ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ

August 26, 2022, ଦେଶ, , Anupambharat News Bureau


ଜାତୀୟ ଦଳଗୁଡ଼ିକୁ ମିଳିଛି ୧୫ ହଜାର କୋଟିରୁ ଊର୍ଦ୍ଧ୍ୱ
Anupambharat News Bureau
August 26, 2022


ନୂଆଦିଲ୍ଲୀ,୨୬ା୮: ଭାରତରେ ସକ୍ରିୟ ଥିବା ଜାତୀୟ ରାଜନୈତିକ ଦଳମାନେ ବହୁ ଅଜଣାସୂତ୍ରରୁ କୋଟି କୋଟି ଟଙ୍କା ଆଦାୟ କରୁଥିବାର ଏକ ବାସ୍ତବ ଚିତ୍ର ପ୍ରକାଶ ପାଇଛି । ଗତ ୧୫ ବର୍ଷ ମଧ୍ୟରେ ଏଭଳି ରାଜନୈତିକ ଦଳମାନେ ୧୫,୦୭୮ କୋଟି ଟଙ୍କା ଆଦାୟ କରିଛନ୍ତି ବୋଲି ଏଡିଆର୍‌ ରିପୋର୍ଟ ସୂତ୍ରରୁ ଜଣାପଡିଛି । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି । ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି । ତେବେ, ଗୁରୁତ୍ୱପୂର୍ଣ୍ଣ ହେଲା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୮ଟି ଜାତୀୟ ରାଜନୈତିକ ଦଳ ଅଜ୍ଞାତ ଉତ୍ସରୁ ୪୨୬.୭୪୨ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି । ସେହିପରି ୨୭ଟି ଆଞ୍ଚଳିକ ଦଳ ଅଜ୍ଞାତ ଉତ୍ସରୁ ୨୬୩.୯୨୮ କୋଟି ଟଙ୍କା ଆୟ କରିଥିବା ସ୍ୱୀକାର କରିଛନ୍ତି ।୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ କଂଗ୍ରେସ ଅଜ୍ଞାତ ଉତ୍ସରୁ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି । ସେହିପରି ବିଜେପି ଅଜ୍ଞାତ ଉତ୍ସରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଛି । ସେହିପରି ଅଜ୍ଞାତ ଉତ୍ସରୁ ଦେଶର ପ୍ରମୁଖ ୫ଟି ଆଞ୍ଚଳିକ ରାଜନୈତିକ
ଦଳ କରିଥିବା ଆୟ ମଧ୍ୟରୁ ୱାଇଏସଆର-କଂଗ୍ରେସ- ୯୬.୨୫୦୭ କୋଟି ଟଙ୍କା, ଡିଏମକେ ୮୦.୦୧୮ କୋଟି ଟଙ୍କା, ବିଜେଡ଼ି ୬୭.୦୦୩୪ କୋଟି ଟଙ୍କା, ଏମଏନଏସ ୫.୭୭୩ କୋଟି ଟଙ୍କା ଏବଂ ଆପ୍‌ ୫.୩୫୨ କୋଟି ଟଙ୍କା ଆୟ କରିଛି । ସୂଚନାଯେ, ନିର୍ବାଚନ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ କରୁଥିବା ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍‌ (ଏଡିଆର୍‌) ବିଭିନ୍ନ ଅନୁଦାନ ପ୍ରଦାନ କ୍ଷେତ୍ରରେ ତଥ୍ୟ ରଖିଥାଏ । ତେବେ କେଉଁ ଉଦେଶ୍ୟରେ ରାଜନୈତିକ ଦଳମାନଙ୍କୁ ବିପୁଳ ପରିମାଣରେ ଟଙ୍କା ପ୍ରଦାନ କରାଯାଉଛି ଏବଂ କେଉଁମାନେ ଏହି କୋଟି କୋଟି ଟଙ୍କା ଦେଉଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Read More...

କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

କେନ୍ଦ୍ରକୁ ନବୀନଙ୍କ ଚିଠି : ଆବଶ୍ୟକ ପରିମାଣର ସାର ଯୋଗାଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page