ଦିଲ୍ଲୀରେ ଆଜିଠୁ ସ୍କୁଲରେ ପାଠପଢ଼ା

October 31, 2021, ଦେଶ, , Anupambharat News Bureau


ଦିଲ୍ଲୀରେ ଆଜିଠୁ ସ୍କୁଲରେ ପାଠପଢ଼ା
Anupambharat News Bureau
October 31, 2021


ନୂଆଦିଲ୍ଲୀ,୩୧ା୧୦:ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ କ୍ରମେ କୋଭିଡ଼-୧୯ କରୋନା ସଂକ୍ରମଣର ମାତ୍ରା ନିୟନ୍ତ୍ରଣ ହେବାରେ ଲାଗିଛି । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ନଗରୀରେ ସମସ୍ତ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯାଇଥିବା ସୂଚନାରୁ ଜଣାପଡିଛି । ସୋମବାର ଠାରୁ ସମସ୍ତ ଶ୍ରେଣୀ ପାଠପଢ଼ା ପୁନର୍ବାର ଆରମ୍ଭ ହେବ । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦେଶରେ ଏଯାବତ ୧୦୬ କୋଟି ଟିକା ଡୋଜ୍‌ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି । କ୍ରମେ ସ୍ଥିତି ନିୟନ୍ତ୍ରଣ ହେବ ବୋଲି ଆଶା କରାଯାଉଛି ଏଣୁ ଦିଲ୍ଲୀ ନଗରୀରେ ପାଠପଢ଼ା ପୁଣି ଥରେ ସ୍ୱାଭାବିକ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । କୋଭିଡ଼-୧୯ ଗତ ଦୁଇବର୍ଷ ପାଖାପାଖି ସମୟ ଧରି ପ୍ରଭାବିତ କରିବା ପରେ ଗତ କିଛି ଦିନ ଧରି ଏହା ନିୟନ୍ତ୍ରଣ ଦିଗକୁ ଗତି କରୁଛି । ତେଣୁ ଦୀର୍ଘ ଦିନ ଧରି ବନ୍ଦ ହୋଇପଡିଥିବା ନିୟମିତ ପାଠପଢ଼ାକୁ ପ୍ରଥମେ ଦିଲ୍ଲୀ ସରକାର ଆରମ୍ଭ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଭଳି ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ହେବାକୁ ଯାଉଛି । ଏଣୁ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଦିଲ୍ଲୀ ସରକାରଙ୍କ ଭଳି ସମସ୍ତ ଶ୍ରେଣୀରେ ପାଠପଢ଼ାକୁ ଅନୁମତି ଦିଆଯିବ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ ଆଜି ଘୋଷଣା କରିଛନ୍ତି ଯେ, ପ୍ରତି ଶ୍ରେଣୀ ପ୍ରକୋଷ୍ଠରେ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସି ପାରିବେ ନାହିଁ । ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ନାହିଁ । ପିଲାମାନଙ୍କୁ ସ୍କୁଲ୍‌କୁ ପଠାଇବା ପାଇଁ ଅଭିଭାବକମାନଙ୍କୁ ବାଧ୍ୟ କରାଯିବ ନାହିଁ । ସୂଚନାଯେ, କୋଭିଡ଼ ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ହେବା ଠାରୁ ଗତବର୍ଷ ମାର୍ଚ୍ଚମାସ ଠାରୁ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିଲା । ବିଭିନ୍ନ ରାଜ୍ୟରେ କୋଭିଡ଼-୧୯
କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଟିକାଦାନ ବ୍ୟବସ୍ଥା କରାଯାଇଛି, ଏହା ଚଳିତ ଦିନରେ ଯଥେଷ୍ଟ ପରିମାଣରେ ଟିକା ଯୋଗାଣ ହୋଇପାରୁନଥିବା ଯୋଗୁଁ ଟିକାଦାନ ମନ୍ଥର ହେବାରେ ଲାଗିଛି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଟିକା ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଜିଲ୍ଲାପାଳଙ୍କ ସହିତ ଚଳିତ ମାସ ୩ ତାରିଖରେ ଆଲୋଚନା କରିବେ । ଯେଉଁ ଜିଲ୍ଲାମାନଙ୍କରେ ୫୦ ପ୍ରତିଶତରୁ କମ୍‌ ପରିମାଣର ପ୍ରଥମ ଡୋଜ୍‌ ଏବଂ ଦ୍ୱିତୀୟ ଡୋଜ ପ୍ରୟୋଗ କରାଯାଇନାହିଁ, ଉକ୍ତ ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି କଥାବାର୍ତ୍ତା କରିବେ । ଦେଶର ୪୦ରୁ ଉର୍ଦ୍ଧ୍ୱ ଜିଲ୍ଲାପାଳଙ୍କୁ ମୋଦି ସମ୍ବୋଧିତ କରିବେ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପିଏମ୍‌ଓ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହେବା ପରଠାରୁ ଯଦିଓ ଦେଶରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଡୋଜ୍‌ କୋଭିଡ଼ ଟିକା କରୋନା ନିୟନ୍ତ୍ରଣ ପାଇଁ ବ୍ୟବହାର ହୋଇଛି । ତେବେ ଆଜି ମଧ୍ୟ ବହୁ ଅଞ୍ଚଳରେ ଟିକା ଯଥେଷ୍ଟ ପରିମାଣରେ ପହଞ୍ଚିପାରିନାହିଁ । ସୂଚନାଯେ, ସମଗ୍ର ଭାରତବର୍ଷରେ ଇତିମଧ୍ୟରେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ସମୁଦାୟ ପଜିଟିଭ ସଂଖ୍ୟା ୧୨ ହଜାରରୁ ଉର୍ଦ୍ଧ୍ୱରେ ରହିଛି । ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୭୩ ହଜାରରୁ ଉର୍ଦ୍ଧ୍ୱକୁ ପହଞ୍ଚିଛି । ଦିନକରେ ୪୪୬ ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ଦେଶରେ ସମୁଦାୟ ୪ ଲକ୍ଷ ୫୮ ହଜାର ୧୮୬ ବ୍ୟକ୍ତିଙ୍କ ଜୀବନ ଯାଇଛି ।
କୋଭିଡ଼-୧୯ କରୋନା ଭୂତାଣୁର ଭିନ୍ନ ଏକ ରୂପ ଭାବେ ପରିଚିତ କୋଭିଡ଼ ଭାରିଏଣ୍ଟ ବହୁମାତ୍ରାରେ ସଂକ୍ରମିତ ହୋଇଛି । ରାଷ୍ଟ୍ରୀୟ ରାଜଧାନୀନଗରୀ ନୂଆଦିଲ୍ଲୀରେ ଅକେଫାବର ମାସରେ ଯେଉଁ ନମୁନା ସଂଗ୍ରହ କରାଯାଇଥିଲା, ଏଥିରେ ୯୯ ପ୍ରତିଶତ ନମୁନା ଡେଲ୍‌ଟା ଭାରିଏଣ୍ଟ ପଜିଟିଭ ଅଛି କି ନାହିଁ ତାହା ନିଶ୍ଚିତ ହେବା ପାଇଁ ପଠାଯାଇଥିଲା । ଯଦିଓ ଜୁଲାଇ ମାସରେ ୫୨ ପ୍ରତିଶତ ଅଗଷ୍ଟ ମାସରେ ୮୬ ପ୍ରତିଶତ ଓ ସେପେଫମ୍ବର ମାସରେ ୯୭ ପ୍ରତିଶତ ଡେଲ୍‌ଟା ଭାରିଏଣ୍ଟ ପଜିଟିଭ ଚିହ୍ନଟ ହୋଇଥିଲା । ଅକେଫାବର ମାସରେ ତାହା ବୃଦ୍ଧି ପାଇ ୯୯ ପ୍ରତିଶତକୁ ସ୍ପର୍ଶ କରିଥିଲା । ଏହି ସମ୍ପର୍କରେ ଦିଲ୍ଲୀ ସରକାର ତଥ୍ୟ ପ୍ରକାଶ କରିଛନ୍ତି । ଭାରତରେ ସାରସ୍‌, କଭ୍‌-୨ ଜିନୋମିକ୍ସ କନ୍‌ସର୍‌ଟିଏଅମ୍‌ (ଆଇଏନ୍‌ଏସ୍‌ଏସିଓଜି) ଯେବେଠାରୁ ସ୍ଥାପନ ହୋଇଛି । ଉକ୍ତ ଦିନଠାରୁ ନମୁନା ମଧ୍ୟ ପରୀକ୍ଷା କରାଯାଉଛି । ଏଭଳି ସମୁଦାୟ ୭୩୬୧ ସଂଖ୍ୟକ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଯେଉଥିରୁ ୨୮୭୩ ନମୁନାରୁ ଡେଲ୍‌ଟା ଭାରିଏଣ୍ଟ ଚିହ୍ନଟ ହୋଇଥିଲା, ଅର୍ଥାତ୍‌ ଦିଲ୍ଲୀ ନଗରୀରେ ୩୯.୩ ପ୍ରତିଶତ ହାରରେ ଡେଲ୍‌ଟା ଭାରିଏଣ୍ଟ ପଜିଟିଭ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

ବାଣ ଫୁଟାରେ ସମ୍ପୂର୍ଣ୍ଣ କଟକଣା ଲାଗି ପାରିବନି

Read More...

ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

ବିଲ୍‌ ପୈଠ ସତ୍ତେ୍ୱର୍ କଟିଲା ଲାଇନ : ରୋଗୀଣା ମା’ଙ୍କୁ ଟ୍ରଲିରେ ବୋହିଲା ପୁଅ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page