ବିଧାନସଭାରେ ଭୋଟ୍‌ ଦେଲେ ନବୀନ

July 18, 2022, ଓଡ଼ିଶା, , Anupambharat News Bureau


ବିଧାନସଭାରେ ଭୋଟ୍‌ ଦେଲେ ନବୀନ
Anupambharat News Bureau
July 18, 2022


ଭୁୁବନେଶ୍ୱର, ­ ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୋଟ ୧୪୫ ଜଣ ବିଧାୟକ ନିଜ ମତ ସାବ୍ୟସ୍ତ କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦିଲ୍ଲୀରେ ଚିକିତ୍ସାଧୀନ ଥିବାରୁ ସେ ସଂସଦ ଭବନରେ ମତଦାନ କରିଛନ୍ତି । ସେହିପରି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ୍‌ ଦେବାକୁ ଆସିନଥିବା ଜଣାପଡିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଭୋଟଗ୍ରହଣ ହୋଇଥିଲା । ଅପରାହ୍ନ ୧ଟା ସୁଦ୍ଧା ୧୪୧ଜଣ ବିଧାୟକ ନିଜର ମତାଧିକାର ସାବ୍ୟସ୍ତ କରିଥିବାବେଳେ ୫ଟା ସୁଦ୍ଧା ଆଉ ୪ଜଣ ଭୋଟ୍‌ ଦେଇଥିଲେ । ବିଜେଡିର ୧୧୨ ଜଣ ବିଧାୟକ, ବିଜେପିର ୨୧ଜଣ ବିଧାୟକ, କଂଗ୍ରେସର ୯ଜଣ ବିଧାୟକ, ସିପିଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହୋଇଥିବା ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପ୍ରକୋଷ୍ଠରେ ଭୋଟ୍‌ ଦେଇଥିବାବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସଂସଦ ଭବନରେ ଭୋଟ୍‌ ଦେଇଛନ୍ତି । ଓଡ଼ିଶାରେ କଂଗ୍ରେସ ବିଧାୟକଙ୍କ ଭୋଟ୍‌ ୟୁପିଏ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଯାଇଥିବାବେଳେ କେବଳ କଟକ ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଭୋଟ୍‌ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଜିଏସ୍‌ଟି ବଢ଼ିଲା:  ଏଣିକି ଖାଦ୍ୟ ସାମଗ୍ରୀରେ ୫%

ଜିଏସ୍‌ଟି ବଢ଼ିଲା: ଏଣିକି ଖାଦ୍ୟ ସାମଗ୍ରୀରେ ୫%

Read More...

 ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି

ରାଷ୍ଟ୍ରପତି ଭୋଟିଂ ଶେଷ,୨୧ରେ ଗଣତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page