ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି

July 21, 2022, ଓଡ଼ିଶା, , Anupambharat News Bureau


ଏମଏଲଏ ଲ୍ୟାଡ ଫଣ୍ଡ ବୃଦ୍ଧି ଦାବି
Anupambharat News Bureau
July 21, 2022


ଭୁୁବନେଶ୍ୱର, ୨୧ା୭ (ଅନୁପମ ମିଡିଆ): ­ ବିଭିନ୍ନ ନିର୍ବାଚନମଣ୍ଡଳୀ ମାନଙ୍କରେ ଜନସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଲାଣି । ବିଭିନ୍ନ ପ୍ରକଳ୍ପର ମୂଲ୍ୟ ମଧ୍ୟ ବଢିବାରେ ଲାଗିଛି । ତେଣୁ ଏମଏଲଏ ଲ୍ୟାଡ ଫଣ୍ଡରେ ଯେଉଁ ୩ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି ତାହା ଯଥେଷ୍ଟ ହେଉ ନାହିଁ । ତେଣୁ ଏହାକୁ ଆଖି ଆଗରେ ରଖି ଏମଏଲଏ ଲ୍ୟାଡ ଫଣ୍ଡକୁ T୍‌ି କରା ଯାଉ । ଗୁରୁବାର ଦିନ ପ୍ରଶ୍ନକାଳରେ ସଂଜୀବ କୁମାର ମଲିକଙ୍କ ମୂଳ ପ୍ରଶ୍ନ ଉପରେ ଆଲୋଚନା ବେଳେ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ଦାବି କରିଛନ୍ତି । ତେବେ ଏହାର ଉତରରେ ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ ବର୍ତ୍ତମାନ ଏମଏଲଏ ଲ୍ୟାଡ ଫଡରେ ୨ କୋଟି ଟଙ୍କା ସାଧାରଣ ଭାବେ ତଥା ଉଚ୍ଚ ଶିକ୍ଷା ପାଇଁ ୫୦ ଲକ୍ଷ ଓ ରାସ୍ତା ଘାଟ ପାଇଁ ଆଉ ୫୦ ଲକ୍ଷ ଏପରି ମୋଟ ୩ କୋଟି ଟଙ୍କାର ବ୍ୟବସ୍ଥା କରା ଯାଇଛି । ଏହାକୁ ବଢାଇବା ପାଇଁ ରାଜ୍ୟ ସରକାରଙ୍କର ନିକଟରେ ଏବେ କୌଣସି ପ୍ରସ୍ତାବ ନାହିଁ । ଯଦି ଏ ସମ୍ପର୍କରେ ଭବିଷ୍ୟତରେ କୌଣସି ପ୍ରସ୍ତାବ ଆସେ ତେବେ ତାକୁ ସରକାର ବିଚାର କରିବେ ବୋଲି ସେ କହିଛନ୍ତି ।ବିଧାୟକ ସଂଜୀବ ମଲିକ, ଲତିକା ପ୍ରଧାନ, ମୋହନ ମାଝୀ, ସନ୍ତୋଷ ସିଂହ ସାଲୁଜା. ଭାସ୍କର ମଢେଇ ଓ ଅନ୍ୟ ବିଧାୟକ ମାନେ କହିଛନ୍ତି ଯେ କୋବିଡ ପର ଠାରୁ ବିଭିନ୍ନ ପ୍ରକଳ୍ପରେ ମୂଲ୍ୟରେ ଭାରୀ ବୃଦ୍ଧି ଘଟିଛି । ଲୁହା ଛଡ. ସିମେଂଟ ଆଦିର ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ଯେଉଁ କାମ ଏକ ଲକ୍ଷ ଟଙ୍କାରେ ହେଉଥିଲା ତାହା ଏବେ ତିନି ଲକ୍ଷ ଟଙ୍କାରେ ପହଞ୍ଚି ସାରିଲାଣି ।
ତେଣୁ ଏହାକୁ ବୃଦ୍ଧି କରା ଯିବା ନିହାତି ଜରୁରୀ । ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଚାରି କୋଟି ଯାଏ ଏମଏଲଏ ଲାଡ ରହିଛି । ତେଣୁ ଏହାକୁ ଆଖି ଆଗରେ ରଖି ଓଡିଶାରେ ମଧ୍ୟ ଏହାକୁ ବଢାଇବାର ଆବଶ୍ୟକତା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

ଇଡିରେ ସୋନିଆଙ୍କୁ ତିନି ଘଣ୍ଟିଆ ଜେରା: ୨୫ରେ ପୁଣି ହେବେ ହାଜର

Read More...

ନୂଆ ନିୟମରେ ହେବ ଭୋଟର ତାଲିକା:  ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

ନୂଆ ନିୟମରେ ହେବ ଭୋଟର ତାଲିକା: ଏଣିକି ବର୍ଷକୁ ୪ଥର ନାଁ ଯୋଡ଼ି ହେବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page