କଏଦୀଙ୍କ ଉପରେ ନଜର ରଖିବ ଡ୍ରୋନ୍‌

October 19, 2021, ଓଡ଼ିଶା, , Anupambharat News Bureau


କଏଦୀଙ୍କ ଉପରେ ନଜର ରଖିବ ଡ୍ରୋନ୍‌
Anupambharat News Bureau
October 19, 2021


ଭୁବନେଶ୍ୱର, ୧୯ା୧୦(ଅନୁପମ ମିଡ଼ିଆ): ଏଣିକି ଜେଲରେ କଏଦୀଙ୍କୁ ଜଗିବ ଡ୍ରୋନ୍‌ । ତିହାର ଜେଲ୍‌ ଢାଞ୍ଚାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକର ଚୌଦ୍ୱାର ଓ ଭୁବନେଶ୍ୱର ଝାରପଡ଼ା ଜେଲରେ ପ୍ରଥମେ ଡ୍ରୋନ୍‌ କ୍ୟାମେରା ଉଡ଼ିବ । କଏଦୀମାନେ କଣ କରୁଛନ୍ତି, କିଏ ଦେଖା କରିବାକୁ ଆସୁଛି ଏସବୁ ଉପରେ ନଜର ରଖାଯିବ । ଏଥତ୍ପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା ରହିଛି ବୋଲି ଜେଲ୍‌ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚୌଦ୍ୱାର ଓ ଝାରପଡ଼ା ଜେଲରେ ଟେଲିଫୋନ ବୁଥ ବ୍ୟବସ୍ଥା କରାଯିବ । ଉଭୟ ଜେଲରେ ୪ଟି ଲେଖାଏଁ ବୁଥ୍‌ ଖୋଲାଯିବ । କଏଦୀମାନେ ନିଜ ଘରର ଦୁଇଟି ନମ୍ବର ଏହି ବୁଥରେ ଦେବେ । କେବଳ କଏଦୀ ଦେଇଥିବା ନମ୍ବରକୁ ହିଁ ଫୋନ୍‌ ଯିବ, ଅନ୍ୟ ନମ୍ବରକୁ ଫୋନ କଲେ କଲ୍‌ ଯିବ ନାହିଁ । କଏଦୀ ୫ ମିନିଟ ପର୍ଯ୍ୟନ୍ତ କଥା ହୋଇପାରିବେ । ତାପରେ ଅଟୋମେଟିକ୍‌ ଫୋନ୍‌ କଟିଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଜିଲ୍ଲାରେ  ପ୍ରବଳ ବର୍ଷା !

ଚାରି ଜିଲ୍ଲାରେ ପ୍ରବଳ ବର୍ଷା !

Read More...

ମମିତାଙ୍କୁ ଅପହରଣ ପରେ ହତ୍ୟା

ମମିତାଙ୍କୁ ଅପହରଣ ପରେ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page