ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବିଧାୟକ ପ୍ରଦୀପ ଓ ସହଯୋଗୀଙ୍କ ଘରେ ଚଢ଼ାଉ

October 17, 2021, ଓଡ଼ିଶା, , Anupambharat News Bureau


ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା:  ବିଧାୟକ ପ୍ରଦୀପ ଓ ସହଯୋଗୀଙ୍କ ଘରେ ଚଢ଼ାଉ
Anupambharat News Bureau
October 17, 2021


ବ୍ରହ୍ମପୁର/ଭୁବନେଶ୍ୱର/ଗୋପାଳପୁର,୧୭ା୧୦ (ଅନୁପମ ମିଡ଼ିଆ):ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ତାଙ୍କ ସମ୍ପର୍କୀୟ, ସହଯୋଗୀ ଓ ଡ୍ରାଇଭରଙ୍କ ଘର ଆଦି ୧୫ ଟି ସ୍ଥାନରେ ଆଜି ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇ ନଗଦ ୨୦ ଲକ୍ଷ ସମେତ ୫ କୋଟି ୫ ଲକ୍ଷ ୪,୬୫୬ ଟଙ୍କା ସମ୍ପତ୍ତି ଠାବ କରାଯାଇଥିବା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରକାଶ ।
ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ତାଙ୍କ ବିଧାୟକ ଓ ମନ୍ତ୍ରୀତ୍ୱ କାଳରେ ବେଆଇନ ଭାବେ ସମ୍ପତ୍ତି ଠୁଳ କରିଥିବା ଏବଂ ପରବର୍ତ୍ତୀ ସମୟରେ ଟାଟା କମ୍ପାନୀରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ନିଜ ଭାବୀଜ୍ୱାଇଁ ଆକାଶ ପାଠକଙ୍କ ନାମରେ ଅର୍ଥ ଆଦାୟ କରିଥିବା ଅଭିଯୋଗରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା । ଏପରିକି ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଗୁପ୍ତ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବିଧାୟକ ପାଣିଗ୍ରାହୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ତଥ୍ୟ ମିଳିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ୯.୧୨,୨୦୨୦ରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା । ଏହା ପରେ ୧୧.୧୨.୨୦୨୦ରେ ଲୋକାୟୁକ୍ତ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୨୦୦୯ରୁ ୨୦୨୦ ମଧ୍ୟରେ ପାଣିଗ୍ରାହୀ ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ଏହି ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତଙ୍କୁ ପ୍ରଦାନ କରାଯାଇଥିଲା । ଲୋକାୟୁକ୍ତ ଏହି ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରିଥିଲେ । ତା’ସହିତ ବିଧାୟକ ପାଣିଗ୍ରାହୀ ରଖିଥିବା ପକ୍ଷକୁ ପରଖି ଥିଲେ । ଏସବୁ ପରେ ଲୋକାୟୁକ୍ତ ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତକୁ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଏକ ସବିଶେଷ ତଦନ୍ତ ପାଇଁ ଭିଜିଲାନ୍ସ ପକ୍ଷରୁ ୪.