ଥାନାରେ ହାଜର ହେଲେ ବାବୁସାନ

July 30, 2022, ଓଡ଼ିଶା, , Anupambharat News Bureau


ଥାନାରେ ହାଜର ହେଲେ ବାବୁସାନ
Anupambharat News Bureau
July 30, 2022


ଭୁବନେଶ୍ୱର, ୩୦ା୭ (ଅନୁପମ ମିଡ଼ିଆ): ପତ୍ନୀ ତୃପ୍ତି ଦେଇଥିବା ଏତଲା ଆଧାରରେ ଆଜି ଜନ୍ମଦିନରେ ବାବୁସାନ୍‌ ଖାରବେଳ ଥାନାରେ ହାଜର ହୋଇଛନ୍ତି । ବାବୁସାନଙ୍କ ସହ ତାଙ୍କ ମାଆ ଅପରାଜିତା ମହାନ୍ତି ଓ ପାରିବାରିକ ବନ୍ଧୁ ରବି ମିଶ୍ର ମଧ୍ୟ ଖାରବେଳ ନଗର ଥାନା ଯାଇଥିଲେ । ପୋଲିସ୍‌ ବାବୁସାନ୍‌ ଙ୍କୁ ପ୍ରାୟ ଘଂଟାଏ କାଳ ପଚରାଉଚରା କରିଥିଲା । ଅନ୍ୟପକ୍ଷରେ ପତ୍ନୀ ତୃପ୍ତି ଶତପଥୀ ବାବୁସାନଙ୍କ ନାଁରୁ ମାମଲା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଛନ୍ତି ବାବୁସାନଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର । ସମାଧାନର ବାଟ ବାହାରିଛି, ଖୁବ୍‌ ଶୀଘ୍ର ତୃପ୍ତି କେସ୍‌ ପ୍ରତ୍ୟାହାର କରିବେ ବୋଲି ସେ କହିଛନ୍ତି । ସେହିପରି ବାବୁସାନ୍‌ ଫୋନ ମାଧ୍ୟମରେ ତୃପ୍ତିଙ୍କ ସହ କଥା ହୋଇଛନ୍ତି ।
ଖାରବେଳନଗର ଥାନା ଆଇଆଇସି ଅରୁଣ ସ୍ୱାଇଁ କହିଛନ୍ତି, ବାବୁସାନଙ୍କୁ ଥାନାରେ ହାଜର ହେବାକୁ ସୂଚନା ଦେଇଥିଲୁ । ସେହି ଆଧାରରେ ସେ ଆଜି ଥାନାରେ ହାଜର ହୋଇଥିଲେ । ତାଙ୍କ ସହ ତାଙ୍କ ମା’ ଅପରାଜିତା ଓ ରବି ମିଶ୍ର ଥିଲେ । ସେମାନଙ୍କ ଉପସ୍ଥିତିରେ ବାବୁସାନଙ୍କୁ ଜେରା କରାଯାଇଥିଲା । ୨ଟି କେସ୍‌ରେ ତାଙ୍କୁ ପଚରାଉଚରା କରାଯାଇଥିବା ବେଳେ ବାବୁସାନ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । କେସ୍‌ର ସବୁ ଦିଗକୁ ଅନୁଶୀଳନ କରିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଏହା ପୂର୍ବରୁ ବାବୁସାନ୍‌ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଥିଲେ । ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ସକାଳେ ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

Read More...

ଜୟନାରାୟଣ ବିରୋଧୀ  ଦଳ ନେତା

ଜୟନାରାୟଣ ବିରୋଧୀ ଦଳ ନେତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page