ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର: ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ

October 20, 2021, ଦେଶ, , Anupambharat News Bureau


ପଥର ବଦଳରେ କିଡ଼ନୀ କାଢି ଦେଲେ ଡାକ୍ତର:  ହସ୍ପିଟାଲ ଦେବ ୧୧ ଲକ୍ଷ କ୍ଷତିପୂରଣ
Anupambharat News Bureau
October 20, 2021


ଗାନ୍ଧୀନଗର: ଚିକିତ୍ସାରେ ଚରମ ଅବହେଳାକୁ ନେଇ ଗୁଜୁରାଟରୁ ସାମ୍ନାକୁ ଆସିଛି ବଡ ଖବର । କିଡନୀରେ ପଥର କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଜଣେ ରୋଗୀ । ହେଲେ ଡାକ୍ତର ପଥର କାଢିବା ପରିବର୍ତ୍ତେ ଅପରେସନ କରି ସମ୍ପୂର୍ଣ୍ଣ କିଡନୀ କାଢି ଦେଇଥିଲେ । ଏବେ ହସ୍ପିଟାଲକୁ ଭରିବାକୁ ପଡିବ କ୍ଷତିପୂରଣ । ଜରୁରୀ ଅଙ୍ଗ କାଢିଦେବା କାରଣରୁ ୪ମାସ ମଧ୍ୟରେ ରୋଗୀର ମୃତୁ୍ୟ ହୋଇଯାଇଥିଲା ।
୨୦୧୨ରେ ପ୍ରାଣ ହରାଇଥିଲେ ରୋଗୀ । ଏହି ମାମଲାରେ ଏବେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପଭୋକ୍ତା ବିବାଦ ନିବାରଣ ଆୟୋଗ ।
ମହିସାଗର ଜିଲ୍ଲାର ବାଲାସିନୋରର ସ୍ଥିତ ଏକ ହସ୍ପିଟାଲର ଅବହେଳା ପରେ ରୋଗୀଙ୍କ ମୃତୁ୍ୟକୁ ନେଇ ପରିବାରବର୍ଗ କନଜୁ୍ୟମର ଆୟୋଗରେ ମାମଲା ଦାଏର କରିଥିଲେ । ଆୟୋଗଙ୍କ ଆଦେଶ ଅନୁଯାୟୀ, ପ୍ରତ୍ୟେକ୍ଷ କିମ୍ବା ଅପ୍ରତ୍ୟେକ୍ଷ ରୂପରେ ଡାକ୍ତରଙ୍କ ଅବହେଳାରେ ହସ୍ପିଟାଲକୁ ମଧ୍ୟ ଦାୟୀ କରାଯାଇଛି । ୭.୫ ପ୍ରତିଶତ ସୁଧ ହାରରେ କ୍ଷତିପୂରଣ ଦେବାକୁ ଅଦାଲତ ନିଜ ନିର୍ଦ୍ଦେଶରେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି

ମମିତା ହତ୍ୟା ମାମଲା: ପୋଲିସର ତନାଘନା ଜାରି

Read More...

ଅମରିନ୍ଦର ଗଢ଼ିବେ ନୂଆ ଦଳ

ଅମରିନ୍ଦର ଗଢ଼ିବେ ନୂଆ ଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page