ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ

November 07, 2021, ଦେଶ, , Anupambharat News Bureau


 ଚାନେଲ ଦର ବୃଦ୍ଧି ସପକ୍ଷରେ ବ୍ରଡକାଷ୍ଟର, ନିଷ୍ପତ୍ତି ନେବେ ସୁପ୍ରୀମକୋର୍ଟ
Anupambharat News Bureau
November 07, 2021


କୋଲକାତା: ଟେଲିଭିଜନ ଚାନେଲ ବ୍ରଡକାଷ୍ଟର ଚାନେଲର ଦରବୃଦ୍ଧି କରିବାକୁ ସୁପ୍ରୀମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଟେଲକମ ରେଗୁଲେଟରି ଏଥରିଟି ଦରବୃଦ୍ଧି ସପକ୍ଷରେ ନଥିବା ବେଳେ ବ୍ରଡକାଷ୍ଟର ଦର ବୃଦ୍ଧି କରିବାକୁ ଚାହଁଛନ୍ତି । ବିଶେଷ କରି ଲେକପି୍ରୟ ଚାନେଲ ଗୁଡିକୁ କୌଣସ ପ୍ୟାକେଜରେ ସାମିଲ ନକରି ଏକାକି ବର୍ତ୍ତମାନ ଠାରୁ ଅଧିକ ୩୫ରୁ ୫୦ ପ୍ରତିଶତ ଦର ବୃଦ୍ଧି କରିବାକୁ ବ୍ରଡକାଷ୍ଟର ଚାହୁଛନ୍ତି । ଏସମ୍ପର୍କରେ ବ୍ରଡକାଷ୍ଟରଙ୍କ ଏକ ସଂଘ ଇଣ୍ଡିଆନ ବ୍ରଡକାଷ୍ଟିଙ୍ଗ ଏଣ୍ଡ ଡିଜିଟାଲ ଫେଡେରେସନ(ଆଇବିଡିଏଫ) ସୁପ୍ରୀମକୋର୍ଟରେ ଏସମ୍ପର୍କରେ ଏକ ଆବେଦନ କରିଛନ୍ତି । କୋର୍ଟ ଚଳିତ ମାସ ଶେଷ ଆଡକୁ ଏସମ୍ପର୍କରେ ରାୟ ଦେବା ସମ୍ଭାବନା ରହିଛି । ଯଦି ଆଇବିଡିଏଫର ପ୍ରସ୍ତାବ ସୁପ୍ରୀମକୋର୍ଟ ଗ୍ରହଣ କରନ୍ତି ତାହାହେଲେ ମାସିକ କେବୁଲ ଟିଭି ଦର ଆସନ୍ତା ମାସ ଠାରୁ ୫୦ ପ୍ରତିଶତ ବୃଦ୍ଧି ପାଇବା ସମ୍ଭାବନା ରହିଛି । କେତେକ ବଡ ବ୍ରଡକାଷ୍ଟର ଷ୍ଟାର ଓ ଡିସନେ ଇଣ୍ଡିଆ, ସୋନି ପିକcରର୍ସ ନେଟୱାର୍କ ଇଣ୍ଡିଆ, ଜି ଏଣ୍ଟେଟେର୍ଣ୍ଣମେଣ୍ଟ ଓ ଭିକମ ୧୮ ସେମାନଙ୍କ୍‌ ଚାନେଲକୁ କୌଣସି ପ୍ୟାକେଜରେ ନରଖି ଏକ ନୂତନ ଦର ପ୍ରସ୍ତìତ କରିଛନ୍ତି । ନୂତନ ଦର ୧୫ରୁ ୩୦ ଟଙ୍କା ମଧ୍ୟରେ ରହିଛି । ଏପରି ମୂଲ୍ୟ ବୃଦ୍ଧି ହେଲେ କାରବାର ପ୍ରଭାବିତ ହେବ ବୋଲି କେବୁଲ ଅପରେଟର ଭୟ କରୁଛନ୍ତି । ପରୋକ୍ଷରେ ତାହା କେବୁଲ ଟିଭି ଶିଳ୍ପକୁ ପ୍ରଭାବିତ କରିବ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରାଯାଉଛି । ଦୁଇ ବର୍ଷ ପୂର୍ବେ ଚାନେଲ ମୂଲ୍ୟରେ ୪୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାର ପ୍ରଭାବ ଭାବେ କୋଲକାତାରେ ବହୁ ସଂଖ୍ୟାରେ ଲୋକ ସବସ୍କ୍ରିପସନ କାଟି ଦେଇଥିଲେ । ବର୍ତ୍ତମାନ ୨୫ରୁ ୩୦ ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଁ ପ୍ରସ୍ତାବ ରହିଥିବା ବେଳେ ତାହା ସବସ୍କ୍ରିପସନ ମୂଲ୍ୟରେ ୫୦ରୁ ୬୦ ପ୍ରତିଶତ ଦର ବୃଦ୍ଧି ପାଇବ ବୋଲି ଆଲ ବେଙ୍ଗାଲ କେବୁଲ ଟେଲିଭିଜନ ଏଣ୍ଡ ବ୍ରଡବ୍ୟାଣ୍ଡ ଅପରେଟର ମିଳିତ ସଂଘର ଆବାହକ ତାପସ ଦାସ କହିଛନ୍ତି । କ୍ରୀଡ଼ା, ମନୋରଞ୍ଜନ, ସୂଚନା ଓ ଚଳଚ୍ଚିତ୍ର ଚାନେଲର ମୂଲ୍ୟ ୧୫ରୁ ୩୦ ଟଙ୍କା ମଧ୍ୟରେ କରାଯିବାକୁ ପ୍ରସ୍ତାବ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ

Read More...

ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

ଉତ୍ପାଦ ଶୁÂ ହ୍ରାସ ପରେ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page