ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

May 25, 2019, ଦେଶ, , Anupambharat News Bureau


ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ
Anupambharat News Bureau
May 25, 2019

ସୁରତ: ୨୩ ଜଣଙ୍କ ଜୀବନ ନେଇଥିବା ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ସାରା ଦେଶରେ ଏବେ ନିର୍ବାଚନ ନିଆଁ ଭିତରେ ବି ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଧୀରେ ଧୀରେ ସେହି ଅପରାହ@ ସମୟର ଘଟଣାର ଟିକିନିଖି ଖବର ସାମ୍ନାକୁ ଆସୁଛି । ପୁଲିସ୍‌ ଏହି କୋଚିଂ ସେଣ୍ଟରର ମାଲିକଙ୍କୁ ଏବଂ ବିଲïରଙ୍କୁ ଗିରଫ କରିସାରିଛି । ମିଳିଥିବା ସୂଚନା ଅନୁଯାୟୀ ଇଣ୍ଟେରିଅର ଡିଜାଇନ୍‌ କୋଚିଂ କ୍ଲାସ୍ରୁ ପ୍ରଥମେ ନିଆଁ ଆରମ୍ଭ ହୋଇଥିଲା । ଏହାପରେ ତକ୍ଷଶିଳା କୋଚିଂ ସେଣ୍ଟର ଆଡ଼କୁ ଏହା ବ୍ୟାପିଥିଲା ।
ସେହି ସମୟରେ କୋଠାରେ ୫୦ରୁ ୬୦ ଜଣ ଥିଲେଛ ସେମାନଙ୍କ ମଧ୍ୟରେ କେତେଜଣ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନ ପାଇଁ ଅପେକ୍ଷା କରିଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ହଠାତ ଦେଖିବାକୁ ପାଇଲି ଧୂଆଁ ମାଡ଼ିଆସୁଛି । କ’ଣ କରିବି କିଛି ବୁଝିପାରିଲିନି । ନିଶୁଣୀ ନେଇ ପିଲାଙ୍କୁ ଉଦ୍ଧାର କରିବା ଆରମ୍ଭ କଲି । ମୁଁ ୮-୧୦ ଜଣଙ୍କୁ ବଞ୍ଚାଇଦେଲି । ପରେ ଆଉ ୨ ଜଣଙ୍କୁ ବଞ୍ଚାଇଲି । ସେ କହିଥିଲେ, ଫାୟାରଷ୍ଟେସନ୍‌ କୋଠାଠାରୁ ମାତ୍ର ୨ କିଲୋମିଟର ଦୂରରେ ଅଛି । କି;ୁ ଦମକଳ ଏତିକି ବାଟ ଆସିବାକୁ ୪୦ରୁ ୪୫ ମିନିଟ୍‌ ଲାଗିଗଲା । ଉଦ୍ଧାର ହୋଇପାରିଥିବା ଜଣେ ଛାତ୍ରୀଙ୍କ ବାପା କୁହନ୍ତି, ନିଆଁ ଲାଗିବା ସମୟରେ ମୋ ଝିଅ କୋଠା ଭିତରେ ଥିଲା । ଯଦିଓ ତାକୁ ଉଦ୍ଧାର କରାଯାଇପାରିଛି ସେ ଏବେ ନିଜର ମାନସିକ ସ;ୁଳନ ହରାଇବସିଛି । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଜୟ ପଟେଲ କୁହନ୍ତି, ଯଦି ଠିକ୍‌ ସମୟରେ ଅଗ୍ନିଶମବାହିନୀ ପହଞ୍ଚିପାରିଥାନ୍ତା ତା’ହେଲେ ହୁଏତ ଏତେ ସଂଖ୍ୟାରେ ମୃତାହତ ହୋଇନଥାନ୍ତେ । ଅନ୍ୟପକ୍ଷରେ ପାଣି ପାଇପ୍ର ପ୍ରେସର ଏତେ କମ୍‌ ଥିଲା ଯେ ତାହା ନିଆଁ ଲିଭାଇବାକୁ ଯଥେଷ୍ଟ ନଥିଲା । ବର୍ତ୍ତମାନ ୧୫ ଜଣ ଚିକିତ୍ସାଧୀନ ଅଛନ୍ତିଛ ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ଅଛନ୍ତି । ତେବେ ବିନା ଅନୁମତିରେ ମହଲା ପରେ ମହଲା ନିର୍ମାଣ କରିଥିବା କୋଠାର ମାଲିକଙ୍କ ନାମରେ ପୁଲିସ୍‌ ଏଫ୍‌ଆଇଆର ରୁଜୁ କରି ତାଙ୍କୁ ଗିରଫ କରିଛି । ସେ କୋଚିଂ ସେଣ୍ଟର ଚାଲିଥିବା ମହଲାରେ ବାେáାନୀକୁ ଫାଇବର ତମ୍ବୁରେ ଘୋଡ଼ାଇଦେଇଥିବା ମଧ୍ୟ ପୁଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି । ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲ । ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି । ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି ତାଲା ଓ ଚାରି ତାଲାରୁ ତଳକୁ ଡେଇଁ ପଡିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବଞ୍ଚିଯାଇଥିବା ଜଣେ ଛାତ୍ର ବଖାଣିଛନ୍ତି ଆଖି ଆଗରେ ଦେଖିଥିବା ନିଆଁର କରାଳ ରୂପକୁ । ଏହି ଅଗ୍ନିକାଣ୍ଡରୁ ବଞ୍ଚି ଯାଇଥିବା ରୂଷିତ ବେକାରିୟା ନାମକ ଛାତ୍ର କହିଛନ୍ତି ଯେ, ତଳକୁ ଡେଇଁବା ଛଡ଼ା ଆମ ପାଖରେ ଆଉ କିଛି ବାଟ ହିଁ ନ ଥିଲା । ଏହି ଘଟଣାରେ ଉକ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରାଯାଇଛି । ରୂଷିତଙ୍କ କଥା ଆପଣଙ୍କ ହୃଦୟକୁ ଥରାଇ ଦେବ, ଏଥିରେ ସନ୍ଦେହ ନାହିଁ । ତାଙ୍କ କହିବା ମୁତାବକ,ଏସିରୁ ବାହାରୁଥିବା ନିଆଁ ଆଖି ପିଛୁଳାକେ ବ୍ୟାପି ଯାଇଥିଲା । ଫଳରେ ସେମାନେ ବାହାରକୁ ବାହାରିବାକୁ ସମୟ ପାଇପାରି ନଥିଲେଛ କ୍ରମଶଃ ନିଃଶ୍ୱାସ ନେବାରେ ଅଶ୍ୱସ୍ତି ବୋଧ ହେବାରୁ ପିଲାମାନେ ଝରକା ଖୋଲି ଦେଇଥିଲେ । ଉକ୍ତ ସମୟରେ ଫାୟାର ବ୍ରିଗେଡ କର୍ମଚାରୀ ତଳେ ପହଞ୍ଚି ଯାଇଥିଲେ ।
ସେମାନେ ଡେଇଁ ପଡ଼ିବାକୁ କହୁଥିଲେ ମଧ୍ୟ ପାଖରେ କି;ୁ କିଛି ବି ସୁରକ୍ଷା ସାମଗ୍ରୀ ମହଜୁଦ ନ ଥିଲା । ଏହାପରେ ଏଠାରେ ରହିଲେ ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜୀବନ ଚାଲିଯିବ ବୋଲି ଭାବିଲି । ଏଥିଲାଗି ମୁଁ ଧରିଥିବା ସାଙ୍ଗର ହାତକୁ ଛାଡ଼ି ତଳକୁ ଡେଇଁ ପଡ଼ିଥିଲି । ତା ପରେ କ’ଣ ହେଲେ କିଛି ଜାଣିନି । ଚେତା ଫେରିବା ବେଳକୁ ମୁଁ ହସ୍ପିଟାଲରେ ଥିଲି ଓ ପ୍ରବଳ ଯନ୍ତ୍ରଣା ହେଉଥିଲା । ଏହାପରେ ଭଗବାନଙ୍କୁ ବଞ୍ଚି ଯାଇଥିବାରୁ କୃତଜ୍ଞତା ଜଣାଇଲି ବୋଲି କହିଛନ୍ତି ରୂଷିତ । ତାଙ୍କ ହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏଠାରେ ରହିଲେ ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜୀବନ ଚାଲିଯିବ ବୋଲି ଭାବିଲି । ସେମାନଙ୍କ ମଧ୍ୟରୁ ବହୁଜଣ ସମ୍ଭ୍ରାନ୍ତ ଶ୍ରେଣୀର ବୋଲି ଜଣାଯାଇଛି । ବେକାରିୟାଙ୍କ ପିତାଙ୍କର ହୀରା ବ୍ୟବସାୟ ଥିବା ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

Read More...

ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page