ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

August 05, 2022, ଓଡ଼ିଶା, , Anupambharat News Bureau


ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ
Anupambharat News Bureau
August 05, 2022


ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ପ୍ରତି ୭ ଟି ଜିଲ୍ଲାର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳରେ ଦେଖାଦେଇଥିବା ଡ଼ାଇରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ସ୍ଥିତିର ସମୀକ୍ଷା କରିଥିଲେ । ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ସଂକ୍ରମଣ ନିୟନ୍ତ୍ରଣ ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।
ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷା କରି ଗ୍ରାମ ଓ ୱାର୍ଡରୁ କମୁ୍ୟନିଟି ହେଲଥ ସେଣ୍ଟର, ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ତ୍ୱରିତ ଡାଇରିଆ ସୂଚନା ପ୍ରସାରଣ ଓ ସଂକ୍ରମିତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର ନିମନ୍ତେ ଏକ ସକ୍ରିୟ ଓ ନିର୍ଭରଯୋଗ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶୃଙ୍ଖଳରେ ଆଶାକର୍ମୀ/ଅଙ୍ଗନାବାଡ଼ି କର୍ମୀ/ୱାର୍ଡ- ମେମ୍ବର/ସରପଞ୍ଚ/ସ୍ଥାନୀୟ ସେ୍ୱଚ୍ଛାସେବୀ ଅନୁଷ୍ଠାନ ଓ ବିଦ୍ୟାଳୟମାନଙ୍କୁ ସାମିଲ କରିବା ନିମନ୍ତେ ମଧ୍ୟ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସବୁ ଗାଁରେ ସମସ୍ତ ପାନୀୟଜଳ ସ୍ରୋତକୁ ନିୟମିତ ବ୍ୟବଧାନରେ ବିଶୋଧନ କରିବା ସହ ଲୋକମାନେ ଯେପରି ଝରଣାପାଣି ନପିଅନ୍ତି ତାଉପରେ ସତର୍କ ଦୃଷ୍ଟି ରଖିବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସଚେତନତା କାର୍ଯ୍ୟକ୍ରମକୁ ଅଧିକ ସଘନ କରିବାକୁ ମଧ୍ୟ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରାଜ୍ୟରେ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ବ୍ୟବସ୍ଥାକୁ ପୂର୍ଣ୍ଣ ସକ୍ରିୟ ରଖିବା ସହ ସମ୍ପୂର୍ଣ୍ଣ ସଜାଗ ଓ ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବର୍ତ୍ତମାନ ସୁଦ୍ଧା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ସୋନପୁର, ନୂଆପଡ଼ା, ଗଜପତି, ଝାରସୁଗୁଡ଼ା ଆଦି ୭ ଟି ଜିଲ୍ଲାରେ ସମୁଦାୟ ୬୮୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୬୧୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୫୩ ଜଣ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ଏବଂ ୧୭ ଜଣ ହସ୍ପିଟାଲ୍‌ ଆସିବାରେ ବହୁ ବିଳମ୍ବ କରି ମୃତୁ୍ୟ ବରଣ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ତ୍ୱରିତ ପଦକ୍ଷେପ ଯୋଗୁ ନବରଙ୍ଗପୁର, ସୋନପୁର, ନୂଆପଡା, ଗଜପତି ଓ ଝାରସୁଗୁଡା ଆଦି ୫ ଟି ଜିଲ୍ଲାରେ ଗତ ତିନିଦିନ ଧରି ଲଗାତର ଭାବେ ସଂକ୍ରମଣ ଶୂନ୍ୟରେ
ପହଞ୍ଚିଛି । ସେହିପରି ରାୟଗଡା ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସଂକ୍ରମଣ ଲଗାତର ୨ ଦିନ ଧରି ଶୂନ ରହିଛି । ସମୁଦାୟ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ ଅଛି ବୋଲି ଜିଳ୍ଲାପାଳମାନେ ଜଣାଇଥିଲେ ।
ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍‌, ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସଂଘମିତ୍ରା ପତି, ପବ୍ଲିକ୍‌ ହେଲଥ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସମ୍ପୃକ୍ତ ଜିଲ୍ଲାପାଳମାନେ ଭିଡିଓ କନଫେରେନ୍ସଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଓ ଡାଇରିଆ ନିରାକରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଜଣାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ  : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

Read More...

ରେପୋ ରେଟ  ପୁଣି ବଢ଼ିଲା

ରେପୋ ରେଟ ପୁଣି ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page