କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

May 25, 2019, ଦେଶ, , Anupambharat News Bureau


କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ
Anupambharat News Bureau
May 25, 2019

ଭୁବନେଶ୍ୱର,୨୪ ।୫ (ଅନୁପମ ମିଡିଆ): ଗୁରୁବାର ପରଲୋକ ହୋଇଥିବା ପର୍ବତାରୋହଣକାରୀ କଳ୍ପନା ଦାସଙ୍କର ମର ଶରୀରକୁ ଓଡ଼ିଶାକୁ ଆଣିବାକୁ କୂଟନୈତିକ ସ୍ତରରେ ଆଲୋଚନା ପାଇଁ କ୍ରୀଡ଼ାବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ଦାସଙ୍କର ଏହି ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, କଳ୍ପନା ଦାସ ଗୁରୁବାର ଅପରାହ୍ନ ୧୨ଟା ୫୫ ମିନିଟରେ ନେପାଳସ୍ଥିତ ଏଭରେଷ୍ଟ ଶୃଙ୍ଗରେ ପହଞ୍ଚିଥିଲେ । ଫେରିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ । ସନ୍ଧ୍ୟାରେ ତାଙ୍କର ପରଲୋକ ଘଟିଥିଲା । ଏଭରେଷ୍ଟ କ୍ୟାମ୍ପର ଫ୍ଲୋର ୪ର ବାଲକୋନିରେ କଳ୍ପନାଙ୍କର ମୃତଦେହ ପଡ଼ିରହିଛି । ମୁତୁ୍ୟବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ଦୁଃସାହସିକ ଅଭିଯାନରେ କଳ୍ପନା ଭାରତ ସମେତ ନେପାଳ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ୟୁରୋପର ଅନେକ ପର୍ବତ ଶୃଙ୍ଗ ଆରୋହଣ କରିବାର ସୌଭାଗ୍ୟ ଅର୍ଜନ କରି ଦେଶର ସଫଳ ପର୍ବତାରୋହଣୀ ଭାବରେ ସମଗ୍ର ରାଜ୍ୟର କ୍ରୀଡ଼ାବିତ୍‌ ଓ ଯୁବକମାନଙ୍କ ନିମନ୍ତେ ଏକ ମଡେଲ୍‌ ପାଲଟିଥିଲେ । ତାଙ୍କର ବିୟୋଗରେ ସମଗ୍ର ରାଜ୍ୟ ମ୍ରିୟମାଣ । ଉଲ୍ଲେଖଯୋଗ୍ୟ ଯେ କଳ୍ପନା ଦାସ(ଜନ୍ମ-୧୯୬୬) ୨୦୦୮ ମଇ ୨୧ ତାରିଖ ଦିନ ଆ ମେରିକା, କାନାଡ଼ା ଓ ନେପାଳର ପର୍ବତାରୋହୀଙ୍କ ଦଳରେ ସାମିଲ ହୋଇ ବିଶ୍ୱର ଉଚ୍ଚତମ ପର୍ବତ ଶୃଙ୍ଗ ଆ ରୋହଣ କରିବାରେ ସଫଳ ହୋଇଥିଲେ । ସେ ଜଣେ ଆ ଇନଜୀବୀ ହୋଇଥିଲେ ମଧ୍ୟ ଦୁଃସାହସିକ କ୍ରୀଡ଼ାରେ ଆଜୀବନ ରୁଚି ରଖିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Read More...

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page