ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ

August 03, 2022, ଓଡ଼ିଶା, , Anupambharat News Bureau


ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ
Anupambharat News Bureau
August 03, 2022


ଭୁବନେଶ୍ୱର,୩ା୮(ଅନୁପମ ମିଡ଼ିଆ): ସାଇବର ଠକଙ୍କୁ ଧରିବା ପାଇ ରାଜ୍ୟରେ ସାଇବର ଥାନା ପ୍ରତିଷ୍ଠା ହୋଇଛି । ତେବେ ଏଥି ସଂକ୍ରାନ୍ତୀୟ ଠକ୍‌କୁ ଧରିବା ତ ଦୂରର କଥା ତାର ଛାଇଁ ବି ମାଡ଼ି ପାରୁ ନାହାନ୍ତି ଏହି ଥାନା କର୍ତ୍ତୃପକ୍ଷ । କେବଳ ବିଭିନ୍ନ ସମୟରେ ଲୋକଙ୍କୁ ସଚେତନା କରାଇ ବିଭାଗ ନିଜ କାନ୍ଧରୁ ଦାୟିତ୍ୱ ଖସାଇବାରେ ଲାଗିଛି । ସାଇବର ଠକ୍‌ର ଶିକାର ବ୍ୟକ୍ତି ଥାନାର ଦ୍ୱାରସ୍ଥ ପରେ ତାଠାରୁ ଘଟଣା ସଂକ୍ରାନ୍ତରେ ସମସ୍ତ ତଥ୍ୟ ନିଆଯାଏ । ଏପରିକି ଟଙ୍କା ଫେରିବାର ଆଶ୍ୱାସନା ମଧ୍ୟ ଥାନା କର୍ତ୍ତୃପକ୍ଷ ଦିଅନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏହା କେବଳ ଆଶ୍ୱସନା ହୋଇ ରହିଯାଏ । ଫଳରେ ସାଇବର ଥାନା ବର୍ତ୍ତମାନ ଦାନ୍ତ ନଥିବା ବାଘ ସଦୃଶ ହୋଇଛି । ଆଜି ପର୍ଯ୍ୟନ୍ତ ଠକାମୀର ଶିକାର ହୋଇଥିବା ଅଧିକାଂଶ ଲୋକ ସାଇବର ଥାନାରୁ ଉପକୃତ ହେଉଥିବା ଦେଖାଯାଉ ନାହିଁ । କେବେଳ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନକୁ ମେଲ୍‌ କରି ନିଜ କାର୍ଯ୍ୟ ସମ୍ପାଦାନ କରୁଥିବା ବେଳେ କିଭଳି ଠକ୍‌କୁ ଧରାଯିବ ସେ ନେଇ କିଛି ପଦକ୍ଷେପ ନେଉନଥିବା କୁହାଯାଇଛି ।
ରାଜସ୍ଥାନ ଓ ବିହାର ଠକ୍‌ ଆପଣଙ୍କୁ ଲୁଟିଛନ୍ତି ବୋଲି ଥାନା କର୍ତ୍ତୃପକ୍ଷ କହି ହାତ ଉପରେ ହାତ ଦେଇ ବସୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ମାସିକ ମୋଟା ଅଙ୍କର ଅର୍ଥ ଏହି ଥାନା ପରିଚଳାନାରେ ଶ୍ରାଦ୍ଧ କରୁଥିବା ବେଳେ ଥାନାର ପ୍ରକୃତ ଉର୍ଦ୍ଦେଶ୍ୟ ସାଧିତ ହୋଇ ପାରୁନଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ରାଜଧାନୀରେ ସାଇବର ଠକେଇ ବୃଦ୍ଧି ପାଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି କହିଛନ୍ତି ଯେ ଏବେ ମୁଖ୍ୟତଃ ୩ ପ୍ରକାର ସାଇବର ଠକେଇ ହେଉଛି । ଓଏଲଏକ୍ସରେ ଜିନିଷ ବିକ୍ରି, ନୁ୍ୟଡ୍‌ କଲ୍‌ ଓ ବିଦ୍ୟୁତ ବିଲ୍‌ ପଇଠ ବାହାନାରେ ଠକେଇ ହୋଇଛି । ଅନ୍ୟାନ୍ୟ ଠକେଇ ମାମଲାରେ ଲୋକେ ସାଇବର ଥାନାରେ ଅଭିଯୋଗ କରୁଛନ୍ତି । ମାତ୍ର ନ୍ୟୁଡ୍‌ କଲ୍‌ କୁ ନେଇ ଠକେଇ ଅଧିକ ହେଉଥିବା ବେଳେ ଲୋକଲଜ୍ଜା ଭୟରେ ଥାନାରେ ମାମଲା ହେଉନି । ତେଣୁ ଏଭଳି ଠକେଇ ହୋଇଥିଲେ, ତୁରନ୍ତ ଥାନାରେ ଆସି
ମାମଲା
ଦେବାକୁ ଡିସିପି ପରାମର୍ଶ ଦେଇଛନ୍ତି । ଜୁଲାଇ ମାସରେ ମୋଟ ୩୬୮ଟି ଠକେଇ କଲ୍‌ ଆସିଥିବା ବେଳେ ୧୪୮ଟି ୟୁପିଆଇ ଫ୍ରଡ୍‌ ମାମଲା ରେଜିଷ୍ଟର୍‌ ହୋଇଛି । ସେହିପରି ଦୁଇ ଦିନ ତଳେ ନ୍ୟୁଡ୍‌ କଲ୍‌ ଜରିଆରେ ଜଣେ ବ୍ୟକ୍ତିଙ୍କଠୁ ୨୫ ଲକ୍ଷ ଠକେଇ ଘଟଣା ସାମ୍ନାକୁ ଆସିଛି । କମିଶନରେଟ୍‌ ପୋଲିସ୍‌ର ସୂଚନା ଅନୁସାରେ, ୭ ମାସରେ ୭ କୋଟି ୭୯ ଲକ୍ଷ ୮୩ ହଜାର ଟଙ୍କା ଠକେଇ ହୋଇଛି । ହେଲେ ସେଥିରୁ ମାତ୍ର ୭୦ ଲକ୍ଷ ଟଙ୍କା ଫେରସ୍ତ ହୋଇପାରିଛି । ସେହିପରି ମାତ୍ର ୬୧ ଲକ୍ଷ ଟଙ୍କା ବ୍ଲକ ହୋଇ ପାରଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରେପୋ ରେଟ  ପୁଣି ବଢ଼ିଲା

ରେପୋ ରେଟ ପୁଣି ବଢ଼ିଲା

Read More...

ବଢିବ ବର୍ଷା

ବଢିବ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page