ଚୋରା ମଦ ଧରପଗଡ଼ରୁ ଆକ୍ରମଣ: ତହସିଲଦାରଙ୍କ ମୁଣ୍ଡ ଫାଟିଲା

August 06, 2022, ଓଡ଼ିଶା, , Anupambharat News Bureau


ଚୋରା ମଦ ଧରପଗଡ଼ରୁ ଆକ୍ରମଣ:  ତହସିଲଦାରଙ୍କ ମୁଣ୍ଡ ଫାଟିଲା
Anupambharat News Bureau
August 06, 2022


ପାତ୍ରପୁର, ୬ା୮(ଅନୁପମ ମିଡ଼ିଆ): ପାତ୍ରପୁର ତହସିଲ ଅନ୍ତର୍ଗତ ବୁଢିଘାଟିରେ ଶନିବାର ତହସିଲଦାର, ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଚରା ମଦ କାରବାର ଉପରେ ଚଢ଼ାଉ ବେଳେ ଆଦିବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ହୋଇଛି । ଆଦିବାସୀଙ୍କ ଆକ୍ରମଣରେ ତହସିଲଦାର ଅମିତ କୁମାର ନାୟକଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ କିଛି ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏହାକୁ ନେଇ ଘଟଣା ସ୍ଥଳ ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା ।
ମିଳିଥିବା ସୂଚନା ପ୍ରକାରେ ମିଳିତ ଚଢାଉ ପୂର୍ବରୁ କିଛି ମୁଷ୍ଟିମେୟ ଲୋକ ଜଣେ ଆଦିବାସୀ ଯୁବକଙ୍କୁ କୁଆଡ଼େ ଆକ୍ରମଣ କରିଥିଲେ । ଏହାର କିଛି ଘଣ୍ଟା ପରେ ପରେ ସ୍ଥାନୀୟ ତହସିଲଦାର, ଅବକାରୀ, ପୋଲିସ ବିଭାଗ ପକ୍ଷରୁ ଉକ୍ତ ଗ୍ରାମରେ ଚଢାଉ କରାଯାଇଥିଲା । ଫଳରେ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ ଘଟଣାରେ ଉତ୍ୟକ୍ତ ଆଦିବାସୀ ମାନେ ଚଢାଉରେ ଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ତହସିଲଦାରଙ୍କ ସମେତ ୧୨ଜଣ ଆହତ ହୋଇଥିବା ଜଣାପଡିଛି । ଆଦିବାସୀଙ୍କ ଆକ୍ରମଣରେ ଲହୁଲୁହାଣ ଅଧିକାରୀମାନେ ପ୍ରାଣ ବିକଳରେ ଆସିଥିବା ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଦୌଡ଼ିବାରେ ଲାଗିଥିଲେ । ଏହାପରେ ଆଦିବାସୀମାନେ ଗଛ ହାଣି ରାସ୍ତା ଅବରୋଧ କରିଥିଲେ । ଫଳରେ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ଯାଇଥିବା ୩ଟି ବୋଲେରୋ ଓ ଗୋଟିଏ ବସ୍‌ ଗ୍ରାମ ଭିତରେ ରହିଯାଇଥିଲା । ପରେ ଗ୍ରାମବାସୀ ରାଜନେତା ବସି ଆପୋଷ ବୁଝାସୁଝା ହୋଇଥିଲା । ଏପରିକି ଆସନ୍ତା ୧୨ରେ ପୋଲିସ, ଆଦିବାସୀ, ଅବକାରୀ ବିଭାଗ ଓ ଭେଣ୍ଡର ମିଳିତରେ ଏକ ଆପୋଷ ବୁଝାମଣା କରାଯିବ ବୋଲି ନିଷ୍ପତ୍ତି ପରେ ରାସ୍ତାରୁ ଗଛ ହଟାଇ ଗାଡି ଗୁଡିକୁ ଛଡାଯାଇଥିଲା । ପରବର୍ତ୍ତୀ ସମୟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:   ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର

Read More...

ଆଜି ଆସୁଛନ୍ତି ଶାହା:  ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

ଆଜି ଆସୁଛନ୍ତି ଶାହା: ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page