ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା

May 26, 2019, ଓଡ଼ିଶା, , Anupambharat News Bureau


ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା
Anupambharat News Bureau
May 26, 2019

ଧରାକୋଟ,୨୫ା୫(ଅନୁପମ ମିଡ଼ିଆ): ଧରାକୋଟ ଥାନା ଅଞ୍ଚଳରେ ଅନର କିଲିଂ(ପରିବାର ସମ୍ମାନ ରକ୍ଷାକରିବାକୁ ହତ୍ୟା) ଚର୍ଚ୍ଚାର ବିଷୟ ହୋଇଛି । ପ୍ରେମିକା ଘରେ ପ୍ରେମିକକୁ ପିଟି ପିଟି ହତ୍ୟା କରାଯାଇଛି । ଏନେଇ ଥାନାରେ ଏତଲା ପରେ ପୋଲିସ ଦୁଇ ମହିଳା ସମେତ ପାଞ୍ଚ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରୁ ମୂମୁର୍ଷ ଅବସ୍ଥାରେ ପ୍ରେମିକକୁ ଉଦ୍ଧାର କରିଥିଲା । ତେବେ ଆଜି ସକାଳେ ବଡମେଡିକାଲରେ ଚିକିତ୍ସା ଅବସ୍ଥାରେ ତାର ମୃତୁ୍ୟ ଘଟିଛି ।
ପୋଲିସ ସୂଚନା ମୁତାବକ ହତ୍ୟାର ଶିକାର ହୋଇଥିବା ଅଲେଖ ନାହାକ(୨୦) ଜେଜେ ବାପାଙ୍କ ସହ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଉକ୍ତ ଗ୍ରାମର ପ୍ରାୟ ୮ରୁ୧୦ଜଣ ତାଙ୍କୁ କଥା ହେବା ବାହାନାରେ ଡ଼ାକି ନେଇ ହତ୍ୟା କରିଥିଲେ । ଏନେଇ ମୃତକଙ୍କ ବାପା ସନ୍ତୋଷ ନାହାକ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ କୁଆଡ଼େ ଅଲେଖ ସହ ଜଣେ ନାବାଳିକାର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏନେଇ ଝିଅର ପରିବାର ଜାଣିବା ପରେ ଅଲେଖଙ୍କୁ ବାରମ୍ବାର ତାଗିଦ୍‌ କରି ଆସୁଥିଲେ । ତେବେ ତାଗିଦ ସତ୍ତେ୍ୱ ଅଲେଖଙ୍କ ନାବାଳିକା ପ୍ରେମିକା ସହ ମିଳାମିଶା କରୁଥିଲା । ଏହାକୁ ନେଇ ଝିଅର ପରିବାର ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ । ଶୁକ୍ରବାର ରାତିରେ ଅଲେଖଙ୍କୁ ଝିଅର ପରିବାର ଲୋକ ଏବଂ ଅନ୍ୟ କିଛି ମିଶି ଡ଼ାକି ଆଣି ନିସ୍ତୁକ ମାଡ଼ ମାରିଥିଲେ । ଅଲେଖର ବାପାଙ୍କ ଠାରୁ ଖବର ପାଇ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁର୍ମୁଷୁ ଅବସ୍ଥାରେ ଅଲେଖଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଥିଲେ । ଚିକିତ୍ସିତ ଅବସ୍ଥାରେ ଶନିବାର ସକାଳୁ ଅଲେଖଙ୍କ ମୃତୁ୍ୟ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପୋଲିସ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ସଂକ୍ରାନ୍ତିରେ ଏଥିରେ ସମ୍ପୃକ୍ତ ଥିବାନେଇ ୪ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇ ପୋଲିସ ପଚରା ଉଚରା କରୁଛି । ଝିଅର ପରିବାରର ବାପା ମା ସମେତ ସମସ୍ତ ସଦସ୍ୟ ଫେରାର୍‌ ରହିଛନ୍ତି । ପରିବାରର ସମ୍ମାନ ରଖିବାକୁ ଯାଇ ଏଭଳି ଘଟଣା ଘଟିଥିବା କୁହାଯାଇଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

ମହିଳା ମାଳିକୁ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ବଳାତ୍କାର

Read More...

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page