ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା

October 26, 2021, ଓଡ଼ିଶା, , Anupambharat News Bureau


ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଥାନା
Anupambharat News Bureau
October 26, 2021


ଭୁବନେଶ୍ୱର, ୨୬ା୧୦(ଅନୁପମ ମିଡିଆ): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (ଚାଇଲï ଫ୍ରେଣ୍ଡଲି ପୋଲିସ୍‌ ଷ୍ଟେସନ୍‌) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି ।
ଏହିସବୁ ପୋଲିସ ଷ୍ଟେସନରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହିସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚୌକି ଓ ଟେବୁଲ ମଧ୍ୟ ରଖାଯିବ । ଏହାସହିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୋଲିସ ପାଇଁ ‘କଣ କରିବେ ବା ନ କରିବେ’ , ସେ ସମ୍ପର୍କରେ ମଧ୍ୟ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟ ଏଡ୍‌ କିଟ୍‌ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ ।
ସାଧାରଣ ଥାନା ଗୁଡିକଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ ୍ରାସ କରିବାରେ ସହାୟକ ହେବବୋଲି ଆଶା କରାଯାଏ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି

ଆଜି ଆର୍ଯ୍ୟନଙ୍କ ଜାମିନ ଶୁଣାଣି

Read More...

ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ

ନଭେମ୍ବର ୧୬ରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ଚେତାବନୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page