୪.୬୭ ଲକ୍ଷ ଲୋକ ପ୍ରଭାବିତ

August 18, 2022, ଓଡ଼ିଶା, , Anupambharat News Bureau


୪.୬୭ ଲକ୍ଷ ଲୋକ ପ୍ରଭାବିତ
Anupambharat News Bureau
August 18, 2022


ଭୁବନେଶ୍ୱର, ୧୭ା୮(ଅନୁପମ ମିଡ଼ିଆ):­ ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ ୍ରାସ ପାଇବାରେ ଲାଗିଛି । ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି କମିଯାଇଥିବ । ୪ଟି ଜିଲ୍ଲାରେ ପିକ୍‌ ଫ୍ଲଡ କମିବା ଆରମ୍ଭ ହୋଇସାରିଛି ।
କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍‌ ଫ୍ଲଡ କମିଛି । ସେହିଭଳି ରାଜ୍ୟର ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଛି । ବନ୍ୟା ପରିସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏସ୍‌ଆରସି ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ସକାଳେ ଜଳସ୍ତର ଆହୁରି କମିବାକୁ ଲାଗିବ । ଆଜି ରାତି ଗୁରୁତ୍ୱପୂର୍ଣ୍ଣ ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ପାଣି ଆସୁଥିବାରୁ ବନ୍ୟାରେ ପ୍ରଭାବିତ ସଂଖ୍ୟା ଆହୁରି ବଢିପାରେ । ପୂର୍ବାହ୍ନରେ ଏସଆରସି କହିଥିଲେ ଯେ, ବନ୍ୟା ଦୃଷ୍ଟିରୁ ଆଗାମୀ ୨୪ ଘଣ୍ଟା ଓଡ଼ିିଶା ପାଇଁ ଗୁରୁତ୍ୱପୂଣର୍ଣ୍ଣ । ବର୍ତ୍ତମାନ ପିକ୍‌ ମୁଣ୍ଡଳି ଅତିକ୍ରମ କରିଛି । ଏହାକୁ ସମୁଦ୍ରକୁ ଯିବାକୁ ୨୪ ଘଣ୍ଟା ଲାଗିବ । ତେଣୁ ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଣ୍ଡଳିରେ ଆଜି ସକାଳ ୬ଟା ଯାଏ ଜଳ ପ୍ରବାହ ପିକ୍‌ ରହିଥିଲା -୧୨ ଘଣ୍ଟା ପିକ୍‌ ରହିବା ପରେ ସକାଳ ୬ଟାରୁ କମି ଚାଲିଥିଲା । ଏବେ ମୁଣ୍ଡଳିରେ ଘଣ୍ଟା ପିଛା ୧୭ ହଜାର କୁ୍ୟସେକ୍‌ କମୁଛି । ଆଉ କିଛି ଘଣ୍ଟା ମଧ୍ୟରେ ତାହା ୨୫ ହଜାର କୁ୍ୟସେକ୍‌ ହେବା ଆଶା ରହିଛି । ସେପଟେ ହୀରାକୁଦରୁ ଆସୁଥିବା ପାଣି ଖଇରମାଳରେ ପହଞ୍ଚିଛି । ଖଇରମାଳରେ ସକାଳେ ୯.୮୪ ଲକ୍ଷ କୁ୍ୟସେକ୍‌ ପିକ୍‌ ରହିଥିଲ । ସେ କହିଛନ୍ତି ଯେ ଏଯାଏ କେବଳ ୪ଟି ସ୍ଥାନରେ ପ୍ରମୁଖ ନଦୀରେ ଘାଇ ହୋଇଛି । କାଲି ଦୁଇଟି ହୋଇଥିଲା, ଆଜି ଆଉ ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
ଆଜି କୁଶଭଦ୍ରା ନଦୀର ତେଣ୍ଡିଆକୁଦରେ ଗୋଟିଏ ଘାଇ ହୋଇଛି । ସେହିପରି ମହାନଦୀର ତେରମାଣପୁର ଠାରେ ଆଉ ଏକ ଘାଇ ହୋଇଛି । ୨୦୧୧ ପରେ ପ୍ରଥମ କରି ମୁଣ୍ଡଳିରେ ଏତେ ପାଣି ପାସ୍‌ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ: ୧୫ ଦିନ ରିଲିଫ୍‌

ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ: ୧୫ ଦିନ ରିଲିଫ୍‌

Read More...

 ଆଗାମୀ ତିନି ଦିନ ବନ୍ୟା ସ୍ଥିତି

ଆଗାମୀ ତିନି ଦିନ ବନ୍ୟା ସ୍ଥିତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page