ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ :ଦେବୀ ପ୍ରସାଦଙ୍କୁ ଗଞ୍ଜାମ

August 18, 2022, ଓଡ଼ିଶା, , Anupambharat News Bureau


ବିଜେଡିର ଛ’ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ  :ଦେବୀ ପ୍ରସାଦଙ୍କୁ ଗଞ୍ଜାମ
Anupambharat News Bureau
August 18, 2022


ଭୁବନେଶ୍ୱର, ୧୮ ।୮ (ଅନୁପମ ମିଡିଆ): ରାଜ୍ୟର ୩୦ ଟି ଜିଲ୍ଲାପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜେଡି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ବିଜ୍ଞପ୍ତି ଅନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ ଦିଆଯାଇଛି । ସେହିପରି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଦାୟିତ୍ୱରେ ରହିବେ । ସେହିପରି ଦେବୀପ୍ରସାଦ ମିଶ୍ରଙ୍କୁ ମିଳିଛି ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଓ ବୌଦ୍ଧ ଦାୟିତ୍ୱ ମିଳିଛି । ସେହିପରି ମୟୂରଭଞ୍ଜ,
କେନ୍ଦୁଝର ଜିଲ୍ଲା ସମ୍ଭାଳିବେ ମହେଶ୍ୱର ମହାନ୍ତି ଏବଂ ପ୍ରତାପ ଜେନାଙ୍କୁ ମିଳିଛି ସର୍ବାଧିକ ୭ଟି ଜିଲ୍ଲାର ଦାୟିତ୍ୱ । ସେଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ

ଫୁଲୁଛି ସୁବର୍ଣ୍ଣରେଖା, ବନ୍ୟା ସ୍ଥିତି ନାହିଁ , କାନ୍ଥ ପଡି ଚାରି ମୃତ

Read More...

 କାଶ୍ମୀର ଭଡାଟିଆ ବାସିନ୍ଦା ଦେଇପାରିବେ ଭୋଟ୍‌

କାଶ୍ମୀର ଭଡାଟିଆ ବାସିନ୍ଦା ଦେଇପାରିବେ ଭୋଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page