୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

May 25, 2019, ଓଡ଼ିଶା, , Anupambharat News Bureau


୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ
Anupambharat News Bureau
May 25, 2019

ହିଞ୍ଜିଳିକାଟୁ,୨୪ ।୫(ଅନୁପମ ମିଡ଼ିଆ) : ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଲଗାତାର ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ହିଞ୍ଜିିଳିିରୁ ଜିଣିବା ସହ ପଶ୍ଚିମ ଓଡ଼ିଶାର ବିଜେପୁରରୁ ମଧ୍ୟ ବିଜୟୀ ହୋଇଛନ୍ତି ।
ତେବେ ବିଜେପୁର ଅପେକ୍ଷା ଅଧିକ ଭୋଟରେ ହିଞ୍ଜିିଳିରୁ ବିଜୟୀ ହୋଇଛନ୍ତି ନବୀନ । ଲଗାତାର ପାଇଁ ୫ ମ ଥର ପାଇଁ ହିଞ୍ଜିିଳିର ଭୋଟର ନବୀନଙ୍କ ଉପରେ ଭରସା ରଖିଛନ୍ତି । ଅନ୍ୟ ପକ୍ଷରେ ଲଗାତାର ଭାବେ ରାଜ୍ୟର ୫ମ ଥର ପାଇଁ ମଧ୍ୟ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିବାକୁ ଯାଉଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ୨ୟ ପର୍ଯ୍ୟାୟ ନିର୍ବାଚନ ଆସିକା ସଂସଦୀୟ କ୍ଷେତ୍ର ହିଞ୍ଜିିଳି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହିଞ୍ଜିିଳି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୮ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ଗୁରୁବାର ଫଳାଫଳରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ୬୦୧୬୦ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ହିଞ୍ଜିିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୯୪୦୬୫ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ୩୩୯୦୫ ଭୋଟ, କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫ ଭୋଟ, ବହୁଜନସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ଭାସ୍କର ଚୌଧୁରୀ ୯୯୪ ଭୋଟ. ଏସୟୁସିଆଇ(ସି)ର ଡ଼ି. ତିରୁପତି ଦୋରା ୯୧୮ ଭୋଟ, ଆମ୍ବେଦକର ଜାତୀୟ କଂଗ୍ରେସର ରଂଜନ କୁମାର ଆପଟ ୬୮୮ ଭୋଟ, ସ୍ୱାଧିନ ପ୍ରାର୍ଥୀ ବାବୁଲା ସାହୁ ୮୫୬ ଭୋଟ, ସି. ଲକ୍ଷ୍ମୀ ଆଚାରୀ ୮୬୫ , ଭୋଟ, ସୁକାନ୍ତ କିଶୋର ପଣ୍ଡା ୭୭୩ଭୋଟ ପାଇଥିବା ବେଳେ ନୋଟାରେ ୧୫୦୩ ଟି ଭୋଟ ପଡ଼ିଥିଲା । ତେବେ ୨ଟି ବୁଥର ଇଭିଏମ ମେସିନରେ ତୃଟି ହେବାରୁ ଉକ୍ତ ୨ଟି ଭୋଟ ମେସିନ ଗଣିତି ହୋଇନଥିବା ପ୍ରକାଶ । ମୋଟ ୧୪୧୮୩୨ଭୋଟର ୬୬.୩୨ ପ୍ରତିଶତ ବିଜେଡ଼ି, ଭାଜପାକୁ ୨୩.୯୧ ଓ କଂଗ୍ରେସକୁ ୫.୧୨ ପ୍ରତିଶତ ଭୋଟ ମିଳିଛି ।
ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନ ହିଞ୍ଜିିଳି ବ୍ଳକର ସମୁଦାୟ ୨୧ ଟି ପଞ୍ଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଞ୍ଚାୟତ ଓ ହିଞ୍ଜିିଳିକାଟୁ ପୌରାଞ୍ଚଳର ୨୧ ଟି ୱାର୍ଡ଼କୁ ନେଇ ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ହିଞ୍ଜିିଳିି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୦ ହଜାର ୨୬୫ ଭୋଟରଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ(୨ୟ ପର୍ଯ୍ୟାୟ ଏପ୍ରିଲ ମାସ ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା) ୬୪.୯୧ ପ୍ରତିଶତ ମତଦାନ ହେବା ସହ ୧ ଲକ୍ଷ ୪୩ ହଜାର ୦୭୧ ଭୋଟର ମତଦାନ କରିଥିିବା ବେଳେ ଡ଼ାକଯୋଗେ ୩୪୮ ଜଣ ମତଦାନ କରିଥିଲେ । ବିଜୟୀ ଶୁଭେଚ୍ଛା ଜଣାଇବାକୁ ଶୁକ୍ରବାର ହିଞ୍ଜିିଳିର ବହୁ ବିଜେଡ଼ି ନେତା ଭୁବନେଶ୍ୱର ଠାରେ ନବୀନଙ୍କୁ ଭେଟିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Read More...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page