ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !

November 05, 2021, ଦେଶ, , Anupambharat News Bureau


ବୈଜ୍ଞାନିକଙ୍କ ଚେତାବନୀ- ଏହି ଶତାବ୍ଦୀ ଶେଷରେ ଆସିବ ‘ପ୍ରଳୟ’ !
Anupambharat News Bureau
November 05, 2021


ନୂଆଦିଲ୍ଲୀ: ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀରେ ଭୟଙ୍କର ବିପର୍ଯ୍ୟୟ ଆସିପାରେ । ଯାହାକୁ ନେଇ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ବିଜ୍ଞାନ ଉପରେ ରିପୋର୍ଟ ପ୍ରକାଶିତ କରୁଥିବା ବିଶ୍ୱର ସବୁଠୁ ବଡ଼ ମାଗାଜିନ୍‌ ‘ନେଚର୍‌’ ନିକଟରେ ଏକ ସର୍ଭେ କରିଥିଲା । ଯେଉଁ ଭଳି ଭାବରେ ଗ୍ଲୋବାଲ୍‌ ୱାର୍ମିଂ (ବିଶ୍ୱ ତାପମାତ୍ରା) ବଢ଼ିବାରେ ଲାଗିଛି, ଏହାକୁ ଦେଖିଲେ ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଭୟାନକ ପରିବର୍ତ୍ତନ ଆସିପାରେ । ଯାହାକି କୌଣସି ପ୍ରଳୟଠୁ କମ୍‌ ହେବ ନାହିଁ ବୋଲି ଆଇପିସିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।
ବିଶ୍ୱର ୨୩୪ ଜଣ ବୈଜ୍ଞାନିକଙ୍କୁ ନେଇ ଆଇପିସିସିର ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ବୈଜ୍ଞାନିକ ଓ କଲମ୍ବିଆର ମେଡେଲିନ ସ୍ଥିତ ଏଣ୍ଟିଓକୁ୍ୟଆ ୟୁନିର୍ଭରସିଟିର ରିସର୍ଚର ପାଓଲା ଏରିୟାସ କହିଛନ୍ତି, ଯେଉଁଭଳି ଭାବରେ ବଶ୍ୱରେ ପରିବର୍ତ୍ତନ, ପ୍ରଦୂଷଣ ଓ ତାପମାତ୍ରା ବଢ଼ିବାରେ ଲାଗିଛି, ଏହାକୁ ଦେଖିଲେ ଜଣାପଡ଼ୁଛି ବଞ୍ଚିବା ମୁସ୍କିଲ ହୋଇଯିବ । ଜଳର ଅଭାବ ମଧ୍ୟ ଦେଖିବାକୁ ମିଳିଛି । ଆଗକୁ ଏହା ଭୟଙ୍କର ସ୍ଥିତି ସୃଷ୍ଟି କରିପାରେ ।
ପାଓଲା ଏରିୟାସ ଚେତାବନୀ ଦେଇ କହିଛନ୍ତି, ଯେଉଁଭଳି ଭାବରେ ଗ୍ଲୋବାଲ୍‌ ୱାର୍ମିଂ ବଢ଼ୁଛି, ସେହି ହିସାବରେ ସମୁଦ୍ରରେ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ହେଲେ ସବୁଠାରୁ ବଡ଼ କଥା, ଅନ୍ତର୍ଜାତୀୟ ନେତାମାନେ ଗ୍ଲୋବାଲ୍‌ ୱାର୍ମିଂକୁ ନେଇ କୌଣସି ଚିନ୍ତା ପ୍ରକଟ କରୁ ନାହାନ୍ତି । ସେମାନେ ଧୀରେ ସୁସ୍ଥେ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଚାଲିଲେ ପୃଥିବୀକୁ ବଞ୍ଚା ଯାଇପାରିବନି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅଧିକାଂଶ ଲୋକ ଅନ୍ୟତ୍ର ବିସ୍ଥାପିତ ହେଉଛନ୍ତି । ଆଇପିସିସିର ଜଳବାୟୁ ରିପୋର୍ଟ କୁହାଯାଇଛି, ପୃଥିବୀକୁ ବଞ୍ଚାଇବା ପାଇଁ ଲୋକଙ୍କ ପାଖରେ ଆଉ ଅଧିକ ସମୟ ନାହିଁ ।
ଅନ୍ୟ ବୈଜ୍ଞାନିକମାନେ ମଧ୍ୟ ପାଓଲାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ଗତ ମାସରେ ନେଚର୍‌ ଜର୍ଣ୍ଣାଲ୍‌ ଏହି ଜଳବାୟୁ ରିପୋର୍ଟ ପ୍ରସ୍ତୁତ କରିଥିବା ୨୩୩ ଜଣ ବୈଜ୍ଞାନିକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ୯୨ ଜଣ ବୈଜ୍ଞାନିକ ସେମାନଙ୍କ ମତ ରଖିଥିଲେ । ଅର୍ଥାତ୍‌ ୪୦% ବୈଜ୍ଞାନିକ ସ୍ପଷ୍ଟ ଭାବେ କହିଛନ୍ତି, ୨୧୦୦ ସୁଦ୍ଧା ପୃଥିବୀ ପୃଷ୍ଠରେ ଏମିତି ଅନେକ ସମସ୍ୟା ଆସିବ, ଯେଉଁଥିରେ ଅନେକ ଦେଶ ଏଥିରେ ଧ୍ୱଂସ ହେବାର ସମ୍ଭାବନା ଅଛି । ଅଣମୌସୁମୀ ବର୍ଷା, ହଠାତ୍‌ ବାଦଲ ଫାଟିବା, ସୁନାମି, ଅତ୍ୟଧିକ ତାପମାତ୍ରା, ବନ୍ୟା, ମରୁଡ଼ି ଭଳି ସମସ୍ୟାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିପାରନ୍ତି ।
ଯେଉଁ ବୈଜ୍ଞାନିକମାନେ ସେମାନଙ୍କର ମତ ରଖିଛନ୍ତି, ସେମାନଙ୍କ ମଧ୍ୟରୁ ୬୦%ଙ୍କ କହିବା ଅନୁସାରେ, ଏହି ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ହାରାହାରି ତାପମାତ୍ରା ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ । ଏହି ତାପମାତ୍ରା ପ୍ୟାରିସ୍‌ ଚୁକ୍ତିନାମାରେ ସ୍ଥିର କରାଯାଇଥିବା ୧.୫ ଡିଗ୍ରୀରୁ ୨ ଡିଗ୍ରୀ ସେଲସିୟସ ତାପମାତ୍ରାରୁ ବେଶ୍‌ ଅଧିକ । ୮୮% ବୈଜ୍ଞାନିକଙ୍କ କହିବା ଅନୁସାରେ, ଗ୍ଲୋବାଲ୍‌ ୱାର୍ମିଂ ଯୋଗୁ ପ୍ରଳୟ ଭଳି ଅନେକ ବିପର୍ଯ୍ୟୟ ଆସିପେରେ । ଜଳବାୟୁ ପରିବର୍ତ୍ତନ ଆହୁରି ଚିନ୍ତା ବଢ଼ାଇବ । ଅଧିକାଂଶ ବୈଜ୍ଞାନିକ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍‌ ୱାର୍ମିଂ ଯୋଗୁ ନିଜର ଜୀବନଶୈଳୀ ପରିବର୍ତ୍ତନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

ଗୋଷ୍ଠୀ ସଂଘର୍ଷରୁ ବୋମାମାଡ

Read More...

ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page