୧୦.୨୦୨୧ରେ ମାମଲା ରୁଜୁ କରାଗଲା । ଏହି ମାମଲାରେ ଚଢ଼ାଉ କରିବା ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଲୋକାୟୁକ୍ତ ଅନୁମତି ପ୍ରଦାନ କରିଥିଲେ । ଏନେଇ ଲୋକାୟୁକ୍ତଙ୍କ ପକ୍ଷରୁ ରାଜ୍ୟ ଭିଜିଲାନ୍ସଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ରାଜ୍ୟ ଭିଜିଲାନ୍ସ ସେଲ କେସ୍‌ ନଂ ଏଲ୍‌ୱାଇ-୧୩୪୮/୨୦ରେ ଅନୁସନ୍ଧାନ କରାଯାଇଥିଲା । ଉକ୍ତ ଅନୁସନ୍ଧାନରେ ବିଧାୟକଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସମ୍ପର୍କରେ ପ୍ରାଥମିକ ତଥ୍ୟ ପାଇ ଆଜି ରାଜ୍ୟ ଭିଜିଲାନ୍ସ ସେଲ ଏସପିଙ୍କ ନେତୃତ୍ୱରେ ଦୁଇଜଣ ଅତିରିକ୍ତ ଏସ୍‌ପି,୧୭ ଜଣ ଡିଏସପି ଓ ବହୁ ଇନ୍ସପେକଫର ଓ କର୍ମଚାରୀଙ୍କୁ ନେଇ ୧୫ ଟି ଟିମ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ, ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ବାସଭବନ, ବିଦ୍ୟାନଗର ସ୍ଥିତ ବିଧାୟକଙ୍କ ପରାମର୍ଶ ଦାତା ପୂର୍ବତନ କଲେଜ ଅଧ୍ୟକ୍ଷ ସର୍ବେଶ୍ୱର ରାୟ, ବଡକୁସସ୍ଥଳି ସ୍ଥିତ ସିଟି କଲେଜ ପୂର୍ବତନ ଅଧ୍ୟକ୍ଷ କମ୍ବୁପାଣି ସାହୁ, ତାଙ୍କ ପୁତ୍ରା ହରିକୃଷ୍ଣ ସାହୁ,ନରେନ୍ଦ୍ରପୁର ଗ୍ରାମର ମୋଦନ ପାଣିଗ୍ରାହୀ,ଗୋବିନ୍ଦପୁର ସ୍ଥତି ରଘୁନାଥପୁର ସୂର୍ଯ୍ୟସାହୁଙ୍କ ଘର, ବିଧାୟକଙ୍କ
ଶାଳକଙ୍କ ରେଡ଼ିଓ ଷ୍ଟେସନ ସ୍ଥିତ ବ୍ୟାଙ୍କ କଲୋନୀ ବାସଭବନ ଏବଂ ଫାର୍ମ ହାଉସ, ମାଣ୍ଡିଆପଲ୍ଲିରେ ରହୁଥିବା ବିଧାୟକଙ୍କ ଡ୍ରାଇଭର ପ୍ରଭାତ କୁମାର ପାଣିଗ୍ରାହୀ, ଲାଞ୍ଜିପଲ୍ଲୀ ଗଣେଷ ନଗରରେ ରହୁଥିବା ଅନ୍ୟତମ ଡ୍ରାଇଭର ଉଜ୍ଜଳ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକକାଳୀନ ଯାଞ୍ଚ କରାଯାଇଛି । ଉକ୍ତ ଯାଞ୍ଚ ବେଳେ ବିଧାୟକଙ୍କ ଜନୈକ ସହଯୋଗୀଙ୍କ ଠାରୁ ନଗଦ ପ୍ରାୟ ୨୦ ଲକ୍ଷ ଟଙ୍କା ଠାବ କରାଯାଇଥିବା ଜଣାପଡିଛି । ସେହିପରି ବିଧାୟକଙ୍କ ତାଙ୍କ ସମ୍ପର୍କୀୟ, ସହଯୋଗୀଙ୍କ ବାସଭବନରୁ ସନ୍ଧ୍ୟା ସୁଦ୍ଧାବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଜମିକିଣା କାଗଜପତ୍ର, ଗାଢ଼ି,ସୁନାଗହଣା, ବ୍ୟାଙ୍କ ପାସବୁକ,କ୍ରେଡିଟ ଓ ଡେବିଟ କାର୍ଡ, ଲାପଟପ,ମୋବାଇଲ, ଆଦି ୫ କୋଟି ୫ ଲକ୍ଷ,୪,୬୫୬ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା:  ଆଜି ଚାଷୀ କରିବେ ରେଳରୋକ୍‌

ଲଖୀମପୁର ଗାଡ଼ି ଚଢ଼ାଇବା ମାମଲା: ଆଜି ଚାଷୀ କରିବେ ରେଳରୋକ୍‌

Read More...

ଆଇଏଏସ୍‌  ସ୍ତରରେ ଅଦଳବଦଳ

ଆଇଏଏସ୍‌ ସ୍ତରରେ ଅଦଳବଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page