଚିଥିବା ବେଳେ ଏବେ ୧୩୭ ବିଲିୟନ ଡଲାର ହୋଇଛି ।
ଅଦାନୀଙ୍କ ପାଖକୁ ଅଚାନକ ଏତେ ସମ୍ପତ୍ତି ଆସିଲା କୁଆଡୁ ବୋଲି ପ୍ରଶ୍ନ ହୋଇଛି । ଏହା ସେୟାର ବଜାର ଯୋଗୁଁ ସମ୍ଭବ ହୋଇପାରିଛି । ଗୌତମ ଅଡାନୀ ୧୯୮୮ ମସିହାରୁ ବ୍ୟବସାୟ କଲେଣି । ଏବେ ସେୟାର ବଜାରରେ ତାଙ୍କର ୭ଟି କମ୍ପାନୀ ଲିଷ୍ଟେଡ ଅଛି ।ଘରୋଇ କ୍ଷେତ୍ରରେ ଅଦାନୀ ଦେଶର ସର୍ବ ବୃହତ୍ତ ବନ୍ଦରର ପରିଚାଳନା କରୁଛନ୍ତି । ସେ ସରକାରଙ୍କଠାରୁ ୬ଟି ଏୟାରପୋର୍ଟ କିଣିଛନ୍ତି । ଏଥିରେ ମୁମ୍ବାଇ ଏୟାରପୋର୍ଟ ମଧ୍ୟ ଏବେ ଆଦାନୀଙ୍କର । ଏହା ଛଡା ଘରୋଇ କ୍ଷେତ୍ରର ସବୁଠୁ ବଡ଼ ବିଦ୍ୟୁତ ଉତ୍ପାଦକ ମଧ୍ୟ ଆଦାନୀ । ବିଦ୍ୟୁତ ଉତ୍ପାଦନ ପାଇଁ ଅଧିକ କୋଇଲା ମଧ୍ୟ ଆଦାନୀ ଉତ୍ପାଦନ କରନ୍ତି । ସେହିପରି ଦେଶରେ ସବୁଠୁ ଅଧିକ ସିମେଣ୍ଟ ଉତ୍ପାଦନ ମଧ୍ୟ କରନ୍ତି ଆଦାନୀ । ଫଚୁ୍ୟନ ବ୍ରାଣ୍ଡରେ ତେଲ, ଅଟା, ଚାଉଳ, ବେସନ ଭଳି ଉପଭୋକ୍ତା ସାମଗ୍ରୀର ବିଶାଳ ବର୍ଗମାଳା ମଧ୍ୟ ଆଦାନୀଙ୍କର ରହିଛି ।
ତାଙ୍କ କମ୍ପାନୀମାନଙ୍କର ସେୟାର ମୂଲ୍ୟ ରକେଟ ଭଳି ବଢି ବଢି ଚାଲିଛି । ତାଙ୍କର ବଜାର ପୁଞ୍ଜିକରଣ ଅନୁନ୍ୟ ୧୯ଲକ୍ଷ କୋଟିରୁ ଅଧିକ ଟଙ୍କାର । ଏହି ସବୁ କମ୍ପାନୀଙ୍କ ସେୟାର ଯୋଗୁ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ମଧ୍ୟ ଦିନକୁ ଦୁଇଗୁଣା ରାତିକୁ ୪ ଗୁଣା ହାରରେ ବୃଦ୍ଧି ପାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

Read More...

ବିଜେପିକୁ ପୁଣି ନିଜର

ବିଜେପିକୁ ପୁଣି ନିଜର "ୟୁଜ ଆଣ୍ଡ ଥ୍ରୋ' ବୟାନରେ ବାଣ ମାରିଲେ ଗଡକରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page