ଶହେ କୋଟି ଛୁଇଁଲା ଟିକା ଡୋଜ୍‌

October 21, 2021, ଦେଶ, , Anupambharat News Bureau


ଶହେ କୋଟି ଛୁଇଁଲା ଟିକା ଡୋଜ୍‌
Anupambharat News Bureau
October 21, 2021


ନୂଆଦିଲ୍ଲୀ,୨୧ା୧୦: ସମଗ୍ର ଭାରତବର୍ଷରେ କୋଭିଡ଼-୧୯ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ଦେଶବ୍ୟପୀ ଲୋକମାନଙ୍କୁ ଟିକାଦାନ ଅଭିଯାନ ଜାରି ରହିଛି । ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଚଳିତ ଦିନରେ ୧୦୦ କୋଟି ଡୋଜ୍‌ ସ୍ପର୍ଶ କରିଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ବୁଧବାର ଅପରାହ୍ନ ସୁଦ୍ଧା ୧୦୦ କୋଟି ଡୋଜ୍‌ ଟିକା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଟିକା ପ୍ରଦାନ କ୍ଷେତ୍ରରେ ଭାରତରେ ଏକ ମାଇଲଖୁଣ୍ଟ ସଦୃଶ ଅବଦାନ ହାସଲ କରାଯାଇଛି । ଚଳିତ ବର୍ଷ ଭାରତରେ ୯୪୪ ମିଲିୟନ ବୟସ୍କ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ୨୭୯ ଦିନରେ ଏହି ୧୦୦ କୋଟି ଟିକା ଡୋଜ୍‌ ଟାଗେର୍ଟ ହାସଲ କରିବାରେ ଭାରତ ସରକାର ସକ୍ଷମ ହୋଇଛନ୍ତି । ବିଶ୍ୱସ୍ତରରେ ଭାରତ ନିହାତି ଏକ ଇତିହାସ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି । ଏହି ମାଇଲଖୁଣ୍ଟ ଅବଦାନ ପାଇଁ ନିଜେ ପ୍ରଧାନମନ୍ତ୍ରୀ ମୋଦି ଆଜି ନୂଆଦିଲ୍ଲୀସ୍ଥିତ ଆର୍‌ଏମ୍‌ଏଲ୍‌ ହସ୍ପିଟାଲ ଗସ୍ତ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭାରତରେ ସମୁଦାୟ ଜନତାଙ୍କ ଏହା ସମର୍ଥନ ବୋଲି ମଧ୍ୟ ସେ କହିଥିଲେ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜୁରାଟ ଓ ମଧ୍ୟପ୍ରଦେଶ ପ୍ରଭୃତି ୫ ଟି ରାଜ୍ୟରେ ସର୍ବାଧିକ ହାରରେ କୋଭିଡ଼ ଟିକା ପ୍ରୟୋଗ କରାଯାଇଛି । ଭାରତରେ ଏହି ୧୦୦ କୋଟି ଟିକା ଡୋଜ ଘଟଣା ଅସାଧାରଣ କୃତିତ୍ୱ ବୋଲି କହିଛନ୍ତି ସରକାରଙ୍କ ଟିକା ଅଭିଯାନ କମିଟିର ମୁଖ୍ୟ ତଥା ନୀତି ଆୟୋଗର ସଦସ୍ୟ ଭିକେ ପଲ୍‌ । ଦେଶରେ ଯଦିଓ ୭୫ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ୍‌ ଟିକା ପ୍ରଦାନ କରାଯାଇଛି । ତେବେ ୨୫ ପ୍ରତିଶତ ବୟସ୍କ ବ୍ୟକ୍ତି ସମ୍ପୂର୍ଣ୍ଣ ଟିକାକରଣ କରିନାହାଁନ୍ତି ବୋଲି ପଲ୍‌ କହିଛନ୍ତି । ଅଳ୍ପ ସ୍ୱଳ୍ପଦିନ ମଧ୍ୟରେ ଯଦିଓ ଦେଶବ୍ୟାପୀ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକାକରଣ କରିବା ସହଜସାଧ୍ୟ ନୁହେଁ, ତେବେ ବହୁ ପରିମାଣରେ ଟିକାଦାନ ଅଭିଯାନକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ)ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ କ୍ଷେତ୍ରପାଲ ସିଂ । ଏହି ସଫଳତାକୁ ପାଳନ କରିବା ପାଇଁ ସଂଗୀତଜ୍ଞ କୈଳାଶ ଖୈରଙ୍କ ଦ୍ୱାରା ପ୍ରସ୍ତìତ ହୋଇଥିବା ସଂଗୀତକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ଶୁଖ୍‌ ମାଣ୍ଡଭ୍ୟ ଶୁଭଉନ୍ମୋଚନ କରିବେ ବୋଲି ଜଣାପଡିଛି । ସୂଚନାଯେ, ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ ପୁଣି ୧୬୦
ରୋଗୀଙ୍କ ମୃତୁ୍ୟ ଘଟିବା ଯୋଗୁଁ ଦେଶରେ ସମୁଦାୟ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାରରୁ ଉର୍ଦ୍ଧ୍ୱକୁ ଟପିଛି । ପୁଣି ଦିନକରେ ୧୮ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ପଜିଟିଭ ଚିହ୍ନଟ ହେବା ଯୋଗୁଁ ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକ ୩ କୋଟି ୪୧ ଲକ୍ଷ ୨୭ ହଜାରରୁ ଉର୍ଦ୍ଧ୍ୱକୁ ଟପିଛି । ସୁସ୍ଥ ସଂଖ୍ୟା ୩ କୋଟି ୩୪ ଲକ୍ଷ ପାର୍‌ କରିଯାଇଛି । ସାମାନ୍ୟ ନିୟନ୍ତ୍ରଣ ହୋଇଥିବା କେରଳରେ ଗତ ୨୪ ଘଣ୍ଟାରେ ପାଖାପାଖି ୧୨ ହଜାର ବ୍ୟକ୍ତି ସଂକ୍ରମଣର ଶିକାର ହୋଇଛନ୍ତି । ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ହୋଇଥିବା ବେଳେ କେତେକ ରାଜ୍ୟରେ କୋଭିଡ଼ କଟକଣା ନିୟମାବଳୀ କୋହଳ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆର୍ଯ୍ୟନଙ୍କ ହାଜତ ମିଆଦ ୩୦ ପର୍ଯ୍ୟନ୍ତ ବଢ଼ିଲା

ଆର୍ଯ୍ୟନଙ୍କ ହାଜତ ମିଆଦ ୩୦ ପର୍ଯ୍ୟନ୍ତ ବଢ଼ିଲା

Read More...

ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି

ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page